ଏହି ମନ୍ଦିରକୁ ଆଜି ବି ବିଶ୍ରାମ କରିବାକୁ ଆସିଥାନ୍ତି ପ୍ରଭୁ ହନୁମାନ, ସମସ୍ତଙ୍କ ମନୋକାମନା ବି କରନ୍ତି ପୁରଣ …

ଏହି ଧର୍ମରେ ମହାବଳି ହନୁମାନ ଙ୍କୁ ସବୁଠାରୁ ଖାସ ବୋଲି ମାନ୍ୟତା ରହିଛି | ମହାବୀର ହନୁମାନ ବ୍ରହ୍ମଚାରୀ ହେବା ସହ ସେ ପ୍ରଭୁ ଶ୍ରୀ ରାମ ଙ୍କ ପରମ ଭକ୍ତ ଅଟନ୍ତି | ଭାରତ ର ପ୍ରତୋକ ଅଂଚଳ ରେ ମହାବୀର ହନୁମାନ ଙ୍କ ର ମନ୍ଦିର ଦେଖିବାକୁ ମିଳିଥାଏ | ଏପରି ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଙ୍କ ଉପରେ ମହାବୀର ଙ୍କ କୃପା ରହିଥାଏ ସେହି ବ୍ୟକ୍ତି ଙ୍କ ର କିଛି ବି ସମସ୍ୟା ରହି ନ ଥାଏ | ମହାବୀର ଙ୍କ ର ଭକ୍ତ ଙ୍କ ଉପରେ କୌଣସି ମଧ୍ୟ ସମସ୍ୟା ଆସି ନ ଥାଏ | କିନ୍ତୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ମହାବୀର ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ଯାହା ର ସିଧା ସମ୍ବନ୍ଧ ମହାଭାରତ ସମୟ ର ଅଟେ |

ଆଜି ଆମେ ଯେଉଁ ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ଏହି ମନ୍ଦିର ଜୟପୁର ରେ ରହିଛି | ଏହା ଅଲବୀର ଜିଲ୍ଲା ରେ ରହିଛି | ଏହି ମନ୍ଦିର ର ନାମ ପାଣ୍ଡୁପୁଲ ହନୁମାନ ମନ୍ଦିର ଅଟେ | ଏହି ମନ୍ଦିର ମଧ୍ୟ ରେ ହନୁମାନ ଙ୍କ ର ଶୟନ ଶଯ୍ୟା ର ମୂର୍ତି ରହିଛି | ପୌରାଣିକ ମାନ୍ୟତା ଅନୁସାରେ ଯେତେବେଳେ ପାଣ୍ଡଵ ମାନେ ମାତା କୁନ୍ତୀ ଙ୍କ ସହ ବୁଲୁଥିଲେ ତ ଜଙ୍ଗଲ ରେ ବାଟବଣା ହେଇଯାଇଥିଲେ | ସେ ସମୟ ରେ ଭୀମ ସେହି ରାସ୍ତା ରେ ଥିବା ଏକ ବିଶାଳ ଚଟାଣ କୁ ନିଜ ଗଦା ପ୍ରହାର ରେ ଗୁଣ୍ଡ କରିଥିଲେ ଓ ସେଠାରେ ରାସ୍ତା ବାହାର କରିଥିଲେ I ସେଠାରେ ଭୀମ ଙ୍କ ର ଏହି ବଳ କୁ ତାଙ୍କ ଭାଇ ଓ ମା ଖୁବ ପ୍ରଶଂସା କରିଥିଲେ | କିନ୍ତୁ ଆଗ କୁ ଗଲା ପରେ ଜଣେ ବୃଦ୍ଧ ବାନର ରାସ୍ତା ଉପରେ ସୋଇଥିଲେ ଓ ଭୀମ ତାଙ୍କୁ ରାସ୍ତା ରୁ ହଟିବାକୁ କହିଥିଲେ |

ଭୀମ ଙ୍କ କଥା ଶୁଣିବା ପରେ ସେହି ବୃଦ୍ଧ ବାନର କହିଲେ ମୋର ବାର୍ଦ୍ଧକ୍ୟ ସମୟ ରେ ମୁ ଆଉ ଉଠିପାରୁନି ତେଣୁ ଆପଣ ମୋତେ ଉଠାଇ ଦିଅନ୍ତୁ | ଭୀମ ଏହି ବାନର ଙ୍କୁ ଉଠାଇବାକୁ ଆଗ କୁ ବଢ଼ିଥିଲେ କିନ୍ତୁ ଭୀମ ଏତେ ପରାକ୍ରମଃ ହେଇ ମଧ୍ୟ ସେହି ବୃଦ୍ଧ ବାନର ଙ୍କୁ ସେଠାରୁ ହଟାଇ ପାରି ନ ଥିଲେ | ସେହି କ୍ଷଣ ରେ ହିଁ ଭୀମ ଙ୍କ ର ଗର୍ବ ଓ ଅହଂକାର ଦୂର ହେଇଥିଲା ଓ ଏହି ବୃଦ୍ଧ ବାନର ଆଉ କେହି ନ ଥିଲେ ସେ ଥିଲେ ସାକ୍ଷ୍ୟାତ ହନୁମାନ |

ଭୀମ ନିଜ ଭୁଲ କୁ ନେଇ ମହାବୀର ହନୁମାନ ଙ୍କୁ କ୍ଷମା ମାଗିଥିଲେ ଓ ଭୀମ ଙ୍କୁ ମହାବେଳୀ ହେବାର ଆଶ୍ରିବାଦ ଦେଇଥିଲେ | ହନୁମାନ ଯେଉଁ ସ୍ଥାନ ରେ ବିଶ୍ରାମ କରୁଥିଲେ ସେହି ସ୍ଥାନ ରେ ବର୍ତମାନ ପଣ୍ଡୁପୋଲ ହନୁମାନ ମନ୍ଦିର ନିର୍ମାଣ ହେଇଚି |