ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଆମ ଓଲିଉଡର ହିରୋମାନେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ପାରିଶ୍ରମିକ ବାବଦକୁ କେତେ ଟଙ୍କା ନେଇଥାନ୍ତି। ତେବେ ଆସନ୍ତୁ ଜାଣିବା…
ସିଦ୍ଧାନ୍ତ ମହାପାତ୍ର
ସିଦ୍ଧାନ୍ତ ମହାପାତ୍ରଙ୍କୁ ଅନେକ ଲୋକ ମୁନ୍ନା ଭାଇ ନାମରେ ମଧ୍ୟ ଜାଣିଥିବେ। ତାଙ୍କର ପ୍ରଥମ ଫିଲ୍ମ ଶ୍ରଦ୍ଧାଞ୍ଜଳିରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ଏହାଛଡା ସେ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଲୋକସଭାର ସଦସ୍ୟ ରହିସାରିଛନ୍ତି। ସେ ଓଡ଼ିଆ ଫିଲ୍ମ ଜଗତରେ ନୂତନ ଯୁଗର ଆରମ୍ଭ କରିଥିଲେ। ତାଙ୍କର ବୋହୁତ ଅଧିକ ଫ୍ୟାନ ଫଲୋଇଙ୍ଗ୍ ମଧ୍ୟ ରହିଛି। ତାଙ୍କୁ ଓଡ଼ିଶାର ପ୍ରଥମ ସୁପରଷ୍ଟାର କହିଲେ ମଧ୍ୟ ଅତୃପ୍ଟି ହେବ ନାହିଁ। ସେ ବେଷ୍ଟ ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡ଼ ୭ ଥର ଜିତି ସାରିଛନ୍ତି। ସେ ୨୦୧୦ ପର୍ଯ୍ୟନ୍ତ ଗୋଟିଏ ଫିଲ୍ମରେ ରୋଲ୍ କରିବା ପାଇଁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ନେଉଥିଲେ କିନ୍ତୁ ଏବେ ସେ ଗୋଟିଏ ଫିଲ୍ମରେ ରୋଲ୍ କରିବା ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ନେଉଛନ୍ତି।
ସବ୍ୟସାଚୀ ମିଶ୍ର
ସେ ଏଭଳି ଜଣେ ଓଡ଼ିଆ ଅଭିନେତା ଅଟନ୍ତି ଯିଏ କି ଅନେକ ତେଲଗୁ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି। ସେ ନିଜ ପ୍ରଥମ ଫିଲ୍ମ ପାଗଳ ପ୍ରେମୀରୁ ଓଲିଉଡରେ ଏଣ୍ଟ୍ରି କରିଥିଲେ। ଏଥିପାଇଁ ତାଙ୍କୁ ସ୍ବର୍ଗତ ଡାଇରେକ୍ଟର ହର ପଟ୍ଟନାୟକ ବୋହୁତ ସହାୟତା କରିଥିଲେ। ସେ ଓଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତା ମଧ୍ୟରୁ ପିଲାଟା ବିଗିଡ଼ି ଗଲା, କେଉଁ ଦୁନିଆରୁ ଆସିଲ ବନ୍ଧୁ, ମତେ ଆଣି ଦେଲ ଲକ୍ଷେ ଫଗୁଣ ଇତ୍ୟାଦି ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ସବ୍ୟସାଚୀ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି।
ଅରିନ୍ଦମ ରାୟ
