ନମସ୍କାର ବନ୍ଧୁଗଣ ଶନିଦେବ ଯିଏ ନ୍ୟାୟର ଦେବତା ଅଟନ୍ତି। ଏହି ସମସ୍ତ ସୃଷ୍ଟିର ପ୍ରାଣୀମାନଙ୍କୁ ତାଙ୍କର କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଶନି ସୂର୍ଯ୍ୟଦେବ ତଥା ମାତା ଛାୟାଙ୍କର ପୁତ୍ର ଅଟନ୍ତି। ନଅଟି ଗ୍ରହ ମଧ୍ୟରେ ଶନି ହିଁ ଏକ ଏମିତି ଗ୍ରହ ଅଟେ ଯାହାକୁ ସବୁଠୁ କୃର ଏବଂ ଉଗ୍ର ମାନଯାଇଥାଏ। ହିନ୍ଦୁ ଧର୍ମରେ ଶନିବାର ଶନିଦେବଙ୍କୁ ସମର୍ପିତ ହୋଇଥାଏ। ଏହି କାରଣରୁ ପ୍ରାଚୀନ କାଳରୁ ଋଷି ମୁନି ଶନିବାର ଦିନ ଶନିଦେବଙ୍କ ପୂଜା ଆରାଧନା କରି ଆସିଛନ୍ତି।
ଶନିଙ୍କ ସାଢେ଼ ସାତ କିମ୍ବା ଶନିଙ୍କ ଅଢେଇ ନାମ ଶୁଣିବା ମାତ୍ରେ ଭଲ ଭଲ ଜାତକ ଉପରେ ବି ପ୍ରତିକୂଳ ମନୋବୈଜ୍ଞାନିକ ପ୍ରଭାବ ପଡିଥାଏ କିନ୍ତୁ ଯେଉଁ ପ୍ରକାରରେ ଶନିଦେବ ଦୃଷ୍ଟଙ୍କୁ ଦଣ୍ଡ ଦେଇଥାନ୍ତି ସେହି ପ୍ରକାରରେ ଶନି ଭଲ ଲୋକମାନଙ୍କୁ ଯଶ,ଧନ ଏବଂ ସମ୍ମାନ ଦେଇଥାନ୍ତି। ଶନି ସନ୍ତୁଳନ ଏବଂ ନ୍ୟାୟର ଦେବତା ଅଟନ୍ତି। ଶନି ଧର୍ମ, ଅର୍ଥ ଏବଂ ନ୍ୟାୟର ପ୍ରତୀକ ଅଟନ୍ତି। ଶନିଙ୍କର କୃପାରୁ ହିଁ ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି, ବୈଭବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ। ଶନି ପାପି ଏବଂ ଦୁରାଚାରୀ ପ୍ରାଣୀମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖ ଦାୟକ ଅଟନ୍ତି। ଶନିଙ୍କ ଦଶା ଆସିବା ମାତ୍ରେ ବ୍ୟକ୍ତିର ଜୀବନରେ କେତେକ ଉଚ୍ଚ ନୀଚ ସ୍ଥିତି ଦେଖିବାକୁ ମିଳିଥାଏ ଏବଂ ତାଙ୍କର ଜୀବନ ବୋହୁତ ସଙ୍ଘର୍ଷ ମୟ ହୋଇଯାଇଥାଏ।
ପରନ୍ତୁ କିଛି ମନୁଷ୍ୟ ପାଇଁ ଶନି ଅତ୍ୟନ୍ତ ଶ୍ରେଷ୍ଠ ଫଳ ଦାୟକ ହୋଇଥାନ୍ତି। ସୂର୍ଯ୍ୟପୁତ୍ର ଶନି ମୃତ୍ତଲୋକର ଏକ ମାତ୍ର ଏମିତି ଦେବତା ହୋଇଥାନ୍ତି ଯିଏ ବ୍ୟକ୍ତିର ଭଲ ଏବଂ ଖରାପ କର୍ମର ଆଧାରରେ ତାକୁ ଦଣ୍ଡ ଅବଶ୍ୟ ଦେଇଥାନ୍ତି ଏବଂ ତାକୁ ସୁଧୁରିବା ପାଇଁ ପ୍ରେରିତ କରିଥାନ୍ତି। ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ଜୀବନରେ ଏମିତି ଘଟଣା ଘଟୁଥାଏ ତ ସେହି ବ୍ୟକ୍ତିକୁ ଏହା ବୁଝିଯିବା ଦରକାର କି ତାଙ୍କ ଉପରେ ଶନିଦେବ ରୁଷ୍ଟ ଅଛନ୍ତି ଏବଂ ତାଙ୍କୁ ତୁରନ୍ତ ହିଁ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରିବା ଦରକାର ଏବଂ ଶନିଙ୍କ ଏହି ମାୟା ଚକ୍ରରୁ ମୁକ୍ତି ପାଇନେବା ଦରକାର। ଆସନ୍ତୁ ଜାଣିବା ଯେବେ ଶନିଦେବ କେଉଁ ବ୍ୟକ୍ତି ଉପରେ ରୁଷ୍ଠ ହୁଅନ୍ତି ତ ସେହି ବ୍ୟକ୍ତି ସହିତ କଣ ଘଟିଥାଏ।
