ଏହି ୭ ଜଣ କଳାକାର କେବେ ହେଲେ କୌଣସି ଭୁଲ ଜିନିଷର ବିଜ୍ଞାପନ କରନ୍ତି ନାହିଁ, ଏମାନଙ୍କ ପାଇଁ ମଣିଷତ୍ୱ ପଇସା ଠାରୁ ବଡ

ବିଜ୍ଞାପନ ଏକ ଏପରି ଜିନିଷ ଯାହା କି ଅନେକ ଗ୍ରାହକ ଙ୍କୁ ଆକର୍ଷିତ କରିଥାଏ I ଯଦି କୌଣସି ଜିନିଷ ର ବିଜ୍ଞାପନ କରାଯାଇଥାଏ ତେବେ ଏହା ବଜାର ରେ ବେଶ ଭଲ ଦର ରେ ବିକ୍ରୟ ହେଇଥାଏ I ଏହି ବିଜ୍ଞାପନ କରିବାକୁ ଆମ କୁ କିଛି ଲୋକପ୍ରିୟ କଳାକାର ଙ୍କ ର ସହାୟତା ନେବାକୁ ହେଇଥାଏ I ଏବଂ ସେହି କଳାକାର ଙ୍କ ର ପ୍ରଶଂସକ ମାନେ ସେହି ପ୍ରଡକ୍ଟ ର ବ୍ୟବହାର ମଧ୍ୟ କରିଥାନ୍ତି I ଆଜି ଆମେ ଆପଣ ଙ୍କୁ ଏପରି 7 ଗୋଟି କଳାକାର ଙ୍କ ର ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ କୌଣସି ଖରାପ ବିଜ୍ଞାପନ କରନ୍ତି ନାହିଁ I

ଜନ ଅବ୍ରହାମ
ବଲିଉଡ ର ହ୍ୟାଣ୍ଡସମ ହିରୋ ଜନ ଅବ୍ରହାମ ସର୍ବଦା ପୁରୁଷ ଙ୍କ ର ବିୟୁଟି ପ୍ରଡକ୍ଟ ର ବିଜ୍ଞାପନ କରିଥାନ୍ତି I କିନ୍ତୁ ସେ ଦୁଇଗୋଟି ଜିନିଷ ର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି I ପ୍ରଥମ ମଦ ଓ ଦ୍ୱିତୀୟ ଟି ହେଉଛି ତମ୍ବାକୂ I ଏହା ଶରୀର ପାଁଇ ହାନିକାରକ ହେଇଥିବା ରୁ ସେ ଏହି ବିଜ୍ଞାପନ କରିବା କୁ ପସନ୍ଦ କରନ୍ତି ନାହିଁ I

ସାଇ ପଲ୍ଲବୀ
ସାଇ ପଲ୍ଲବୀ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ବେଶ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I କିଛି ସମୟ ପୂର୍ବ ରୁ ହିଁ ସାଇ ପଲ୍ଲବୀ ଦେଇଥିବା ଏକ ଇଣ୍ଟରଭିୟୁ ରେ କହିଛନ୍ତି କି ସେ ଫେୟାରନେଶ ର ଏକ ବିଜ୍ଞାପନ ରେ 2 କୋଟି ଟଙ୍କା କୁ ମଧ୍ୟ ମନା କରିଦେଇଛନ୍ତି I ତାଙ୍କ କହିବା ଅନୁସାରେ ଏହି ଫେୟାରନେଶ କ୍ରିମ ର ବିଜ୍ଞାପନ କରିବା ଦ୍ୱାରା ଦୁନିଆ ରେ ଥିବା କଳା ରଙ୍ଗ ର ଝିଅ ଙ୍କ ପାଁଇ ଏହା ଏକ ଖରାପ ଉଦାହରଣ ଅଟେ I

ଅମିତାଭ ବଚ୍ଛନ
ଅମିତାଭ ବଚ୍ଛନ ବଲିଉଡ ର ମହାନାୟକ ଅଟନ୍ତି I ଏବଂ ସେ କୋଲଡ୍ରିଙ୍କସ ର ବିଜ୍ଞାପନ କରିବା ବନ୍ଦ କରିଛନ୍ତି I କାରଣ ଏହା ମଧ୍ୟ ମନୁଷ୍ୟ ର ସ୍ଵାସ୍ତ୍ୟ ପାଁଇ ହାନିକାରକ ହେଇଥାଏ I ତେଣୁ ଅମିତାଭ ବଚ୍ଛନ ଏହି ବିଜ୍ଞାପନ କରିବା କୁ ମନା କରିଛନ୍ତି I

କଙ୍ଗନା ରଣଵତ୍ତ
ଅଭିନେତ୍ରୀ କଙ୍ଗନା ରଣଵତ୍ତ ନିଜ ର ବୟାନ ବାଜି କୁ ନେଇ ଚର୍ଚା ରେ ରହିଥାନ୍ତି I ଏବଂ ଅନେକ ମହିଳା ଙ୍କ ର ପ୍ରତି ହେଉଥିବା ମାମଲା ରେ ମଧ୍ୟ କଙ୍ଗନା ରଣଵତ୍ତ ବୟାନ ଦେଇଥାନ୍ତି I କଙ୍ଗନା ରଣଵତ୍ତ ମଧ୍ୟ ଫେୟାରନେଶ କ୍ରିମ ଯେତେ ଟଙ୍କା ବିଜ୍ଞାପନ ପାଁଇ ଦେଲେ ସେ କାମ କରନ୍ତି ନାହିଁ I

ଅକ୍ଷୟ କୁମାର
ଅକ୍ଷୟ କୁମାର ସର୍ବଦା ନିଜ ର ଫିଟ୍ନେସ କୁ ନେଇ ପରିଚିତ ଅଟନ୍ତି I ଏବଂ ଅନ୍ୟ ଲୋକ ଙ୍କୁ ମଧ୍ୟ ମୋଟିଭେସନ ସେ ଦେଇଥାନ୍ତି I ତେଣୁ ଅକ୍ଷୟ କୁମାର ପାନ ମସଲା ଆଦି ର ବିଜ୍ଞାପନ କରିବା କୁ ପସନ୍ଦ କରନ୍ତି ନାହିଁ I

ଅମୀର ଖାଁ
ଅମୀର ଖାଁ ସତ୍ୟମେବ ଯାଆନ୍ତେ ପରି ଟିଭି ସୋ ସହ ଜଡିତ ଅଟନ୍ତି I ଅମୀର ଖାଁ ଯେଉଁ କୌଣସି କମ୍ପାନୀ ର ବିଜ୍ଞାପନ କରନ୍ତି ପ୍ରଥମେ ଏହା କୁ ଦେଖନ୍ତି ଏହା ସମାଜ ପାଁଇ କେତେ ଉପକାର ଅଟେ I ଯଦି ଅପକାର ହେଇଥିବ ତେବେ କରନ୍ତି ନାହିଁ I

ରଣବୀର କପୁର
କଙ୍ଗନା ଙ୍କ ପରି ରଣବୀର କପୁର ମଧ୍ୟ ଫେୟାରନେଶ କ୍ରିମ କମ୍ପାନୀ ର ବିଜ୍ଞାପନ କରିବା କୁ ପସନ୍ଦ କରନ୍ତି ନାହିଁ I କାରଣ ଏହା କଳା ଗୋରା ଭେଦ ଭାବ କୁ ଦର୍ଶାଇଥାଏ I