( ଗରିବ ) ହେବାର ମୁଖ୍ୟ କାରଣ ଏହି 3ଟି ଭୁଲ, ଭୟଙ୍କର ଦରିଦ୍ରତା ଆସିବ, Odia Vastu

ନମସ୍କାର ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ ଘଟଣାରେ ଅନେକ ସଙ୍କେତ ଲୁଚି ରହିଥାଏ। ଏହି ସଙ୍କେତ କୁ ଯଦି ବୁଝି ନିଆଯାଏ ତାହେଲେ ଆମେ ଜାଣିପାରିବା ଯେ ଭବିଷ୍ୟତ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟାରୁ ମଧ୍ୟ ବଞ୍ଚି ପାରିବା। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେବେ ଦାରିଦ୍ର୍ୟତା ବଢିବାର ସମ୍ଭାବନା ହୋଇଥାଏ ତ ଘରେ ଛୋଟ ଛୋଟ ଘଟଣା ଇଶରା କରିଥାଏ। ଆଜି ଆସନ୍ତୁ ଜାଣିବା ଗରିବୀ ଆସିବାର କଣ କଣ ସଙ୍କେତ ମିଳିଥାଏ।

ଯଦି ଘରେ କିଛି ବି ସମସ୍ୟା ଆସିବାକୁ ଥାଏ ତେବେ ତାହାର ପ୍ରଭାବ ସବୁଠାରୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡ଼ିଥାଏ। ତୁଳସୀ ଗଛ ବିଲକୁଲ୍ ଶୁଖିଯାଇଥାଏ। ଯାହାଦ୍ଵାରା ଘରକୁ ଦାରିଦ୍ର୍ୟତା ଏବଂ ସମସ୍ୟା ଆସିବାର ସଙ୍କେତ ମିଳିଥାଏ। ଯଦି ଆପଣଙ୍କ ଘରେ ଲାଗିଥିବା ବୃକ୍ଷଲତାର ପ୍ରତ୍ର ଶୁଖିଯାଏ ତେବେ ତାକୁ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିଥିବା ବୃକ୍ଷଲତା ସର୍ବଦା ହରାଭରା ରହିବା ଦରକାର। ଘରେ ବୃକ୍ଷଲତାର ପତ୍ର ନଶୁଖିବା ଉଚିତ୍। ଏହାଦ୍ବାରା ବୁଧଗ୍ରହ ଖରାପ ହୋଇଥାଏ। ଏହାଦ୍ବାରା ଆପଣଙ୍କ ଉପରେ କରଜ ବଢ଼ିଥାଏ। ବୃକ୍ଷଲତାକୁ ସବୁଦିନ ପାଣି ଦିଅନ୍ତୁ ଯତ୍ନ ନିଅନ୍ତୁ ଏହାକୁ ଶୁଖିବାକୁ ଦିଅନ୍ତୁ ନାହିଁ।

ଘରେ ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ କାରଣ ଝାଡୁ ଦାରିଦ୍ର୍ୟତାକୁ ଘରୁ ବାହାର କରି ଦେଇଥାଏ। ଏହାଦ୍ବାରା ଘରେ ସୁଖ ସମୃଦ୍ଧି ଓ ଧନ ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଝାଡୁରେ ଗୋଡ଼ ନ ବଜାଇବା ଉଚିତ୍। ଏହାଦ୍ବାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଘରେ ଯଦି ଛୋଟପିଲା ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତେବେ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଙ୍କେତ ମାନା ଯାଇଥାଏ। ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନ ଲଗାଇବା ଉଚିତ୍ କାହିଁକି ନା ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରିତ କରିଥାଏ। ଝାଡୁକୁ ଠିଆ କରିକି କେବେବି ରଖନ୍ତୁ ନାହିଁ। ଝାଡୁକୁ ସର୍ବଦା ସୁଆଇକି ରଖିବା ଉଚିତ୍। ଝାଡୁକୁ ଠିଆ କରିକି ରଖିବା ଦ୍ଵାରା ଘରେ କଳହ ବଢ଼ିଥାଏ ଏବଂ ଘରେ ଗରିବୀ ଓ ଦାରିଦ୍ର୍ୟତାର ବାସ ହୋଇଥାଏ।