ମାର୍ଗରୁ ଓହରି ଯିବା
ଯେଉଁ ବ୍ୟକ୍ତିର ଜୀବନରେ ପରାଜୟ ଲେଖା ହୋଇଥାଏ ଈଶ୍ୱର ତାଙ୍କର ବୁଦ୍ଧଙ୍କୁ ପୂର୍ବରୁ ହିଁ ହରି ନେଇଥାନ୍ତି। ଏଥିପାଇଁ ସେହି ବ୍ୟକ୍ତିକୁ ଭଲ କଥା ଦେଖାଯାଇ ନଥାଏ। ସେ କେବଳ ଖରାପ ଦେଖିବାକୁ ପାଇଥାଏ। ଅର୍ଥାତ୍ ତାର ପୂର୍ବରୁ କରିଥିବା ପାପ କର୍ମର ଆଧାରରେ ଶନିଦେବ ମନୁଷ୍ୟର ବୁଦ୍ଧିକୁ ଏମିତି ହରି ଦେଇଥାନ୍ତି ଯେମିତି ତାଙ୍କୁ ଆଗକୁ ବାଢ଼ିବା ପାଇଁ କୌଣସି ବି ମାର୍ଗ ଦେଖାଯାଇ ନଥାଏ। ତାକୁ ଉନ୍ନତି କରିବା ପାଇଁ ବି କୌଣସି ମାର୍ଗ ଦେଖାଯାଇ ନଥାଏ। ଚାରିପଟେ ତାକୁ କେବଳ ହାର ହିଁ ନଜର ଆସିଥାଏ।
କରଜ ବୃଦ୍ଧି ପାଇବା
ଶନି ଯେଉଁ ବ୍ୟକ୍ତି ଉପରେ ରୁଷ୍ଠ ହୋଇଥାନ୍ତି ଏହିପରି ବ୍ୟକ୍ତି କରଜର ବୋଝ ତଳେ ଦବି ହୋଇ ରହିଥାନ୍ତି। ଆବଶ୍ୟକତା ନହେଲେ ବି ବେକାର ଜିନିଷ କିଣିବା ପାଇଁ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି ଏବଂ ବର୍ବାଦ ହୋଇଯାଇଥାନ୍ତି। କରଜର ଭାର ବଢ଼ିଯାଇ ଥାଏ ଏବଂ ତାକୁ ସୁଝି ପାରନ୍ତି ନାହିଁ। ଜୀବନରେ କେବେ କାହାର ସାହାଯ୍ୟ ନକରିବା ଯୋଗୁଁ ହିଁ ବ୍ୟକ୍ତିକୁ ଏମିତି ଦଣ୍ଡ ମିଳିଥାଏ।
ନିଶା ଦ୍ରବ୍ୟ ସେବନ କରିବା
ଯେଉଁ ବ୍ୟକ୍ତି ନିଶା ଦ୍ରବ୍ୟ ସେବନ କରିଥାଏ, ଅଚାନକ କିଛି ଖରାପ ଅଭ୍ୟାସକୁ ଆପଣେଇ ନେଇଥାଏ ଏହା ତାର ପାପ କର୍ମର ହିଁ ଫଳ ହୋଇଥାଏ। ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ ଅଥବା ମାତା ପିତାଙ୍କୁ ଅପଶବ୍ଦ କହିଥାଏ, କୌଣସି ବି ଧର୍ମ କାର୍ଯ୍ୟ କରିନଥାଏ ତ ତାକୁ ଶନିଦେବ ଏମିତି ଦଣ୍ଡ ଦେଇଥାନ୍ତି କି ସେ ଖରାପ ଅଭ୍ୟାସର ଜାଲରେ ଫସି ଯାଇଥାଏ ଏବଂ ସେଥିରୁ ବାହାରକୁ ବାହାରି ପାରିନଥାଏ।
ବେଶ୍ୟା ବୃତ୍ତି
ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବନ୍ଧ ବନେଇଥାଏ ଅଥବା ବେଶ୍ୟାମାନଙ୍କ ପାଖକୁ ଯାଇଥାଏ ଏମିତି ବ୍ୟକ୍ତି ପାପି ଅଟନ୍ତି। ଶନିଦେବ ଏମିତି ମନୁଷ୍ୟର ଉନ୍ନତି କେବେବି ହେବାକୁ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତି ଶନିଙ୍କର ନ୍ୟାୟରୁ ବଞ୍ଚିପାରି ନଥାନ୍ତି ଏବଂ ଜୀବନ ଦୁଃଖ, ବେମାରୀ ଏବଂ ଗରିବୀରେ ଚାଲିଥାଏ। ଏମିତି ପୁରୁଷଙ୍କୁ ଜୀବନରେ କେବେବି ସମ୍ମାନ ମିଳି ନଥାଏ ଏବଂ ଶେଷରେ ଭୟଙ୍କର ରୋଗରେ ମୃତ୍ୟୁବରଣ କରିଥାନ୍ତି।
ପଶୁ ହତ୍ୟା
ଶନିଙ୍କ ନଜରରେ ପଶୁମାନଙ୍କ ପ୍ରାଣ ନେବା ଭୟଙ୍କର ଅପରାଧ ଅଟେ। ନ୍ୟାୟର ଦେବତା ଏପରି ମନୁଷ୍ୟକୁ ଅତ୍ୟନ୍ତ ଦୁଃଖ ଦାୟକ କଷ୍ଟ ଦେଇଥାନ୍ତି। ଯେଉଁ ମନୁଷ୍ୟ ମାଂସ ଆହାର କରିଥାଏ ଅଥବା ପଶୁମାନଙ୍କୁ ଅକାରଣରେ ହିଁ ମାରିଥାଏ ସେ ଉନ୍ନତି କରିପାରି ନଥାଏ। ଏମିତି ପାପି ବ୍ୟକ୍ତିଙ୍କୁ ଶନିଦେବ ଭୟଙ୍କର ଦଣ୍ଡ ଦେଇଥାନ୍ତି।
ଭୟଙ୍କର ବେମାରୀରେ ପଡ଼ିଯିବା
ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ୍ ଦେଖାଇଥାଏ , ଅନ୍ୟକୁ ମୂର୍ଖ ବନେଇକରି ଧନ କମେଇଥାଏ ଏମିତି ବ୍ୟକ୍ତି ଭୟଙ୍କର ରୋଗ ବେମାରୀରେ ପଡି ଯାଇଥାଏ। ଶନିଦେବ ଏମିତି ବ୍ୟକ୍ତିଙ୍କୁ କେବେ କ୍ଷମା କରନ୍ତି ନାହିଁ ଯିଏ ଅନ୍ୟର ଫାଇଦା ଉଠାଇ କରି ତାର ଧନ ଲୁଟି ନେଇଥାଏ।
ଅନ୍ୟର ଖରାପ କରିବା
ଯେଉଁ ମହିଳା ଅନ୍ୟର ଖରାପ କରିଥାଏ ଅଥବା ଅନ୍ୟର ଅନ୍ନରେ ବିଷ ମିଶାଇକି ଖାଇବାକୁ ଦେଇଥାଏ ସେହି ସ୍ତ୍ରୀ ପାପି ହୋଇଥାଏ। ଯେଉଁବି ମନୁଷ୍ୟ ଅନ୍ନ ସହିତ ଖରାପ କରିଥାଏ ଅଥବା ଅନ୍ୟର ଖରାପ ହୋଇଯାଉ ଏମିତି ଚିନ୍ତାଧାରା ମନରେ ରଖିଥାଏ, ସେ ଶନିଙ୍କ ଦଣ୍ଡର ପତ୍ର ହୋଇଥାଏ। ଏମିତି ମନୁଷ୍ୟର କେହିବି ଆପଣାର ନଥାନ୍ତି। ଏମାନଙ୍କୁ ମୃତ୍ୟୁ ପରେ ବି ମୋକ୍ଷ ମିଳିନଥାଏ।
ତେବେ ବନ୍ଧୁଗଣ ଏହାଥିଲା କିଛି ଲକ୍ଷଣ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ସେହି ବ୍ୟକ୍ତି ଉପରେ ଶନିଦେବ ରୁଷ୍ଠ ଅଛନ୍ତି। ଶନିଙ୍କ ଦଣ୍ଡରୁ ବଞ୍ଚିବା ପାଇଁ ଏହି କାର୍ଯ୍ୟ କରନ୍ତୁ ନାହିଁ ଏବଂ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଙ୍କ ଉପରେ ତେଲ ଚଢ଼ାଇକରି ଗରୀବ ଲୋକମାନଙ୍କୁ ଦାନ କରନ୍ତୁ। ଏହାଦ୍ବାରା ଶନିଙ୍କ କୃପା ବନି ରହିଥାଏ ଏବଂ ବ୍ୟକ୍ତି ପାପ କର୍ମରୁ ମୁକ୍ତି ପାଇଥାଏ।