ମା କୁହାଯାଉ ଥିବା ଗଙ୍ଗା ନଦୀରୁ ସବୁଦିନ ୨ କ୍ୱିଣ୍ଟାଲରୁ ଅଧିକ ପ୍ଲାଷ୍ଟିକ ଅଳିଆ ବାହାର କରୁଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ଗଙ୍ଗା ନଦୀ କୁ ଆମେ ସମସ୍ତେ ଆମ ମା ପରି ଜାଣିଚୁ I ଏବଂ ଏହି ଗଙ୍ଗା ନଦୀ ରେ ଆମ ର ଗଭୀର ସମ୍ପର୍କ ମଧ୍ୟ ଯୋଡି ହେଇଚି I ଯେପରି କି କୌଣସି ବି ଶୁଭ କାର୍ଯ୍ୟ ରେ ଗଙ୍ଗା ନଦୀ ର ପାଣି ବିଶେଷ ରୂପେ ବ୍ୟବହାର ହେଇଥାଏ I ଗଙ୍ଗା ନଦୀ କୁ ଆମେ ଗଙ୍ଗା ମୈଆ ରୂପେ ସମ୍ବୋଧନ କରିଥାଉ I ଏବଂ ଏହି ଗଙ୍ଗା ନଦୀ ଉପରେ ଭାରତ ର 40 ପ୍ରତିସଦ ଲୋକେ ନିର୍ଭର କରିଥାନ୍ତି I କିନ୍ତୁ ଏହି ଗଙ୍ଗା ନଦୀ କୁ ସଫାସୁତରା ରଖିବା କଥା ଆସିଲେ କେହି ମଧ୍ୟ ଏହା କୁ ଗୁରୁତ୍ୱ ଦେଇ ନ ଥାନ୍ତି I ଅନେକ ଲୋକେ ଏହି ଗଙ୍ଗା ନଦୀ ରେ ମଇଳା ଆଦି ପକାଇ ଏହା ର ପାଣି କୁ ପ୍ରଦୂଷିତ କରିଥାନ୍ତି I ବିଗତ ଦିନ ରେ କେନ୍ଦ୍ର ସରକାର ଗଙ୍ଗା ନଦୀ କୁ ପରିସ୍କାର କରିବାକୁ ନମାମି ଗଙ୍ଗା ନାମ ଏକ ପରିଯୋଜନା ଆରମ୍ଭ କରିଛନ୍ତି I କିନ୍ତୁ ଆମ ସମସ୍ତ ଙ୍କୁ ଏଥିପ୍ରତି ଦାଇତ୍ୱ ନେବା ଉଚିତ I

ଆଜି ଆମେ ପଶ୍ଚିମ ବଙ୍ଗ ର ଜଣେ ବ୍ୟକ୍ତି ଙ୍କ ସହ ସାକ୍ଷ୍ୟାତ କରାଇବୁ ଯିଏ କି ସରକାର ଙ୍କ ର ଏହି ଯୋଜନା ର ନାମ ମଧ୍ୟ ଶୁଣି ନ ଥିବ କିନ୍ତୁ ପ୍ରତୋକ ଦିନ ସେ ଗଙ୍ଗା ନଦୀ କୁ ସଫା କରୁଛି I ଏହି ଭଲ କାର୍ଯ୍ୟ ରେ ନିଜ କୁ ନିୟୋଜିତ ରଖିଥିବା ଲୋକ ଟି ର ନାମ କଲିପଡା ଦାସ ଅଟେ I

48 ବର୍ଷୀୟ କଲିପଡା ପୂର୍ବ ରୁ ଜଣେ ମାଛ ଧରାଳି ଥିଲେ I କିନ୍ତୁ ବିଗତ ତିନି ବର୍ଷ ହେବ ନିଜ ର କାମ ଛାଡି ଗଙ୍ଗା ନଦୀ ରୁ ଆଦି ପ୍ରଦୂଷଣ କାରି ଜିନିଷ କୁ ସଫା କରିଥାନ୍ତି I ସେ ଏହି ସଫେଇ ଅଭିଯାନ KALABERIA ରୁ ଆରମ୍ଭ କରିଥିଲେ I ଏବଂ ନିଜ ର ଡଙ୍ଗା ରେ ବସି ସେ BERHAMPORE ଭାଗିରଥି ବ୍ରିଜ ରୁ FARSHDANGA ଘାଟ କୁ ଯାଇଥିଲେ I

ଜଣେ ମାଛ ଧରାଳି ହେଇ ଏପରି ଗଙ୍ଗା ନଦୀ ରୁ ପ୍ଲାଷ୍ଟିକ ସଫା କରିବା ବାସ୍ତବ ରେ ଗର୍ବ ର ବିଷୟ ଅଟେ I ତାଙ୍କୁ କୌଣସି ସରକାରୀ କି ଘରୋଇ ସଂଗଠନ କୌଣସି ସହାୟତା ଦେଇ ନାହିଁ I କଳିପଡା ଙ୍କ ର କହିବା ଅନୁସାରେ ପ୍ରତୋକ ଦିନ ସେ ଦୁଇ କ୍ୱିଣ୍ଟାଲ ପ୍ଲାଷ୍ଟିକ ଗଙ୍ଗା ନଦୀ ରୁ ବାହାର କରୁଛନ୍ତି I ଏବଂ ଏହି ଅଳିଆ କୁ ବିକ୍ରୟ କରି ସେ 2400 ରୁ 2600 ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି I

କଳିପଡା ଦାସ ସର୍ବଦା ଏହି ଗଙ୍ଗା ନଦୀ ସଫା କରିବା ରେ ନିଜ କୁ ନିୟୋଜିତ ରଖିଛନ୍ତି I କିନ୍ତୁ ଏହା ଆମ ସମସ୍ତ ଙ୍କ ର ଦାଇତ୍ୱ କି କିପରି ଆମେ ଗଙ୍ଗା ନଦୀ କୁ ସ୍ଵଚ୍ଚ ଓ ଆବର୍ଜନା ମୁକ୍ତ ରଖିପାରିବା I ଯାହା ଦ୍ୱାରା କି ଆମେ ଗଙ୍ଗା ନଦୀ ରୁ ଶୁଦ୍ଧ ଜଳ ପାଇପାରିବା I