Forecasts Indicate: ପୁଣି ଏକ ବଡ ଲଘୁଚାପ, ଭାସିବ ଓଡିଶା, ସବୁଠୁ ଅଧିକ ଏହି ଜିଲ୍ଲାରେ, ପାଣିପାଗ ବିଭାଗ କଲେ ସତର୍କ

ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ଼ ସୂଚନା ଅବପାତର ରୂପ ନେଲା ଲଘୁଚାପ ଆଗମୀ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅଧିକାଂଶ ଜିଲ୍ଲା ପାଇଁ ହାଇଆଲର୍ଟ ଜାରି। ସେପଟେ ପାଣିପାଗ ବିଭାଗ ପକ୍ଷରୁ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ ହେବା ସହିତ ୮ ଜିଲ୍ଲାକୁ ଅରେଞ୍ଜ ଓ ବାକି ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ।

ତେବେ ରାଜ୍ୟର ୨୩ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ୭୦ ରୁ ୮୦ କିଲୋମିଟର ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥି ସହିତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନର ବେଗ ଅଧିକ ରହିବା ନେଇ ମଧ୍ୟ ସୂଚନା ଜାରୀ ହେବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ରାଜ୍ୟରେ ଜାରୀ ରହିଛି ପ୍ରବଳ ବର୍ଷା ଭୁବନେଶ୍ଵର, କଟକ ସହିତ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଏବଂ ଭୁବନେଶ୍ବରରେ ସର୍ବାଧିକ ୧୬୩ ମିଲିମିଟର ବର୍ଷା ଦେଖିବା ପାଇଁ ମିଳିଛି।

ଯାହାକି ୧୯୫୮ ମସିହା ସେପ୍ଟେମ୍ବର ବେଳକୁ ଏହିପରି ବର୍ଷା ଦେଖିବା ପାଇଁ ମିଳିଥିଲା। ତେବେ ଏବର୍ଷ ସର୍ବାଧିକ ବର୍ଷା ଭୁବନେଶ୍ୱରରେ ଦେଖିବା ପାଇଁ ମିଳିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ଦେଖିବା ପାଇଁ ମିଳିଛି। ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨ ଦିନ ଆହୁରି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୁଳ ଜିଲ୍ଲା ସମେତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ସେପଟେ ଲଘୁଚାପଟି ଘନୀଭୂତ ହେବାପରେ ଏବେ ପଶ୍ଚିମରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏବଂ ବାଲେଶ୍ଵର ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୧୪୦ କିଲୋମିଟର ରହିଥିବା ବେଳେ ପାରାଦୀପ ଠାରୁ ପୂର୍ବକୁ ୧୭୦ କିଲୋମିଟର ଦୂରରେ ରହିଛି ଏବଂ ଚାନ୍ଦବାଲି ଠାରୁ ୮୦ କିଲୋମିଟର ଦୂରରେ ରହିଛି ଏବଂ ଏହା ପୂର୍ବ, ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ହେବା ସହ ଏହା ଓଡ଼ିଶା ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରୀ ହେବା ସହ ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପୁଣି ଯେଉଁସବୁ ଜିଲ୍ଲା ମାନଙ୍କରେ ହାଇଆଲର୍ଟ ଜାରି କରିଲା ପାଣିପାଗ ବିଭାଗ ନିଶ୍ଚୟ ଜାଣି ରଖନ୍ତୁ।

ତେବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ରହୁଛି ଏବଂ ଏହା ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳବର୍ତ୍ତି ଅଞ୍ଚଳରେ ଅବପାତର ରୂପ ନେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ୫ ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଛି। ବିଶେଷ କରି ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼ ସହିତ ସୋନପୁର ଜିଲ୍ଲା ଯାହାକି ଏହି ଏହି ୫ଟି ଜିଲ୍ଲାରେ ଆଜି ଅତିପ୍ରବଳରୁ ଅଧିକ ବର୍ଷା ଦେଖିବା ପାଇଁ ମିଳିବ।

ଏଥି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେ଼ଙ୍କାନାଳ, କଟକ, ବୌଦ୍ଧ ଏବଂ ବଲାଙ୍ଗିର ଜିଲ୍ଲା, ଯାହାକି ଏହି ସମସ୍ତ ଜିଲ୍ଲା ମାନଙ୍କୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ ହୋଇଛି। ଏହିସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି। ଏହା ସହିତ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ନୂଆପଡ଼ା,କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲା, ଯାହାକି ଆଜି ରାଜ୍ୟର ୨୩ ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।