ହାଇଦ୍ରାବାଦ ଗଣବଲା-ତ୍କାର – ଏନକାଉଣ୍ଟର ପରେ ପୁଲିସ ଉପରେ ଉଠିଲା ଆଙ୍ଗୁଳି, FIR ଦେବା ପାଇଁ ଦାବି

ହାଇଦ୍ରାବାଦ ରେ ଜଣେ ମହିଳା ଡାକ୍ତର ଙ୍କୁ ବିଗତ ଦିନ ରେ ଗଣବଲାତ୍କାର କରି ତାଙ୍କ ର ହତ୍ୟା କରାଯାଇଥିଲା I ଏହା କୁ ନେଇ ସାରା ଦେଶ ରେ ଜନଆକ୍ରୋଶ ଦେଖିବା କୁ ମିଳିଛି I କିନ୍ତୁ ଆଜି ଅଚାନକ ଶୁଣିବା କୁ ମିଳିଛି କି ପୋଲିସ ଏନ୍କାଉଣ୍ଟର ରେ ଏହି 4 ଅପରାଧୀ ମୃତ୍ୟୁବରଣ କରିଛନ୍ତି I ଅନେକ ଲୋକେ ଏହା କୁ ନେଇ ଖୁସି ପ୍ରକାଶ କରିଛନ୍ତି I ଅନ୍ୟପଟେ କିଛି ଲୋକେ ପୋଲିସ ର ଏପରି ପ୍ରତିକ୍ରିୟା କୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି I ଏହି ଏନ୍କାଉଣ୍ଟର କୁ ନେଇ ସୁପ୍ରିମ କୋର୍ଟ ର ଓକିଲ ବୃନ୍ଦା ଗର୍ବର ପୋଲିସ ନାମ ରେ କେଶ କରୀବା କୁ ଦାବି କରିଛନ୍ତି I

ସ୍ୱତନ୍ତ୍ର ଯାଞ୍ଚ
ବୃନ୍ଦା ଗର୍ବର ଙ୍କ କହିବା ଅନୁସାରେ ଏହି ପୁରା ମାମଲା ର ସ୍ୱତନ୍ତ୍ର ଯାଞ୍ଚ କରାଯିବା ଉଚିତ I ସେ କହିଛନ୍ତି ମହିଳା ଙ୍କ ନାମ ରେ ପୋଲିସ ଏପରି ଏନ୍କାଉଣ୍ଟର କରିବା ଭୁଲ ଅଟେ I ଏହି ବିବାଦୀୟ ଘଟଣା ରେ ପୋଲିସ ଏପରି ଏନ୍କାଉଣ୍ଟର କରିବା ସମ୍ପୂର୍ଣ ଭୁଲ ଅଟେ I ପୋଲିସ ର ଏହି ବାବଦ ରେ କହିବା ଅନୁସାରେ ଏହି 4 ଅପରାଧୀ ପୋଲିସ ର ବନ୍ଧୁକ ଛଡାଇ ଖସି ପଳାଇବା କୁ ଚେଷ୍ଟା କରିଥିଲେ I

ଆଇନି ଅନୁସାରେ ତଦନ୍ତ
ରେଖା ଶର୍ମା କହିଛନ୍ତି କି ଆମେ ଦାବି କରିଥିଲୁ ଆରୋପି ଙ୍କୁ ଫାସି ମିଳୁ I ଏବଂ ସବୁ ଲୋକେ ମଧ୍ୟ ଆଇନି ପ୍ରକ୍ରିୟା ରେ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ I ଆଜିକା ର ଏହି ପୋଲିସ ଏନ୍କାଉଣ୍ଟର ରେ ଲୋକେ ବେଶ ଖୁସି ଅଛନ୍ତି I ଏବଂ ଏହି ଘଟଣା କୁ ନେଇ ସାରା ଦେଶ ର ଜନତା ହାଇଦ୍ରାବାଦ ପୋଲିସ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I

27 ନଭେମ୍ବର ର ଘଟଣା
ଏହି 4 ଜଣ ଆରୋପି 10 ଦିନ ର ପୋଲିସ ରିମାଣ୍ଡ ରେ ଥିଲେ I ଏବଂ 4 ଡିସେମ୍ବର ରେ ତାଙ୍କୁ ଫାଷ୍ଟେକ କୋର୍ଟ ରେ ହାଜିର କରାଯାଇଥିଲା I ଏହି 4 ଜଣ ଅପରାଧୀ ବିଗତ ଦିନ ରେ ହାଇଦ୍ରାବାଦ ର ମହିଳା ଡାକ୍ତର ଙ୍କୁ ଗଣବଲାତ୍କାର କରିବା ପରେ ହତ୍ୟା କରାଯାଇଛି I ଏହି 4 ଜଣ ଅପରାଧୀ ଙ୍କୁ ଆଜି ପୋଲିସ ଏନ୍କାଉଣ୍ଟର କରିଛି I