ଏ ହେଉଛି ଦୁନିଆର 5ଗୋଟି ସବୁଠାରୁ ଦାମୀ ପାଣି, ଯାହାକୁ ପିଇବା ସମ୍ପର୍କରେ ସାଧାରଣ ମଣିଷ ଭାବିବି ପାରିବେନି

ଜଳ ହିଁ ଜୀବନ ଏହି କଥା ଆପଣ ଅନେକ ସମୟ ରେ ଶୁଣିଥିବେ I ଏହି କଥା ଟି ବାସ୍ତବ ରେ ବି ସତ ଅଟେ I ମନୁଷ୍ୟ 4 ଦିନ ବିନା ଖାଦ୍ୟ ରେ ବଂଚିପାରିବ କିନ୍ତୁ ବିନା ପାଣି ରେ ବଂଚିପାରିବ ନାହିଁ I ଆପଣ ଯେତେ ଶୁଦ୍ଧ ପାଣି ଖୋଜିବେ ସେହି ଅନୁସାରେ ଏହା ର ମୂଲ୍ୟ ବି ଅଧିକ ଅଟେ I ତେବେ ଆଜି ଆମେ ଏପରି 5 ଗୋଟି ସବୁଠାରୁ ଦାମୀ ପାଣି ସମ୍ପର୍କ ରେ ଆଲୋଚନା କରିବା I

1.ଆକ୍ବ ଡି କ୍ରୀସ୍ତଲ ଟ୍ରିବୁଟ ମୋଡି଼ଗଲାନି
ଟିକେ ଚିନ୍ତା କରନ୍ତୁ ଯଦି ଏହି ପାଣି ର ନାମ ଏପରି ତ ଏହା ର ଦାମ କିପରି ହେଇ ନ ଥିବ I ଏହା ଦୁନିଆ ର ସବୁଠାରୁ ଦାମୀ ପାଣି ଅଟେ I ଏହା ର ବୋତଲ ସୁନା ରେ ନିର୍ମିତ ଅଟେ ଏବଂ ଜଣେ ସାଧାରଣ ମଣିଷ ଏହି ପାଣି ପିଇବା କୁ ଭାବି ବି ପାରିବ ନାହିଁ I କାରଣ ଏହାର ଦାମ 40 ଲକ୍ଷ 80 ହଜାରେ ଟଙ୍କା ଅଟେ I

2.କୋନା ନିଗରୀ ୱାଟର
କୋନା ନିଗରୀ ୱାଟର ଜାପାନ ରେ ନିର୍ମିତ ହେଇଥାଏ ଏବଂ କହିବା ଅନୁସାରେ ଏହି ପାଣି ମନୁଷ୍ୟ ର ଓଜନ କମାଇଥାଏ I ଏବଂ ଏହି ପାଣି ର ମୂଲ୍ୟ 26000 ଟଙ୍କା ଅଟେ I ଏବଂ ଜଣେ ସାଧାରଣ ଲୋକ ମାସସାରା ରୋଜଗାର କରିକି ବି ଏତିକି ରୋଜଗାର କରିପାରି ନ ଥାଏ I

3.ଫିଲିକ
ଫିଲିକ ବୋତଲ ଟି ଦେଖିବାକୁ ଖୁବ ଆକର୍ଷଣୀୟ ଅଟେ I ଏହି ପାଣି ବୋତଲ ଦେଖି ଆପଣ ବି ଏହି ବୋତଲ କିଣିବାକୁ ଇଚ୍ଛା କରିଥିବେ I କିନ୍ତୁ ଏହି ଗୋଟେ ବୋତଲ ର ଦାମ 14125 ଟଙ୍କା ଅଟେ ଏବଂ ଯେଉଁ ବ୍ୟକ୍ତି 50000 ଟଙ୍କା ରୋଜଗାର କରୁଥିବ ସେହି ବ୍ୟକ୍ତି ଥରେ ହିଁ ଏହି ବୋତଲ କିଣିପାରିବ I

4.ବିଲିଂ ଏଚ ଟୁ ଓ
ଏହି ବୋତଲ ର ପାଣି ଆପଣ ଙ୍କୁ ସୁସ୍ଥ ରଖିଥାଏ ଏବଂ ଏହି ବୋତଲ ର ସୌଦର୍ଯ୍ୟ ଦେଖି ଲୋକେ ଏହି ବୋତଲ କୁ କିଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଏହି ବୋତଲ ଟି ସଂପେନ ବୋତଲ ପରି ହିଁ ଠିପି ଖୋଲାଯାଇଥାଏ I

5.ବିନ
ବିନ ପାଣି ର ଶୁଦ୍ଧତା ଅନ୍ୟ କେଉଁ ପାଣି ରେ ମିଳିବ ନାହିଁ I ଏହି ପାଣି ବୋତଲ କୁ ଫିନ୍ଲାଣ୍ଡ ରୁ ଅଣାଯାଇଥାଏ I ଏବଂ ଏହା କୁ ସବୁଠାରୁ ସୁଦ୍ଧ ପାଣି ବୋଲି କୁହାଯାଇଥାଏ I ଏବଂ ଏହି ଗୋଟେ ପାଣି ବୋତଲ ର ମୂଲ୍ୟ 1500 ଟଙ୍କା ଅଟେ I