ଅନୁଭବ ଏବଂ ତାଙ୍କ ପରିବାର ବିଷୟରେ ଏମିତି କିଛି କହିଲେ Barsha, ସବୁ ସତ ଆଣିଲେ ପଦାକୁ, ଦୁଃଖରେ ଭାଙ୍ଗି ପଡିଲେ

ନମସ୍କାର ବନ୍ଧୁଗଣ ସାମ୍ନାକୁ ଆସିଲା ଅନୁଭବ ଏବଂ ତାଙ୍କ ବାପାଙ୍କର ଏକ ଭୟଙ୍କର ସତ, ବର୍ଷା କହିଲେ ଅନୁଭବ କହିଲେ ସେଦିନ ରାତିରେ ଅନୁଭବ ଓ ତାଙ୍କ ବାପା ମୋ ସହ ଏଭଳି କାମ କରିଲେ ମତେ କହିବା ପାଇଁ ଖରାପ ଲାଗୁଛି, ତ ଫ୍ରେଣ୍ଡ୍ ପ୍ରକୃତରେ ସେଦିନ ରାତିରେ କଣ ଘଟିଥିଲା ଘଟଣା ଆସନ୍ତୁ ଜାଣିବା। ବିବାଦ ଘେରରେ ଫସି ରହିଥିବା କେନ୍ଦ୍ରାପଡାର ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଏବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।

ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ବିରୁଦ୍ଧରେ ଏକ ନୂଆ ବୟାନ ଦେଇଛନ୍ତି ସେ କହିଛନ୍ତି କି ସେଦିନ ରାତିରେ ବାପା ଏବଂ ପୁଅ ମିଶି କରି ତାଙ୍କ ସହ କରିଥିଲେ କିଛି ଏପରି କାମ ଯାହା ଜାଣିଲେ ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବର୍ଷାଙ୍କ ସହ ବାପ ପୁଅ କଣ କରିଥିଲେ ଆସନ୍ତୁ ଜାଣିବା। ଅନୁଭବଙ୍କ ଉପରେ ବର୍ଷା ଲଗାଇଛନ୍ତି ଆଉ ଏକ ନୂଆ ବୟାନ। ଅନୁଭବ ଅନେକ ଥର ତାଙ୍କୁ ଗୋଇଠା ଘରୁ ବାହାର କରିଦେବା କଥା କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ମହାନ୍ତି ଜଣେ ପେଶାଦାର ମଦ୍ୟପ ବୋଲି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ତେବେ ଗତ ମାସରେ ଶେଷ ଦିନରେ ଅନୁଭବ ଏବଂ ତାଙ୍କ ବାପା ଅଭଦ୍ର ଭାଷାରେ ଗାଳି ଦେଇ ଏବଂ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ ବର୍ଷାଙ୍କୁ ଏହାସହ ପଡୋଶୀ ଲୋକମାନେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି କି ପ୍ରଥମେ ସେମାନେ ଭାବୁଥିଲେ କି ଅନୁଭବଙ୍କ ପରିବାର ଗୋଟିଏ ଭଦ୍ର ପରିବାର କିନ୍ତୁ ଏମାନଙ୍କ ଭାଷା ଏବଂ କାର୍ଯ୍ୟକଳାପ ଦ୍ଵାରା ପଡୋଶୀମାନେ ମଧ୍ୟ ମର୍ମାହତ ହୋଇଛନ୍ତି। ବଡଲୋକ ବୋଲି କେହି ଏମାନଙ୍କ ଆଗରେ କଥା କହିବାକୁ ସାହାସ କରନ୍ତି ନାହିଁ।

ତେବେ ବର୍ଷା ଚାହୁଁ ନଥିଲେ କି ଶାରିରୀକ ସମ୍ପର୍କ ରଖିବା ପାଇଁ ଏକଥାକୁ କୋର୍ଟରେ ପିଟିସନ୍ ଦାଖଲ କରିଲେ ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀର ପଟିୟାଲ ହାଉସ୍ କୋର୍ଟରେ ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ଅନୁଭବ କହିଛନ୍ତି ବର୍ଷା ଶାରିରୀକ ସମ୍ପର୍କ ପାଇଁ ରାଜି ହେଉନଥିଲେ ସେଥିପାଇଁ ସେ ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି।

ମାତ୍ର ଏପଟେ ବର୍ଷା କହିଛନ୍ତି କି ଅନୁଭବ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଏହା ସହିତ ରାତିରେ ମଦ୍ୟପାନ କରୁଥିଲେ। ସେ ଏହା ମଧ୍ୟ କହିଛନ୍ତି ସେ ଆଗାମୀ ପିଢ଼ି ପାଇଁ ଚିନ୍ତା କରୁଥିଲେ ମାତ୍ର ଅନୁଭବ ସେଥିରେ ସହମତି କରୁନଥିଲେ କାରଣ ସେ ରାତିସାରା ମଦ ପିଇ ନିଶାରେ ରହୁଥିଲେ ବର୍ଷା ତାଙ୍କୁ ଚାହିଁ ଚାହିଁ ଶୋଇ ଯାଉଥିଲି। ତେବେ ବର୍ଷା ଏକ ପିଲା ମଧ୍ୟ ଚାହୁଁଥିଲେ ମାତ୍ର ଅନୁଭବ ପିଲା ପାଇଁ ରାଜି ନଥିଲେ।

ତେବେ ଏପଟେ ଅନୁଭବ କହିଛନ୍ତି କି ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁନଥିଲେ ଏବଂ ସେ ୩-୪ ମାସ ସମୟ ମଧ୍ୟ ମାଗିଥିଲେ ତେବେ ଏକଥାର କେତେ ସତ୍ୟତା ରହିଛି ତାହା କୋର୍ଟର ଶୁଣାଣି ପରେ ପ୍ରକୃତ ସତ ସାମ୍ନାକୁ ଆସିବ।