ଗିରଫ ହେଲା Delivery Boy: ଘଟଣା ସ୍ଥଳକୁ ଯାଇ Demo ଦେଖାଇବ ପତିତପାବନ, ସବୁ ସତ ଆସିଲା ପଦାକୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର ଗିରଫ ହେଲା ଡେଲିଭରି ବୟେ, ଘଟଣାସ୍ଥଳକୁ ଯାଇ ଡେମୋ ଦେଖାଇବ ପତିତପାବନ। ବୋହୁ ଚର୍ଚ୍ଚିତ ଡେଲିଭରି ବୟେର ମିଥ୍ୟା ଅପହରଣର ଘଟଣା, ପତିତପାବନକୁ ଗିରଫ କରିଛି ଭୁବନେଶ୍ୱର ଧଉଳି ଥାନା ପୋଲିସ୍। ନିଜ ଅପହରଣର ନାଟକ ରଚିଥିବ ପତିତପାବନ ପୃଷ୍ଟିକୁ ମଧ୍ୟପ୍ରଦେଶରୁ ଆଜି ସକାଳେ ଭୁବନେଶ୍ୱର ଅଣାଯାଇଛି।

ତାର ପ୍ରେମିକା ସହ ତାକୁ ଭୁବନେଶ୍ୱର ଅଣାଯାଇଛି, ସେହି ଯୁବତୀଙ୍କୁ ସେଥିରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା। ସ୍ପେଶଲ୍ ସ୍କ୍ୱାର୍ଡର ୪ଜଣିଆ ଟିମ୍ ସେମାନଙ୍କୁ ଧରି ଓଡ଼ିଶା ଫେରିଛି। ତେବେ ସୋମବାର ଦିନ ମଧ୍ୟପ୍ରଦେଶର କଟନି ଜିଆର୍ପି ସେମାନଙ୍କୁ ଠାବ କରି କମିଶନର ପୋଲିସଙ୍କୁ ଜଣାଇଥିଲେ। ପତିତପାବନ ପତ୍ନୀଙ୍କୁ ବି ପୋଲିସ୍ ପଚରା ଉଚୁରା କରିପାରେ ବୋଲି ସୂଚନା ରହିଛି।

ଅନ୍ୟପଟେ ଏମାନଙ୍କୁ ଓଡ଼ିଶା ବାହାରକୁ ଖସିବାରେ ସହଯୋଗ କରିଥିବା ଯୁବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଛି। ତେବେ ଯେଉଁ ଜାଗାରେ ମିଥ୍ୟା ଅପହରଣ ଓ ମିଛ ନାଟକ ରଚିଥିଲା ସେହି ଜାଗାକୁ ପତିତପାବନକୁ ନେଇ ପଚରା ଉଚୁରା କରିପାରେ ପୋଲିସ୍। ଧଉଳି ଥାନା ପୋଲିସ୍ ଗୋ ପୋଲିସ୍ ସହ ଯୋଗାଯୋଗ କରୁଛି।

ପତିତପାବନ ପୃଷ୍ଟି ପ୍ରେମ ପାଇଁ ନିଜେ ରଚିଥିଲା ନିଜର ଅପହରଣ ନାଟକ। ତାଙ୍କୁ ଅପହରଣ କରାଯାଇଥିବା ନେଇ ସେ ତାଙ୍କ ପତ୍ନୀଙ୍କୁ ଅଡିଓ ମ୍ୟାସେଜ୍ ମଧ୍ୟ ପଠାଇଥିଲା। ଏହି ଅଡିଓ ମ୍ୟାସେଜ୍ ରୁ ତାକୁ ଅପହରଣ କରାଯାଇଥିବା ନେଇ ପୋଲିସ୍ ସନ୍ଦେହ କରିଥିଲା।

ମଧ୍ୟପ୍ରଦେଶ ପଳାଇଥିବା ସନ୍ଦେହ କରି ମଧ୍ୟପ୍ରଦେଶ RPF ସହ ଯୋଗାଯୋଗ ମଧ୍ୟ କରିଥିଲା। ତେବେ ମଧ୍ୟପ୍ରଦେଶ RPF ସହାୟତାରେ ପତିତପାବନ ଓ ତାଙ୍କ ସହ ଥିବା ଯୁବତୀଙ୍କୁ ଅଟକ ରଖାଯାଇଛି।