ଏହି ମାର ମମତାର କାହାଣୀ ପଢିକି ସତରେ ଆପଣଙ୍କ ହୃଦୟ ବି କାନ୍ଧି ଉଠିବ…

କୁହାଯାଏ ଦୁନିଆରେ ମା ହିଁ କେବଳ ଗୋଟିଏ ଲୋକ ଯିଏ କି ଯେ କୌଣସି ପରିସ୍ଥିତିରେ ନିଜ ପିଲା ଙ୍କୁ ଭଲ ପାଇଥାନ୍ତି | ଆଜ୍ଞା ହଁ ତେଣିକି ତା ପିଲାଟି ଯେପରି ବି ହେଇଥାଉ ନା କାହିଁକି,କିନ୍ତୁ କୌଣସି ବି ମା ନିଜ ପିଲା ଙ୍କୁ ନେଇ କେବେ ହେଲେ ମତଲବି ବା ସ୍ଵାର୍ଥପର ହେଇ ନ ଥାନ୍ତି | ଆଜି ଏହିପରି ଏକ ମା ଙ୍କ ବିଷୟ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାଙ୍କ କାହାଣୀ ଶୁଣିବା ପରେ ଆପଣ ବି କାନ୍ଦି ପକାଇବେ | ଗୋଟେ ମା ଯାହାର ପିଲାର ଚେହେରା ଯେବେବି ଖରାପ ଓ ଭୟାନକ ହେଉନା କାହିଁକି କିନ୍ତୁ ଏହି କାରଣ ପାଇଁ ସେ ନିଜ ପିଲାକୁ ଭଲ ପାଇବା ବନ୍ଧ କରି ନଥାଏ | ଆଜ୍ଞା ହଁ ଗୋଟେ ମା ପାଇଁ ତା ପିଲା ଦୁନିଆର ସୁବୁଠୁ ସୁନ୍ଦର ପିଲା ହୋଇଥାଏ |

ବୋଧେ ଏହି କାରଣ ଯୋଗୁ ଭଗବାନ ଦୁନିଆରେ ମା ର ରଚନା କରିଛନ୍ତି, କାରଣ ଗୋଟେ ମା କୌଣସି ବି ପରିସ୍ଥିତିରେ ନିଜ ପିଲାଙ୍କୁ ସ୍ୱୀକାର କରି ପାରନ୍ତି| ଯଦି ଆମେ ଏହା କହିବା କି ମା ଠାରୁ ବଳି ଏହି ଦୁନିଆରେ ଆଉ କେହି ନାହାନ୍ତି ତ ଏହା କିଛି ବି ଭୁଲ ନୁହଁ | ଆଜି ଆମେ ଯେଉଁ ମା ଙ୍କ ବିଷୟ ରେ କହିବାକୁ ଯାଉଛୁ, ସେ ନିଜର ମମତାରେ ମା ଶବ୍ଦର ଗୋଟେ ନୁଆ ଅଧ୍ୟାୟ ଆରମ୍ଭ କରିଦେଇଛନ୍ତି | ଆଜି ଆମେ ଯେଉଁ ମା ଙ୍କ ବିଷୟରେ ଆଲୋଚନା କରୁଚୁ ତାଙ୍କର ନାମ ନତାଲି ବିବର ଅଟେ | ଯିଏ ଆମେରିକାର ନର୍ଥ କେରୋଲିନା ରେ ରୁହନ୍ତି | ନତାଲି ଙ୍କର ଗୋଟେ ଝିଅ ଅଛି ଶାରୀରିକ ଓ ମାନସିକ ରୂପେ ଦିବ୍ୟାଙ୍ଗ ଅଟନ୍ତି |

ଆପଣଙ୍କୁ କହି ରଖୁ କି ନତାଲିଙ୍କର ଝିଅର ନାମ ସୋଫିଆ ଅଟେ | ଯିଏ ଜନ୍ମରୁ ଏପରି ସ୍ଥିତିରେ ଅଛନ୍ତି | କିନ୍ତୁ ନତାଲି ଏକ ମା ଭାବରେ ନିଜ ଝିଅ ପ୍ରତି ସ୍ନେହରେ କୌଣସି ଉଣା କରି ନାହାନ୍ତି |ବାସ୍ତବରେ ସେ ନିଜ ଝିଅକୁ ବହୁତ ପ୍ରେମ ଓ ସମ୍ମାନ ଦେଇଛନ୍ତି | ନତାଲିଙ୍କ କହିବା ଅନୁସାରେ ସେ କେବେ ଚାହାନ୍ତି ନାହିଁ କି ତାଙ୍କ ଝିଅ ଏହା ଜାଣୁ କି ସେ ଏକ ଅସାଧାରଣ ବା ଦିବ୍ୟାଙ୍ଗ ଅଟେ I ନତାଲିଙ୍କ ଅନୁସାରେ ଏହି ପିଲାଙ୍କୁ ସାଧାରଣ ପିଲାଙ୍କ ଅପେକ୍ଷ୍ୟା ଅଧିକ ସ୍ନେହ ବା ମମତାର ଆବଶ୍ୟକତା ରହିଥାଏ | ସେଥି ପାଇଁ ଏପରି ପିଲାଙ୍କ ସାଙ୍ଗରେ ସର୍ବଦା ଧାର୍ଯ୍ୟସହ କାମ କରିବା ଉଚିତ| କାରଣ ଏମାନଙ୍କୁ ପ୍ରତେକ କାମ ଶିଖିବା ପାଇଁ ଅଧିକ ସମୟ ଲାଗିଥାଏ | ସେଥି ପାଇଁ ଏହି ପିଲାଙ୍କ ସହିତ ଅଧିକ ଧାର୍ଯ୍ୟ ରଖିବା ବହୁତ ଆବଶ୍ୟକ ଅଟେ |

ଆପଣଙ୍କୁ କହି ରଖୁ କି ନିଜ ଝିଅକୁ ନେଇ ନତାଲି ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହିଥାନ୍ତି I ସୋସିଆଲ ମିଡିଆରେ ସେ ପ୍ରାୟ ସମୟରେ ଏପରି ଛୁଆଙ୍କ ହକ ପାଇଁ ଲଢ଼ିବା ସହ ଏମାନଙ୍କ ଅଧିକାର ବିଷୟରେ ଖୋଲିକି ଚର୍ଚା କରିଥାନ୍ତି | ଏହି ବିଷୟରେ ନତାଲି କହିଲେ କି ଏହି ପରି ପିଲାଙ୍କୁ ବି ଅନ୍ୟ ପିଲାଙ୍କ ପରି ବଢିଆ ଜୀବନ ଜାପାନ କରିବା ଅଧିକାର ଅଛି | ମା ଙ୍କ ର ସମର୍ଥନ କାରଣ ରୁ ହିଁ ସୋଫିଆ ଦିବ୍ୟାଙ୍ଗ ହେବା ପରେ ମଧ୍ୟ ସାଧାରଣ ପିଲାଟି ପରି ଜୀବନ ବିତାଉଛନ୍ତି I