ଅନ୍ଧାର ହେବାପରେ ଆପଣ ଘରେ ଝାଡୁ ଲଗାନ୍ତୁ ନାହିଁ ନଚେତ୍ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତ ସେ ଯିବାପରେ ସଙ୍ଗେ ସଙ୍ଗେ ଘରେ ଝାଡୁ ଲଗାନ୍ତୁ ନାହିଁ କିଛି ସମୟ ଛାଡିକି ଆପଣ ଝାଡୁ ଲଗାଇ ପାରିବେ ତାହାବି ଭଗଵାନଙ୍କୁ ପାର୍ଥନା କରିବା ପରେ। ଝାଡୁକୁ ଆପଣ ଲୁଚାଇ ରଖିବା ଉଚିତ୍। କାହାର ନଜର ଝାଡୁ ଉପରେ ନ ପଡ଼ିବା ଉଚିତ୍। ଯେଉଁ ପ୍ରକାର ଧନକୁ ଲୁଚାଇ ରଖାଯାଏ ସେହି ପ୍ରକାର ଝାଡୁକୁ ବି ଲୁଚେଇ ରଖିବା ଉଚିତ୍। କେମିତି କାହାର ନଜର ଝାଡୁ ଉପରେ ନପଡେ। ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ କୌଣସି ପ୍ରମୁଖ ସ୍ଥାନ ନ ରଖିକି ଝାଡୁକୁ ଇଆଡ଼େ ସିଆଡେ ରଖି ଦିଅନ୍ତି ସେମାନଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଏହାଦ୍ବାରା ଖର୍ଚ୍ଚ ମଧ୍ୟ ବଢ଼ିଥାଏ। ବନ୍ଧୁଗଣ ଗାଈ କିମ୍ବା ଅନ୍ୟ ବସ୍ତୁକୁ ଝାଡୁରେ ମାରିବା ଅନୁଚିତ୍। ଏହାଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଠ ହୋଇକରି ଚାଲିଯାଇଥାଆନ୍ତି।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଯାଏ ସେଠାରେ ଅଚାନକ ଖର୍ଚ୍ଚ ବଢିଯାଏ। ଘରର ଲୋକ ବେମାରିରେ ପଡ଼ିଯାଆନ୍ତି। ବୋହୁତ ଲୋକ କରିଥାନ୍ତି କି କ୍ଷୀର ଉତୁରି ତଳେ ପଡ଼ିବ ଶୁଭ ହୋଇଥାଏ। କିନ୍ତୁ ଯଦି ସବୁବେଳେ କ୍ଷୀର ଉତୁରି ତଳେ ପଡେ ତେବେ ଏହା ଶୁଭ ନୁହେଁ। ସର୍ବଦା ଏମିତି ନ ହେବା ଉଚିତ୍।

ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି କିନ୍ତୁ ଆପଣ ଫେରିବା ସମୟରେ ଆପଣଙ୍କ ମୁଖ୍ୟ ଦ୍ଵାରରେ ସବୁଠୁ ପ୍ରଥମେ ଝିଟିପିଟିର ଦର୍ଶନ ହୋଇଯାଏ | ତେବେ ଏହାର ମାନେ ହେଉଛି ଆପଣଙ୍କ ଖରାପ ସମୟ ବୋହୁତ ଜଲ୍ଦୀ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ସାବଧାନ ରହିବା ଉଚିତ୍। ଘରେ ଝିଟିପିଟି ଦେଖାଦେବା ଏମିତିରେ ଶୁଭ ସଙ୍କେତ ହୋଇଥାଏ କିନ୍ତୁ ଯଦି ଆପଣ ନୂଆ ଘର ନେଇଛନ୍ତି ଏବଂ ସେହି ଘରେ ଝିଟିପିଟି ମାରିଗଲାର ମିଳିଗଲା ତେବେ ନୂଆ ଘରକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ପୂଜାପାଠ କରିଦେବା ଦରକାର। ଯଦି ଏମିତି ନ କରନ୍ତି ତେବେ ସମସ୍ୟା କେବେବି ଆପଣଙ୍କ ପିଛା ଛାଡିନଥାଏ।

