ଆମ ଶରୀର ଖୁବ କୋମଳ ହେଇଥାଏ ଓ ଭଗବାନ ବହୁତ ଭାବିଚିନ୍ତି ଆମ ମଣିଷ କୁ ସୃଷ୍ଟି କରିଛନ୍ତି I ଆପଣ ବି ଦେଖିଥିବେ ଆପଣ ଙ୍କ ଅଙ୍ଗ କୁ ଟିକେ ବି ଆଘାତ ଲାଗିଲେ ଆପଣ କଷ୍ଟ ପାଇଥାନ୍ତି I କିନ୍ତୁ ଟିକେ ଚିନ୍ତା କରିଲେ ଯଦି ଜଣେ ବ୍ୟକ୍ତି ଙ୍କ ର ବେକ ବଙ୍କା ହେଇ ରହିଥିବ ତ ତାଙ୍କ ର ଜୀବନ ହେଉଥିବ I ଜଣେ ପିଲାଟି ର ବେକ 90 ଡିଗ୍ରୀ ପର୍ଯ୍ୟନ୍ତ ମୋଡି ହେଇ ଯାଉଛି I
ପିଲାଙ୍କ ପରି ଖେଳ କୁଦ କରି ପାରେ ନାହିଁ ସେ ସାଧାରଣ ପିଲା ଙ୍କ ଠାରୁ ଟିକେ ଭିର୍ନ ଅଟେ I କାରଣ ଏହି ପିଲାଟି ର ବେକ ଟି 90 ଡିଗ୍ରୀ ବଙ୍କା ହେଇ ଯାଇଛି I ପାକିସ୍ତାନ ର ମୀଠୀ ଅଂଚଳ ରେ ରହୁଥିବା ଏହି 9 ବର୍ଷ ର ଅଫସିନ ଙ୍କ ର ବେକ ଆଜିଠାରୁ ନୁହେ ଅନେକ ବର୍ଷ ରୁ ଏପରି ହେଇ ଯାଇଛି I ପିଲାଟି ତିନି ଭାଇ ଭଉଣୀ ସେମାନେ କିନ୍ତୁ ସବୁ ସୁସ୍ଥ ଅଛନ୍ତି I ମାତା ପିତା ଝିଅ କୁ ଅନେକ ଡାକ୍ତର ଙ୍କୁ ଦେଖାଇଲେ ହେଲେ କୌଣସି ବି ଡାକ୍ତର ଏହି ଚିକିତ୍ସା କରିପାରିଲେ ନାହିଁ I
କୌଣସି ବି ଡାକ୍ତର ଜାଣିପାରୁ ନ ଥିଲେ ଏପରି ସମସ୍ୟା ର ସମାଧାନ କିପରି ହେବ I ତେବେ ଅଫସିନା ଙ୍କ ର ଚିକିତ୍ସା ଯେଉଁ ବଡ଼ ହସ୍ପିଟାଲ ରେ ସମ୍ଭବ ସେହି ହସ୍ପିଟାଲ ପାଁଇ ତାଙ୍କ ପାଖ ରେ ସେତିକି ଅର୍ଥ ନାହିଁ I ପିଲାଟି ଖାଦ୍ୟ ଖାଇବାକୁ ଟୟଲେଟ ଯିବାକୁ ଜଣେ ତା ପାଖ ରେ ରହିବା ଦରକାର I
ସୂଚନା ମୁତାବିକ ଅଫସିନା 8ମାସ ର ଥିବା ସମୟ ରେ ଦିନେ ଘର ବାହାରେ ଖେଳୁଥିଲେ ସେହି ସମୟ ରେ ସେ ଟିକେ ପଡି ବେକ ରେ ଆଘାତ ଲାଗିଥିଲା I ଘର ଲୋକେ ସେ ସମୟ ରେ ଏହା ସାଧାରଣ ଆଘାତ ବୋଲି ଭାବି ଅଣଦେଖା କରିଥିଲେ I ଏବଂ ଏହା ର ପରିଣତି ଧୀରେ ଧୀରେ ଏପରି ହେଇଗଲା I ତେବେ ପିଲାଟି ର ଯେତିକି ଚିକିତ୍ସା ରେ ଅର୍ଥ ଦରକାର ସେତିକି ମାତା ପିତା ଙ୍କ ପାଖ ରେ ନାହିଁ I