ମୋବାଇଲ କମ୍ପାନୀ ମାନେ ଗୋଟିଏ ମୋବାଇଲ ବିକ୍ରି କଲେ କେତେ ରୋଜଗାର କରିଥାନ୍ତି ? ଆସନ୍ତୁ ଆଜି ଜାଣିନେବା

କଣ ଆପଣ କେବେ ଚିନ୍ତା କରିଛନ୍ତି ଆମେ ଯେଉଁ ମୋବାଇଲ କିଣୁଛେ ଏହା ଦ୍ୱାରା ମୋବାଇଲ କମ୍ପାନୀ କେତେ ରୋଜଗାର କରିଥାନ୍ତି I ପ୍ରତୋକ ମୋବାଇଲ କମ୍ପାନୀ ର ଲାଭ ର ଅନୁପାତ ଅଲଗା ଅଲଗା ହେଇଥାଏ I ବଡ଼ କମ୍ପାନୀ ନିଜ ମୋବାଇଲ ବିକ୍ରୟ ଉପରେ ଅଧିକ ଲାଭ ପାଇଥାନ୍ତି I ଏବଂ ଛୋଟ କମ୍ପାନୀ ଅଳ୍ପ ଲାଭ ପାଇଥାନ୍ତି I

ଫୋନ ବିକ୍ରୟ ରେ ଅଧିକ ଲାଭ ହାସିଲ କରୁଥିବା କମ୍ପାନୀ ହେଉଛି ଆପେଲ କମ୍ପାନୀ I ଏକ ରିପୋର୍ଟ ଅନୁସାରେ ଆପେଲ କମ୍ପାନୀ ନିଜ ର ପ୍ରତିଟି ମୋବାଇଲ ବିକ୍ରି ଉପରେ 150 ଡଲାର ରୋଜଗାର କରିଥାଏ ଅର୍ଥାତ ଭାରତୀୟ ମୁଦ୍ରା ରେ ଏହା 9600 ଟଙ୍କା ଅଟେ I ସବୁଠାରୁ ଅଧିକ ଦାମୀ ଫୋନ ର ବିକ୍ରୟ ରେ କମ୍ପାନୀ 60% ଲାଭ ପାଇଥାନ୍ତି I

ସାଂମସଙ୍ଗ କମ୍ପାନୀ ଏହି ମାମଲା ରେ ଅନେକ ପଛ ରେ ରହିଛି I ଆଜିକା ଦୁନିଆ ରେ ସବୁଠାରୁ ଅଧିକ ସ୍ମାର୍ଟଫୋନ କେବଳ ସମସାଙ୍ଗ କମ୍ପାନୀ ର ହିଁ ବିକ୍ରୟ ହେଉଛି I ସାରା ଦୁନିଆ ରେ ଏହା ର ଚାହିଦା ଅଧିକ ରହିଛି I ତେଣୁ ଏହି ସମସାଙ୍ଗ ର କଷ୍ଟମରର୍କେୟର ମଧ୍ୟ ସାରା ଦୁନିଆ ରେ ରହିଛି I ଏହି କମ୍ପାନୀ ଏକ ଫୋନ ବିକ୍ରୟ ରେ 1900 ଟଙ୍କା ରୋଜଗାର କରିଥାଏ I

ସେହିପରି ଚାଇନା କମ୍ପାନୀ ଓପୋ , ଭିବୋ I ହୁଅଇ ନିଜ ର ପ୍ରତିଟି ମୋବାଇଲ ରେ 960 ଟଙ୍କା ଲାଭ ପାଇଥାନ୍ତି I ଓପୋ କମ୍ପାନୀ ପ୍ରାୟ 890 ଟଙ୍କା ଏକ ମୋବାଇଲ ବିକ୍ରୟ ରେ ଲାଭ ପାଇଥାଏ I ଏବଂ ଭିବୋ ଫୋନ ନିଜ ର ଏକ ମୋବାଇଲ ବିକ୍ରୟ ରେ 830 ଟଙ୍କା ଲାଭ ହାସିଲ କରିଥାଏ I

ସେହିପରି ବର୍ତମାନ ସମୟ ରେ ରେଡମି ପରି କମ୍ପାନୀ ଭାରତୀୟ ବଜାର ରେ ଅଧିକ ବିକ୍ରୟ ହେଉଛି ଏହା ର ଏକ ମୋବାଇଲ ବିକ୍ରୟ ହେଲେ କମ୍ପାନୀ 10 – 15 % ଲାଭ ପାଇଥାଏ I ଅର୍ଥାତ 15000 ଟଙ୍କିଆ ଫୋନ ବିକ୍ରୟ ହେଲେ କମ୍ପାନୀ 1750 ଟଙ୍କା ଲାଭ ହାସିଲ କରିଥାଏ I