ହାଇଦ୍ରାବାଦର ପ୍ରଫେସର ସତୀଶ ଦୈନିକ ନଷ୍ଟ ହେଉଥିବା ପ୍ଲାଷ୍ଟିକରୁ ତିଆରି କରୁଛନ୍ତି ପେଟ୍ରୋଲ.. ୪୦ ଟଙ୍କା ପ୍ରତି ଲିଟର ବିକୁଛନ୍ତି …

ହାଇଦ୍ରାବାଦ ରେ ରହୁଥିବା ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର ପ୍ଲାଷ୍ଟିକ ରୁ ପେଟ୍ରୋଲ କରିବା ପରି କାର୍ନାମା କରି ବେଶ ଚର୍ଚା ରେ ଅଛନ୍ତି I ସେ ଜଣେ ମେକାନିକାଲ ଇଞ୍ଜିନିଅର ଅଟନ୍ତି I ଏବଂ ତିନି ଚରଣ ର ପ୍ରକ୍ରିୟା ରେ ସେ ପ୍ଲାଷ୍ଟିକ ରୁ ପେଟ୍ରୋଲ କରୁଛନ୍ତି I ଏହା କୁ ସେ ପ୍ଲାଷ୍ଟିକ ପେୟାରଲାଇସିସ ନାମ ଦେଇଛନ୍ତି I

ଏହି ପଦ୍ଧତି ରେ ପ୍ଲାଷ୍ଟିକ କୁ ଗରମ କରାଯାଇଥାଏ I ଏହି ଗରମ ସମୟ ରେ ଅନୁ ସଂଗଠନ ପ୍ରକ୍ରିୟା ହେଇଥାଏ ଓ ଏହା ପେଟ୍ରୋଲ ରେ ପରିବର୍ତନ ହେଇଥାଏ I ସତୀଶ କୁମାର ଏକ ହାଇଡ୍ରୋକ୍ସି ପ୍ରାଇଭେଟ ଲିମିଟେଡ଼ କମ୍ପାନୀ କରିଛନ୍ତି I ଯାହା କି ଅତି ଲଘୁ ମତ୍ରାଳୟ ରେ ରେଜିଷ୍ଟାର ହେଇଚି I

ଏହି କମ୍ପାନୀ ଅନୁସାରେ ପ୍ଲାଷ୍ଟିକ ରୁ ହିଁ ପେଟ୍ରୋଲ ହେଉଛି I ଯେଉଁଠାରେ ପ୍ଲାଷ୍ଟିକ ର ରିସାଇକଳ କରିବା ପରେ ଡିଜେଲ , ବିମାନ ଇନ୍ଧନ ମଧ୍ୟ ପ୍ରସ୍ତୁତ ହେଇଥାଏ I ୫୦୦ କିଲୋ ପ୍ଲାଷ୍ଟିକ ରୁ ଏହି ଵିଧାନ ପ୍ରାୟ ୪୦୦ ଲିଟର ପେଟ୍ରୋଲ ରେ ପରିବର୍ତନ ହେଇପାରିଥାଏ I ଏହା ଏକ ସରଳ ପ୍ରକ୍ରିୟା ଅଟେ I ଏଥିରେ ପାଣି ର ବ୍ୟବହାର ହେଇ ନ ଥାଏ I

ନ୍ୟୁଜ ୧୮ ର ରିପୋର୍ଟ ଅନୁସାରେ ପ୍ଲାଷ୍ଟିକ ନିର୍ବତ ହେବା ପରେ ଏଥିରେ ବାୟୁ ପ୍ରଦୂଷଣ ମଧ୍ୟ ହେଇ ନ ଥାଏ ୨୦୧୬ ରୁ ବର୍ତମାନ ପର୍ଯ୍ୟନ୍ତ ୫୦ ଟନ ପ୍ଲାଷ୍ଟିକ କୁ ପେଟ୍ରୋଲ ରେ ପରିବର୍ତନ କରାଯାଇଛି I ଥରେ ଯେଉଁ ପ୍ଲାଷ୍ଟିକ କୁ ବ୍ୟବହାର କରାଯିବ , ସେଥିରୁ ଆଉ ପେଟ୍ରୋଲ ବାହାରିବ ନାହିଁ I ସେ ପ୍ରାୟ ୨୦୦ କିଲୋ ପ୍ଲାଷ୍ଟିକ ରୁ ୨୦୦ ଲିଟର ପେଟ୍ରୋଲ କରିଥାନ୍ତି I ଏବଂ ଏହି ପେଟ୍ରୋଲ କୁ ସେ ସ୍ଥାନୀୟ ବ୍ୟବସାୟୀ ଙ୍କୁ ଲିଟର ୪୦-୫୦ ଟଙ୍କା ରେ ମଧ୍ୟ ବିକ୍ରୟ କରିଥାନ୍ତି I ଏହା କୁ ଲୋକେ ଗାଡି ରେ ମଧ୍ୟ ବ୍ୟବହାର କରିଥାନ୍ତି I