ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ୧୧ ରୁ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦିଆଯାଇଛି। ଏଥିସହ ଆମେରିକାର ପାଣିପାଗ ସଂସ୍ଥା ଆର୍କିବ୍ ୱେଦର୍ ପକ୍ଷରୁ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ସୂଚନା ଦିଆଯାଇଛି। ଆର୍କିବ୍ ୱେଦର୍ ର ବରିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ୍ ନିକଲ୍ସଙ୍କ ସୂଚନା ଅନୁସାରେ ଆସନ୍ତା ୧୮ ରୁ ୧୯ ବେଳକୁ ଉତ୍ତର ବଙ୍ଗୋପସାଗର କିମ୍ବା ଏହାର ଆଖପାଖ ଅଞ୍ଚଳରେ ଲାଗିଛି କ୍ଷେତ୍ରଟି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି।
ଏଥିସହ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧୧ ବେଳକୁ ସୃଷ୍ଟ ଲଘୁଚାପଟି ଦକ୍ଷିଣ ଆନ୍ଧ୍ର ଉପକୁଳ ସହ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଛି। ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ସୃଷ୍ଟ ଲଘୁଚାପଟି ଡିପ୍ରେସନ୍ ରେ ପରିଣତ ହେବା ନେଇ ଏବେ ଏବେ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ରାଜ୍ୟକୁ ବଡ଼ ବର୍ଷାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୧୨ ରୁ ରାଜ୍ୟରେ ବର୍ଷାର ପରିମାଣ ଦେଖିବା ପାଇଁ ମିଳିବ ଏବଂ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ତେବେ ଆସନ୍ତୁ ୧୨ ରୁ ଆସନ୍ତା ୧୫ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଉପକୂଳ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ।ସେପଟେ ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ। ବିଶେଷ କରି ୭ ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ୧୯ ଜିଲ୍ଲା ପାଇଁ ଘଲଘଡି ସହ ବଜ୍ରପାତ ଏବଂ ବିଜୁଳି ନେଇ ସତର୍କ କରାଯାଇଛି ପାଣିପାଗ ବିଭାଗ।
ତେବେ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲା ମଧ୍ୟରେ ରହିଛି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼,ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଯାହାକି ଏହି ସବୁ ଜିଲ୍ଲାରେ ଆଜି ରାତି ଠାରୁ ଆସନ୍ତା କାଲି ସକାଳ ୮:୩୦ ମଧ୍ୟରେ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ନେଇ ସୂଚନା ଦିଆଯାଇଛି। ଏଥିସହ ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ୧୯ ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣିଙ୍ଗ ଜାରୀ ହୋଇଛି। ବିଶେଷ କରି ବାଲେଶ୍ଵର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା ସହ ନୟାଗଡ଼, ଗଞ୍ଜାମ, ଗଜପତି କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର ଏବଂ ଢେ଼ଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ବଜ୍ରପାତ ଲାଗି ରହିବ।
ଏହା ସହ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ଚଳିତ ବର୍ଷ ମହାନଦୀରେ ବନ୍ୟା ଦେଖିବା ପାଇଁ ମିଳିଛି। ତେବେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ପାଣି ଫୁଲ୍ ହେବାରେ ଲାଗିଛି ଏବଂ ହୀରାକୁଦ ଠାରେ ପ୍ରବଳ ବନ୍ୟା ଜଳ ଦେଖିବା ପାଇଁ ମିଳିଛି। ଏହାକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ତଳିୟା ଅଞ୍ଚଳରେ ବନ୍ୟା ଆସିବା ନେଇ ସୂଚନା ଦିଆଯାଇଛି।
ତେବେ ଆସନ୍ତା ୧୧ ବେଳକୁ ମହାନଦୀର ପ୍ରଥମ ବନ୍ୟା ଜଳ ଛଡାଯିବା ନେଇ ସୂଚନା ଦିଆଯାଇଥିବା ବେଳେ ଲୋକମାନଙ୍କୁ ସଚେତନ କରାଯାଉଛି। ଏହାକୁ ନେଇ ସୂଚନା ଦେଇଛିନ୍ତି ଜଳସମ୍ପଦର ସର୍ବୋଚ୍ଚ ବିଭାଗୀୟ ମନ୍ତ୍ରୀ ଯତିର୍ମୟୀ ରଥ। ସେପଟେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ବଡ଼ ସୂଚନା ଦିଆଯାଇଛି, ଯାହାକି ଆସନ୍ତା କାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ୬ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲା ଗୁଡ଼ିକୁ ୟେଲ୍ଲୋ ୱାର୍ଣୀଙ୍ଗ ଜାରୀ ହୋଇଛି। ତେବେ ଟ୍ରପ୍ ଲାଇନ୍ ପ୍ରଭାବରୁ ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ବିଜୁଳି ଘଡଘଡି ନେଇ ସତର୍କ କରାଇଛି ପାଣିପାଗ ବିଭାଗ।