ଅରିନ୍ଦମ ରାୟ ଓଲିଉଡର ଏଭଳି ଷ୍ଟାର ଯିଏ କି ଅନେକ ବଙ୍ଗାଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ୨୦୦୬ ମସିହାରେ ନିଜର ପ୍ରଥମ ଫିଲ୍ମ ପ୍ରେମଋତୁ ଆସିଲା ରେ ଅଭିନୟ କରିଥିଲେ। ଏହାପରେ ସେ ଅନେକ ହିଟ୍ ଫିଲ୍ମ ଦେଇସାରିଛନ୍ତି। ସେଥି ମଧ୍ୟରୁ ଲାଲ୍ ଟୁକୁ ଟୁକୁ ସାଧବ ବୋହୁ, କାଳୀ ଶଙ୍କର, ଏମନ ମାନେନା, ତୁ ଥା ମୁଁ ଯାଉଛି ରୁଷି, କ୍ରିମିନାଲ, ପର୍ଶୁରାମ, ଗୁଡ଼ ବୟେ, ପାରିବେନି କେହି ଅଲଗା କରି, ଅଶୋକ ସମ୍ରାଟ, ମୁଁ ରାଜା ତୁ ରାଣୀ, ଇସ୍କ୍ ତୁହି ତୁ ଇତ୍ୟାଦି ହିଟ୍ ଫିଲ୍ମ ଦେଇ ସାରିଛନ୍ତି। ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ନେଇଥାନ୍ତି।
ବାବୁଶାନ୍ ମହାନ୍ତି
ବାବୁଶାନ୍ ଙ୍କ ପିତା ଉତ୍ତମ ମହାନ୍ତି ଏବଂ ମାତା ଅପରାଜିତା ମହାନ୍ତି। ସେ ୨୦୦୯ ମସିହାରେ ନିଜର ପ୍ରଥମ ଫିଲ୍ମ ରୋମିଓ ଦ ଲଭର୍ ବୟେରୁ ଓଲିଉଡରେ ଏଣ୍ଟ୍ରି କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ଚାଲିଛନ୍ତି। ସେଗୁଡିକ ମଧ୍ୟରୁ ତୋ ଆଖିରେ ମୁଁ, ସଞ୍ଜୁ ଆଉ ସଞ୍ଜନା, ଥିକୁଲ୍, ଇଡିଅଟ, ଡାହା ବାଳୁଙ୍ଗା, ଆଖିରେ ଆଖିରେ, ଲେଖୁ ଲେଖୁ ଲେଖି ଦେଲି, ସୁପର ମିଛୁଆ, ଲଭ୍ ଷ୍ଟେସନ, ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ୍ ଖାନ୍ ଏବଂ ଲୋକାଲ ଟୋକା ଲଭ୍ ଚୋଖା ଇତ୍ୟାଦି ହିଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି। ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ବର୍ତ୍ତମାନ ସମୟରେ ୨୦ ଲକ୍ଷରୁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି। ଏହାଛଡା ଓଡ଼ିଶାରେ ତାଙ୍କର ସବୁଠାରୁ ଅଧିକ ଫ୍ୟାନ ଫଲୋଇଙ୍ଗ୍ ରହିଛି। ଖୁବ୍ କମ୍ ସମୟରେ ମଧ୍ୟରେ ବାବୁଶାନ୍ ଓଲିଉଡର ନମ୍ୱର୍ ୧ ହୋଇ ପାରିଛନ୍ତି।
ଅନୁଭବ ମହାନ୍ତି
ସେ ବସନ୍ତ ନାୟକଙ୍କ ନିର୍ଦ୍ଦେଶନାରେ ତାଙ୍କର ପ୍ରଥମ ଫିଲ୍ମ ୨୦୦୪ ମସିହାରେ ଆଇ ଲଭ୍ ୟୁ ରୁ ଡ଼େବ୍ୟୁ କରିଥିଲେ। ଏହାପରେ ସେଥିରେ, ନେଇଯାରେ ମେଘ ମତେ, ସୁନା ଛଡେଇ ମୋ ରୂପା ଚଢ଼େଇ, ଆକାଶେ କି ରଙ୍ଗ ଲାଗିଲା, ଅଭିମନ୍ୟୁ, ଦିୱାନା, ବାଳୁଙ୍ଗା ଟୋକା, ସମଥିଙ୍ଗ୍ ସମଥିଙ୍ଗ୍, ମେଟ୍ରିକ୍ ଫେଲ୍, ଏସିପୀ ରଣବୀର, ହାତ ଧରି ଚାଲୁଥା, ଅଗସ୍ତ୍ୟ, ଅଭୟ ଇତ୍ୟାଦି ହିଟ୍ ଫିଲ୍ମ ଦେଉଛନ୍ତି। ଏହାଛଡା ତାଙ୍କର ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଫିଲ୍ମ ବିଜୁବାବୁ ଭଲ ବ୍ୟବସାୟ ନକରି ପରି ଫ୍ଲପ୍ ହୋଇଯାଇଥିଲା। ଏବେ ସେ କେନ୍ଦ୍ରାପଡ଼ାରୁ ସାଂସଦ ଅଛନ୍ତି। ସେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୨୫ ରୁ ୩୦ ଲକ୍ଷ ଟଙ୍କା ନେଇଥାନ୍ତି।