ଫିଲ୍ମ ଜଗତକୁ ଆସିବା ପୂର୍ବରୁ ସୁନୀଲ ଦତ୍ତଙ୍କ ପାଖରେ ଚାକିରୀ କରୁଥିଲେ ଶକ୍ତିକପୁର, ,ମିଳୁଥିଲା ଏତେ ଟଙ୍କା ଦରମା

ବଲିଉଡ ଇଣ୍ଡଷ୍ଟ୍ରି ରେ କଳାକାର ମାନେ ତାଙ୍କ କ୍ୟାରିୟର ରେ ସଫଳ ହେବାକୁ ଅନେକ ସଂଘର୍ଷ କରିଥିଲେ I ବଲିଉଡ ରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ କ୍ୟାରିୟର ରେ ସଂଘର୍ଷ କରିବା ପରେ ଆଜି ସଫଳ ହେଇପାରିଛନ୍ତି I ଆଜି ଆମେ ବଲିଉଡ ର କଳାକାର ଶକ୍ତି କପୁର ଙ୍କ ବିଷୟ ରେ ଆଲୋଚନା କରିବା I ଫିଲ୍ମ କୁ ଆସିବା ପୂର୍ବ ରୁ ଶକ୍ତିକପୁର ସୁନୀଲ ଦତ୍ତ ଙ୍କ ପାଖ ରେ ଚାକିରୀ କରିଥିଲେ I ମାତ୍ର 1500 ଟଙ୍କା ଦରମା ପାଉଥିଲେ I

ଫିଲ୍ମ ରେ ଆସିବା ପୂର୍ବ ରୁ ସୁନୀଲ ଦତ୍ତ ଙ୍କ ପାଖ ରେ କରିଥିଲେ ଚାକିରୀ
ବଲିଉଡ ଫିଲ୍ମ ରେ ଖଳନାୟକ ଭୂମିକା ରେ ଅଭିନୟ କରିଥାନ୍ତି ଶକ୍ତି କପୁର I 80-90 ଦଶକ ରୁ ଶକ୍ତି କପୁର ବଲିଉଡ ରେ ଅଭିନୟ କରିଥିଲେ I ଏବଂ ଖଳନାୟକ ଭୂମିକା ସହ ହାସ୍ୟ ଅଭିନେତା ରୂପେ ମଧ୍ୟ ଅଭିନୟ କରିଥିଲେ I ଆଜିକା ସମୟ ରେ ଶକ୍ତିକପୁର 67 ବର୍ଷ ର ହେଇଯାଇଛନ୍ତି I ଏବଂ ତାଙ୍କ ର କମେଡି ଆଜି ମଧ୍ୟ ଦର୍ଶକେ ପସନ୍ଦ କରୁଛନ୍ତି I 39 ବର୍ଷ ର ଫିଲ୍ମ କ୍ୟାରିୟର ରେ ସେ 700 ରୁ ଅଧିକ ଫିଲ୍ମ ରେ କାମ କରିଥିବେ I ଶକ୍ତି କପୁର ଅଧିକ ଲୋକପ୍ରିୟ ହେଇଥିଲେ ଫିଲ୍ମ କୁରବାନି ରୁ I ଏବଂ କଳାକାର ସୁନୀଲ ଦତ୍ତ , ବିନୋଦ ଖାନ୍ନା ଓ ଫିରୋଜ ଖାଁ ଙ୍କ କାରଣ ରୁ ଶକ୍ତି କପୁର ବଲିଉଡ ରେ ଲୋକପ୍ରିୟତା ହାସିଲ କରିଥିଲେ I

କଳାକାର ହେବା ପୂର୍ବ ରୁ ଶକ୍ତି କପୁର ନିଜ ନାମ କୁ ଦୁଇଥର ବଦଳାଇଥିଲେ I ଯେତେବେଳେ ଶକ୍ତି କପୁର ଇଣ୍ଡଷ୍ଟ୍ରି କୁ ଆସିଥିଲେ ତାଙ୍କ ନାମ ସୁନୀଲ ଥିଲା ଓ ଏହା ପରେ କରଣ ଥିଲା I ସୁନୀଲ ଦତ୍ତ ଓ ନର୍ଗିସ ତାଙ୍କ ନାମ ଶକ୍ତି କପୁର ରଖିଥିଲେ I ଏବଂ ଫିଲ୍ମ ରେ କ୍ୟାରିୟର କରିବା ପୂର୍ବ ରୁ ଶକ୍ତିକପୁର 1500 ଟଙ୍କା ଦରମା ରେ ସୁନୀଲ ଦତ୍ତ ଙ୍କ ପାଖ ରେ କାମ କରୁଥିଲେ I ଏହା ପରେ ବିନୋଦ ଖାନ୍ନା ଙ୍କ ପାଖ ରେ 5 ବର୍ଷ କାମ କରିଥିଲେ I

ଏହା ପରେ ଶକ୍ତି କପୁର ଙ୍କ ର ଫିଲ୍ମ ତହଫ ର ଡାଇଲଗ କୁ ନେଇ ସେ ଲୋକପ୍ରିୟ ହେଇଥିଲେ I ଏବଂ ଏହା ପରେ ଫିଲ୍ମ ରାଜା ବାବୁ , ଅପନା ଅପନା , ବାପ ନମ୍ବରୀ ବେଟା ଦଶ ନମ୍ବରୀ ସତ୍ତେ ପେ ସତ୍ତା , ବୋଲ ରାଧା ବୋଲ , କୁଲି ନମ୍ବର 1 ଦୀଲଜଲେ , ଘର ଏକ ମନ୍ଦିର ପରି ଅନେକ ଫିଲ୍ମ ରେ କାମ କରିଥିଲେ I ଏବଂ ଶକ୍ତିକପୁର ଅଭିନେତ୍ରୀ ପଦ୍ମିନୀ ଙ୍କ ର ଭଉଣୀ ଶିବାନୀ ଙ୍କ ର ସହ ବିବାହ କରିଥିଲେ I ତାଙ୍କ ର ଦୁଇ ପିଲା ଶ୍ରଦ୍ଧା ଓ ସିଦ୍ଧାର୍ଥ ଅଛନ୍ତି I