ଆଜିକା ସମୟ ରେ ଗ୍ରାମ ରେ ରହିବା କୁ କେହି ପସନ୍ଦ କରନ୍ତି ନାହିଁ I ତେଣୁ ଅଧିକାଂଶ ଲୋକେ ଯାଇ ସହର ରେ ରହିଥାନ୍ତି I ଆଜିକା ଯୁବା ପିଢ଼ି କେହି ମଧ୍ୟ ଚାଷ କରିବା କୁ ପସନ୍ଦ କରନ୍ତି ନାହିଁ I ଏବଂ ଚାଷୀ ମାନେ ଆର୍ଥିକ ସମସ୍ୟା କାରଣ ଅନେକ ସମୟ ଆତ୍ମହତ୍ୟା ମଧ୍ୟ କରିଥାନ୍ତି I କିନ୍ତୁ ଆଜି ଦମ୍ପତି ଚର୍ଚା କୁ ଆସିବା ର କାରଣ ହେଉଛି ସେମାନେ ସହର ରୁ ଦୁରେଇ ରହି ଗ୍ରାମ ରେ ରହୁଛନ୍ତି I ସେମାନେ ଗ୍ରାମ ରେ ରହିବା ର କାରଣ ତାଙ୍କ ପୁଅ ଏକ ଭଲ ଚାଷୀ କିପରି ହେଇପାରିବ I
ରାଜେନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ଚଞ୍ଚଲ କୋର ଙ୍କ ର 11 ବର୍ଷ ର ଏକ ପୁଅ ରହିଛି ଯାହା ଙ୍କ ର ନାମ ଗୁରୁବକ୍ଷ ସିଂ ଅଟେ I ରାଜେନ୍ଦ୍ର ଇଣ୍ଡିଆନ ରେଲ୍ୱେ ରେ କାମ କରନ୍ତି I ତାଙ୍କ ପତ୍ନୀ ପୂର୍ବ ରୁ ସରକାରୀ ଚାକିରିଆ ଥିଲେ ଏବଂ ଦୁହେଁ ରାଜସ୍ତାନ ରେ ରୁହନ୍ତି I ଚାକିରୀ ଆଦି କରିବା କୁ ନେଇ ସେମାନେ ଇନ୍ଦୋର ରେ ରହୁଥିଲେ I ଗ୍ରାମ ରେ ତାଙ୍କ ର ଦେଢ଼ ଏକର ର ଚାଷ ଜମି ରହିଛି I ଏବଂ ବର୍ତମାନ ଦୁହେଁ ଗ୍ରାମ ରେ ରହି ତାଙ୍କ ପୁଅ କୁ ଚାଷ କାର୍ଯ୍ୟ ଶିଖାଉଛନ୍ତି I ଚଞ୍ଚଲ 2016 ରେ ନିଜ ର 90,000 ଟଙ୍କା ର ସରକାରୀ ଚାକିରୀ କୁ ଛାଡି ଗ୍ରାମ କୁ ଅସିଜାଇଥିଲେ I
ଚଞ୍ଚଲ ଙ୍କ କହିବା ଅନୁସାରେ ଆମେ ବଡ଼ ସହର ରେ ରହି ଭଲ ଟଙ୍କା ରୋଜଗାର କରିଲେ ମଧ୍ୟ ଗ୍ରାମ ର ଶୁଦ୍ଧ ବାତାବରଣ ଆମେ ସହର ରେ ପାଇପାରିବା ନାହିଁ I ସହର ର ପାଣିପାଗ ଦୂଷିତ ହେଇଗଲାଣି I ତେଣୁ ଟଙ୍କା ରୋଜଗାର ର ମହତ୍ୱ ସେଠାରେ କିଛି ନାହିଁ I ଆମେ ଆମ ପୁଅ କୁ ନୂଆ ଜୀବନ ଓ ନୂତନ ଶିକ୍ଷ୍ୟା ଦେବାକୁ ଚାହୁଁଚୁ I
ଦମ୍ପତି ଙ୍କ ର ଏହି ନିଷ୍ପତି ପରେ ପୁଅ କୁ ଏକ ସୁସ୍ଥ ଓ ସ୍ଵଚ୍ଚ ବାତାବରଣ ରେ ସେମାନେ ଗ୍ରାମ ରେ ଆଣି ରଖିପାରିଛନ୍ତି I ଦମ୍ପତି ତାଙ୍କ ପୁଅ ଙ୍କୁ ପଦ୍ମ ଶ୍ରୀ ଡାକ୍ତର ଜନକ ପଟେଲ ଙ୍କ ପାଖ ରେ ଜୈବିକ ଚାଷ ପଦ୍ଧତି ଉପରେ ଶିକ୍ଷ୍ୟା ଲାଭ କରିବା କୁ ଛାଡିଛନ୍ତି I ସେମାନେ ସୋଲାର , କୁକିଙ୍ଗ ଆଦି ମଧ୍ୟ ତାଙ୍କ ପୁଅ ଙ୍କୁ ଶିକ୍ଷ୍ୟା ଦେଉଛନ୍ତି I
ଚଞ୍ଚଲ ଙ୍କ କହିବା ଅନୁସାରେ ତାଙ୍କ ପୁଅ କୁ ମଧ୍ୟ ଏପରି ଜୀବନଶୈଳୀ ବେଶ ପସନ୍ଦ ଅଟେ I ଗ୍ରାମ ରେ ତାଙ୍କ ପୁଅ ଅନେକ ସାଙ୍ଗ ମଧ୍ୟ କରିଦେଇଛନ୍ତି I ସେଠାରେ ତାଙ୍କ ପୁଅ କୁକିଙ୍ଗ ଓ ଜୈବିକ ପଦ୍ଧତି ଆଦି ର ଶିକ୍ଷ୍ୟା ଲାଭ କରୁଛି I ସେ ଏହା ମଧ୍ୟ କହିଛନ୍ତି କି ଆଜିକା ସମୟ ରେ ପିଲାମାନେ ଟଙ୍କା ରୋଜଗାର କରିବା ରେ ଏତେ ବ୍ୟସ୍ତ କି ନିଜ ପାଁଇ ଟିକେ ସମୟ ଦେଇପାରନ୍ତି ନାହିଁ I
ଦମ୍ପତି ନିଜ ଘରେ ମଧ୍ୟ ସୌର ଉର୍ଜା କୁ ମହତ୍ୱ ଦେଇଥିଲେ I ଏଠାରେ ସବୁ ଖାଦ୍ୟ ସୌର ଶକ୍ତି ରେ ନିର୍ମାଣ କରିଥିଲେ I ଏବଂ ପନିପରିବା ଆଦି ଜୈବିକ ପଦ୍ଧତି ରେ ଚାଷ କରିଥିଲେ I ଏହିପରି ଭାବ ରେ ସେମାନେ ନିଜ ଜୀବନ ରେ ଏକ ବିରାଟ ପରିବର୍ତନ ଆଣିପାରିଛନ୍ତି I