ଏହି ଚା ଦୋକାନୀ ପାଖରେ ଚାକିରୀ କରିଲେ ମିଳିଥାଏ ସୁନାର ଗହଣା, ପୁରା କାହାଣୀ ଜାଣିଲେ ଚମକି ଯିବେ

ଭାରତ ରେ ଚା ଦୋକାନ ଏକ ଏପରି ଦୋକାନ ଯାହା ପ୍ରତୋକ ସହର ର ଗଳି କାନ୍ଦି ରେ ରହିଥାଏ I ଏହି ଚା ଦୋକାନ ରେ ବି ଭଲ ରୋଜଗାର ହେଇଥାଏ I ତେବେ ଆଜି ଆମେ ଏଠାରେ ଯେଉଁ ଚା ଦୋକାନୀ ସମ୍ପର୍କ ରେ ଆଲୋଚନା କରୁଛେ ସେହି ଦୋକାନ ରେ କାମ କରୁଥିବା ବ୍ୟକ୍ତି ଙ୍କୁ କାମ ର ପାରିଶ୍ରମିକ ପରିବର୍ତେ ସୁନା ଗହଣା ମିଳିଥାଏ I

ତେବେ ଆଜି ଆମେ ଯେଉଁ ଚା ଦୋକାନୀ ସମ୍ପର୍କ ରେ ଆଲୋଚନା କରୁଛେ ଏହା ଚେନାଇ ରେ ଥିବା ସ୍ୱିକାଗୋ ଚା ଦୋକାନ ଅଟେ I ତିନି ଦଶକ ପୂର୍ବ ରୁ ସୁକୁମାର ନାମ ଏହି ବ୍ୟକ୍ତି ଦୋକାନ ଆରମ୍ଭ କରିଥିଲେ I ସୁକୁମାର ଚେନାଇ ଚାକିରୀ କରିବାକୁ ଆସିଥିଲେ କିନ୍ତୁ ତାଙ୍କୁ ଚେନାଇ ରେ ଏକ ଚା ଦୋକାନ ରେ କାମ କରିବାକୁ ପଡିଥିଲା I କିନ୍ତୁ କିଛି କାରଣ ରୁ ତାଙ୍କୁ ଲୋକେ ଦୋକାନ ରୁ ବାହାର କରିଦେଉଥିଲେ I ଏହା ପରେ ସେ ନିଜ ର ଏକ ଚା ଦୋକାନ କରିଥିଲେ I

ତେବେ ଖବର ଅନୁସାରେ ସୁକୁମାର ପ୍ରତୋକ ଦିନ ନିଜ ଦୋକାନ ର ରୋଷେୟା କୁ 750 ଟଙ୍କା ଓ କର୍ମଚାରୀ ଙ୍କୁ 450 ଟଙ୍କା ଦେଇଥାନ୍ତି I ଏବଂ ନିଜ ର ଦୋକାନ ର କର୍ମଚାରୀ ଙ୍କୁ ମାଗଣା ଖାଇବା ଓ ଅନ୍ୟ ସୁବିଧା ବି ଦେଇଥାନ୍ତି I ଏପରି କି କପଡା କିଣିବାକୁ 2000 ଟଙ୍କା ମଧ୍ୟ ଦେଇଥାନ୍ତି I ଏବଂ ତାଙ୍କ ଦୋକାନ ର ନିୟମ ଅନୁସାରେ ଯେଉଁ କର୍ମଚାରୀ ବିନା କୌଣସି ଛୁଟି ରେ ପୁରା ବର୍ଷ କାମ କରିବ ସେହି ବ୍ୟକ୍ତି ଙ୍କୁ ସେ ସୁନା ର ମୁଦି ଉପହାର ରେ ଦେବେ I

ତେବେ ସୁକୁମାର ପ୍ରତୋକ ବର୍ଷ ର 1 ମଇ ରେ ତାଙ୍କ ଦୋକାନର ସବୁ କର୍ମଚାରୀ ଙ୍କୁ କୌଣସି ପଞ୍ଚତାରକା ହୋଟେଲ ରେ ହିଁ ଖାଇବାକୁ ଦେଇଥାନ୍ତି I ତେବେ କର୍ମଚାରୀ ଙ୍କୁ ଯଦି ଏତେ ସୁବିଧା ତେବେ ସେହିପରି ତାଙ୍କ ଦୋକାନ ର ଚା ବି ଦାମୀ ହେଇଥିବ I

ତେବେ ସୁକୁମାର ଙ୍କ ର ଦୋକାନ ରେ ମିଳୁଥିବା ଚାର କପ ର ମୂଲ୍ୟ ମାତ୍ର 8 ଟଙ୍କା ଓ ଇଟାଲୀ ଦୋସା ପ୍ଲେଟ ମାତ୍ର 12 ଟଙ୍କା ଅଟେ I ତେବେ ସେ ଆଜି ପର୍ଯ୍ୟନ୍ତ କେବେ ହେଲେ ନିଜ କର୍ମଚାରୀ ଙ୍କ ସହ କୌଣସି ଖରାପ ବ୍ୟବହାର କରିନାହାନ୍ତି I ଏବଂ ସର୍ବଦା ଚେଷ୍ଟା କରିଥାନ୍ତି ନିଜ କର୍ମଚାରୀ ଙ୍କୁ ଖୁସି ରେ ରଖିବା କୁ I