ନମସ୍କାର ବନ୍ଧୁଗଣ କାବୁ ପାଉଛି କୋରୋନା ବିଭିନ୍ନ ରାଜ୍ୟ ଅନ୍ ଲକ୍ ହେଉଛି। ଜୁଲାଇ ଗାଇଡ ଲାଇନରେ କିଛି ରାଜ୍ୟ କୋଭିଡ୍ କଟକଣାକୁ ଅଧିକ କୋହଳ କରିଛନ୍ତି। ୨ ମାସ ପରେ କାଲି ଠାରୁ ଦିଲ୍ଲୀରେ ସର୍ତ୍ତ ସହିତ ଖୋଲିବ ଜିମ୍, ଯୋଗ ସେଣ୍ଟର୍। କେବଳ ୫୦% କ୍ଷମତା ସହିତ ଖୋଲିବାକୁ ଅନୁମତି ମିଳିଛି। ବାହାରେ ମଣ୍ଡପ ଏବଂ ହୋଟେଲରେ ବାହାଘର ଆୟୋଜନ ହେବ। ସାମିଲ୍ ହେବେ ସର୍ବାଧିକ ୫୦ ଜଣ। ସେପଟେ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍ କେସ୍ ଚିହ୍ନଟ ପରେ ପୁଣି ବଢ଼ିଛି କଟକଣା।
ପୂର୍ବରୁ ଜାରୀ ହୋଇଥିବା ଲେଵୁଲ୍ ୧ ଏବଂ ଲେବୁଲ୍ ୨ ରେ ଅନ୍ ଲକ୍ ପ୍ଲାନ୍ ହଟାଇ ଦେଇଛନ୍ତି ସରକାର। ଏଥିରେ ପ୍ରାୟ କଟକଣା ଉଠିଥିଲା। ସଂକ୍ରମଣ ବଢୁଥିବାରୁ ଲେଵୁଲ୍ ୩ କଟକଣା ଜାରୀ କରାଯାଇଛି। ଜୁଲାଇରେ ଖୋଲିବ ନାହିଁ ମଲ୍ ଏବଂ ସିନେମା ହଲ୍। ସନ୍ଧ୍ୟା ୪ ଭିତରେ ହୋଟେଲ୍ ରେ ଖାଇବାକୁ ଅନୁମତି ରହିବ, ତାପରେ କେବଳ ପାର୍ସଲ୍ ନେବେ ଗ୍ରାହକ। ରାଜସ୍ଥାନରେ ଜୁଲାଇ ଗାଇଡ ଲାଇନରେ କଟକଣା କୋହଳ ହୋଇଛି। ସର୍ବ ସାଧାରଣ ସ୍ଥାନକୁ ଯିବା ପାଇଁ ଟୀକାର ଗୋଟିଏ ଡୋଜ୍ ବାଧ୍ୟତାମୂଳକ। କାଲି ଠାରୁ ସରକାରୀ ଅଫିସ୍ ସନ୍ଧ୍ୟା ୬ ଟା ଯାଏଁ ଖୋଲିବ। ସର୍ତ୍ତ ସହିତ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ରହିଛି।
୬୦% କର୍ମଚାରୀ ଟୀକା ନେଇଥିବା ଜିମ୍ ଏବଂ ରେଷ୍ଟୁରାଣ୍ଟକୁ ଅତିରିକ୍ତ ସମୟ ଦିଆଯିବ। ମଣ୍ଡପରେ କେବଳ ବିବାହ ପାଇଁ ଅନୁମତି ମିଳିବ। ସେପଟେ ଜୁଲାଇ ଗାଇଡ ଲାଇନରେ କୋରୋନା କର୍ଫ୍ୟୁକୁ ହଟାଇ ଦେଇଛନ୍ତି ମଧ୍ୟପ୍ରଦେଶ ସରକାର। କିନ୍ତୁ ନାଇଟ୍ କର୍ଫ୍ୟୁ ବଳବନ୍ତର ରହିବ। ଓଡ଼ିଶାରେ କଣ ହେଵ, ଜୁଲାଇ ଗାଇଡ ଲାଇନ ଅନୁସାରେ କେଉଁ କ୍ଷେତ୍ରକୁ କୋହଳ ମିଳିବ ସେଥିଲାଗି ୧-୨ ଦିନ ଭିତରେ ଆସିବ ଗାଇଡ ଲାଇନ। ବର୍ତ୍ତମାନ ସ୍ଥିତି ଏବଂ ସଂକ୍ରମଣ ହାରକୁ ଦେଖି ବିଚାର ବିମର୍ଶ ଚାଲିଛି।
୩ ରୁ ୪ ହଜାର ମଧ୍ୟରେ ରହୁଛି ଦୈନିକ ସଂକ୍ରମଣ। ଗ୍ରୀନ୍ ଜୋନ୍ ଆକ୍ଟିଭ କେସ୍ ରେ ୨୧ ଓ ଏବଂ ପଜେଟିଭିଟିରେ ୧୯ ଜିଲ୍ଲା ରହିଛି। ଆକ୍ଟିଭ କେସ୍ ରେଡ୍ ଜୋନ୍ ରେ ରହିଛି ୪ ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଏବଂ ବାଲେଶ୍ଵର। କିନ୍ତୁ ପଜେଟିଭିଟି ରେଡ୍ ଜୋନ୍ ରେ ପୁରୀ, ଖୋର୍ଦ୍ଧା, କଟକ ଏବଂ ନୟାଗଡ଼ ଅଛି। ଆଜି ପଜେଟିଭିଟିର ହାର ରହିଛି ୪.୯୯%। ବର୍ତ୍ତମାନ କାଟାଗରି B ରେ ଥିବା ଏହିସବୁ ଜିଲ୍ଲାରେ କଟକଣା ବେଶୀ କୋହଳ ହୋଇନପାରେ। ସଂକ୍ରମଣ ହାର କମୁଥିବାରୁ କାଟାଗରି B ରେ ଥିବା ଜିଲ୍ଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ରାପଡ଼ା କାଟାଗରି A କୁ ଆସିବେ। କାଟାଗରି A ଅନ୍ତର୍ଗତ ଜିଲ୍ଲାରେ ଅଧିକ କୋହଳ ହୋଇପାରେ କଟକଣା। ସେହି ସବୁ ଜିଲ୍ଲାରେ ଉଠିପାରେ ସାପ୍ତାହିକ ସଟ୍ ଡାଉନ୍।
ଦୋକାନ, ବଜାର ଖୋଲିବା ଏବଂ ନାଇଟ କର୍ଫ୍ୟୁ ସମୟ ସୀମାକୁ ବୃଦ୍ଧି କରିପାରନ୍ତି ସରକାର। କିନ୍ତୁ କାଟାଗରି B ରେ ଥିବା ଜିଲ୍ଲା ଯେଉଁଠାରେ ଆକ୍ଟିଭ କେସ୍ ଏବଂ ପଜେଟିଭ୍ ହାର ଅଧିକ ସେହିସବୁ ଜିଲ୍ଲାରେ ସାପ୍ତାହିକ ସଟ୍ ଡାଉନ୍ ଏବଂ ନାଇଟ କର୍ଫ୍ୟୁ ବଳବନ୍ତର ରହିବ। ସେହିଭଳି ବିବାହ ଏବଂ ଅନ୍ତିମ ସଂସ୍କାର ର ଗାଇଡ ଲାଇନ ପୂର୍ବଭଳି ରହିବ। ଧାର୍ମିକ ଅନୁଷ୍ଠାନ, ସିନେମା ହଲ୍, ସ୍ଵିମିଙ୍ଗ୍ ପୂଲ୍ ଏବେ ଖୋଲି ନପାରେ।