ହାଇଦ୍ରାବାଦ ଗଣବଲା-ତ୍କାରୀ ଆରୋପିଙ୍କୁ ପୋଲିସ କରିଲା ଏନକାଉଣ୍ଟର, ଚାରି ବଲାତ୍କାରୀଙ୍କର ହେଲା ମୃତ୍ୟୁ

ହାଇଦ୍ରାବାଦ ର 4 ଗଣବଲାତ୍କାରୀ ଅପରାଧୀ ପୋଲିସ ପାଖ ରୁ ଖସି ପଳାଇବା କୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନ୍କାଉଣ୍ଟର ରେ 4 ଜଣ ଅପରାଧୀ ନ୍ୟାସନାଲ ହାଇୱେ 44 ରେ ଗୁରୁବାର ରାତି ରେ ମୃତ୍ୟୁ ବରଣ କରିଛନ୍ତି I

ପୋଲିସ ଆରୋପି ଙ୍କୁ NH 44 ରେ ସିନ ଋକ୍ରିଏଟ କରାଇବା କୁ ନେଇଥିଲେ I ଏବଂ ପୋଲିସ ର କହିବା ଅନୁସାରେ ଏହି 4 ଜଣ ଅପରାଧୀ ଘଟଣା ସ୍ଥାନ ରୁ ଖସି ପଳାଇବା କୁ ଉଦ୍ୟମ କରିଥିଲେ I ତେଣୁ ପୋଲିସ ଏହି 4 ଜଣ ଅପରାଧୀ ଙ୍କ ର ଏନ୍କାଉଣ୍ଟର କରିଛି I

27-28 ନଭେମ୍ବର ରାତି ରେ ହାଇଦ୍ରାବାଦ ରେ ଜଣେ ଡାକ୍ତର ଙ୍କ ର ଗଣବଲାତ୍କାର କରିବା ସହ ତାଙ୍କୁ ଜିଅନ୍ତା ଜାଳି ମାରିଦେଇଥିଲେ I ଏହି ମହିଳା ଡାକ୍ତର ଙ୍କ ର ଜଳନ୍ତା ଶବ ବେଙ୍ଗଲୋର ହାଇଦ୍ରାବାଦ ରାଷ୍ଟ୍ରୀୟ ରାଜମାର୍ଗ ରୁ ଉଦ୍ଧାର ହେଇଥିଲା I

ପୋଲିସ ଏହି ମାମଲା ରେ ଚାରି ଆରୋପି ଙ୍କୁ ଗିରଫ କରିଛି I ଏବଂ ପୋଲିସ ଏହି ଆରୋପି ଙ୍କୁ କୋର୍ଟ ରେ ମଧ୍ୟ ହାଜିର କରିଥିଲା I ସେଠାରୁ ଆରୋପି ଙ୍କୁ 14 ଦିନ ର ରିମାଣ୍ଡ ରେ ପୋଲିସ ନେଇଥିଲା I ପୋଲିସ ଜାଣିବା କୁ ଚାହୁଁଥିଲା କିପରି ଏହି ଅଘଟଣ ସେମାନେ ଘଟାଇଥିଲେ ତେଣୁ ସେହି 4 ଅପରାଧୀ ଙ୍କୁ ସେହି ଘଟଣା ସ୍ଥାନ କୁ ନିଆ ଯାଇଥିଲା I ସେଠାରେ ଏହି ଆରୋପି ଖସିପଳାଇବା କୁ ଚେଷ୍ଟା କରିଥିଲେ I

ମହିଳା ଡାକ୍ତର ଙ୍କ ର ସ୍କୁଟି ପଞ୍ଚର ହେଇଯାଇଥିଲା ଏବଂ ମହିଳା ସ୍କୁଟି ପର୍କିଙ୍ଗ କରୁଥିଲେ I ସେହି ସମୟ ରେ ଏହି 4 ଜଣ ଅସାମାଜିକ ଦୁର୍ବୁତ୍ତ ତାଙ୍କୁ ସେଠାରୁ ନେଇଯାଇ ଦୁଷ୍କର୍ମ କରିବା ସହ ତାଙ୍କ ର ହତ୍ୟା କରିଥିଲେ I ଏହା କୁ ନେଇ ସାରା ଦେଶ ରେ ଜନ ଅସନ୍ତୋଷ ଦେଖିବା କୁ ମିଳିଥିଲା I କିନ୍ତୁ ଆଜି ର ଏହି ଏନ୍କାଉଣ୍ଟର କୁ ନେଇ ଲୋକେ ବେଶ ଖୁସି ଅଛନ୍ତି I