ଯଦି ଜଣାଅଜଣାରେ ଝିଟିପିଟି ଆପଣଙ୍କ ଶରୀରର ଅଙ୍ଗ ଉପରେ ପଡ଼ିଯାଏ ତ ଏହାବି ଆଗକୁ ଆସୁଥିବା ସମୟର ସୂଚନା ଦେଇଥାଏ। ଯେମିତି ଝିଟିପିଟି ଆପଣଙ୍କ ଶରୀରର ମଥା ଉପରେ ପଡ଼େ ତ ଏହା ଆପଣଙ୍କ ପାଇଁ ଖୁସୀର ସଙ୍କେତ ହୋଇଥାଏ ଏବଂ ଜଲ୍ଦୀ ହିଁ ଆପଣଙ୍କୁ ଧନ ଲାଭ ହେବାକୁ ଯାଉଛି। କିନ୍ତୁ ଝିଟିପିଟି ଆପଣଙ୍କ ମୁଣ୍ଡ ଉପର ବାଳ ଉପରେ ପଡ଼ିଥାଏ ତ ଆପଣ ସତର୍କ ହୋଇଯାଆନ୍ତୁ। କାହିଁକି ନା ଆପଣଙ୍କ ଜୀବନରେ ବୋହୁତ ବଡ଼ ସମସ୍ୟା ଆସିବାକୁ ଯାଉଛି।

ସେହିପରି ଆଖି ଡେଇଁବା ଆପଣଙ୍କର ଆଗକୁ ଆସୁଥିବା ସମୟର ସୂଚନା ଦେଇଥାଏ। ମହିଳାମାନଙ୍କ ବାମ ଆଖି ଡେଇଁଲେ ଏହାର ମାନେ ହେଉଛି ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଏହା ଶୁଭ ସଙ୍କେତର ଇଶରା କରିଥାଏ। ଯଦି ବାମ ଆଖି ଚାରିପଟରୁ ଫଡଫଡ ହୋଇଥାଏ ତେବେ ଏହାର ମାନେ ହେଉଛି ଆପଣଙ୍କ ବାହାଘର ଜଲ୍ଦୀ ହିଁ ହେବାକୁ ଯାଉଛି। ମହିଳା ମାନଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ଅଶୁଭ ହୋଇଥାଏ। ଡାହାଣ ଆଖି ଡେଇଁବା ଆପଣଙ୍କ ଜୀବନରେ ସଙ୍କଟ ଆସିବାର ସଙ୍କେତ ଦେଇଥାଏ। ପୁରୁଷଙ୍କ ବାମ ଆଖି ଡେଇଁବାର ଅର୍ଥ ତାଙ୍କ ଜୀବନରେ ଅଧିକ କଷ୍ଟ ଆସିବାକୁ ଯାଉଛି। ସେମିତି ପୁରୁଷଙ୍କ ଡାହାଣ ଆଖି ଡେଇଁବାର ଅର୍ଥ ଏହା ଅଟେ କି ଆପଣଙ୍କ ଜୀବନରେ କିଛି ଶୁଭ ସମାଚାର ଆସିବାକୁ ଯାଉଛି।

କାଉ ଦ୍ଵାରା ବି ଆଗକୁ ଆସୁଥିବା ସମୟ ବିଷୟରେ ସୂଚନା ମିଳିଥାଏ। ଯଦି କାଉ କୌଣସି ସ୍ତ୍ରୀର ମୁଣ୍ଡ ଉପରେ ଆସି ବସିଯାଏ ତେବେ ସେହି ସ୍ତ୍ରୀର ସ୍ଵାମୀ ଉପରେ ସଙ୍କଟ ଆସିବାର ସଙ୍କେତ ଦେଇଥାଏ। ଯଦି କୌଣସି ଘର ଉପରେ ଅଚାନକ ବୋହୁତସାରା କାଉ ଆସିକରି ରାବି ଥାଆନ୍ତି ତେବେ ଏହା ସେହି ଘର ଉପରେ ଆସିବାକୁ ଥିବା କିଛି ବଡ଼ ସଂକଟର ସୂଚନା ଦେଇଥାଏ।

ଘରେ କାଚର କୌଣସି ଜିନିଷ ବା ପାତ୍ର ତଳେ ପଡି ଭାଙ୍ଗିଗଲେ ଏହାକୁ ବି ଦାରିଦ୍ର୍ୟତା ଆସିବାର ସଙ୍କେତ ମାନାଯାଏ।