ବାହୁବଳୀ ନାମ ରେ ଏହି ଅଭିନେତା ସାରା ଦୁନିଆ ରେ ବେଶ ଲୋକପ୍ରିୟତା ପାଇଛନ୍ତି I ପ୍ରଭାସ ଜଣେ ସାଉଥ ଇଣ୍ଡିଆନ ଆକ୍ଟର ଅଟନ୍ତି I ବାହୁବଳୀ ଫିଲ୍ମ ଆସିବା ପର ଠାରୁ ସାରା ସାଉଥ ଇଣ୍ଡଷ୍ଟ୍ରି ରେ ବି ସେ ଏକ ସୁପର ଷ୍ଟାର ନାମ ରେ ପରିଚିତ ହେଇଥିଲେ I ତାଙ୍କ ର ପ୍ରତି ଫିଲ୍ମ ର ଆକ୍ସନ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିଥାଏ I ପ୍ରଭାସ ଙ୍କ ର ପୁରା ନାମ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପ୍ଳାପତି ଅଟେ I ତାଙ୍କ ର ପ୍ରଥମେ ଫିଲ୍ମ ରେ କାମ କରିବାର ଇଚ୍ଛା ଥିଲା ତେଣୁ ସେ ନିର୍ଦେଶକ ପିତା ୟୁ ସୂର୍ଯ୍ୟନାରାୟଣ ରାଜୁ ଙ୍କୁ ଏହି ବିଷୟ ରେ ଜଣାଇଥିଲେ I ଆଜିକା ସମୟ ରେ ପ୍ରଭାସ ନି ର 39 ତମ ଜନ୍ମଦିବସ ପାଳନ କରୁଛନ୍ତି I ତାଙ୍କ ର ଆଗାମୀ ଫିଲ୍ମ ଶହୋ ର ଟିଜର ବି ରିଲିଜ ହେଇଚି I ଆଜିକା ସମୟ ରେ ସେ କୋଟି କୋଟି ଯୁବତୀ ଙ୍କ ର ଅତି ପ୍ରିୟ ହେଇପାରିଛନ୍ତି I
ସେ ବିବାହ ର ଅନେକ ପ୍ରସ୍ତାବ କୁ ମନା କରିସାରିଛନ୍ତି I
23 ଅକ୍ଟୋବର 1979 ରେ ଚେନାଇ ରେ ତାଙ୍କ ର ଜନ୍ମ ହେଇଥିଲା I ତେବେ ସେ ବିଗତ 5 ବର୍ଷ ମଧ୍ୟ ରେ 6000 ବିବାହ ପ୍ରସ୍ତାବ କୁ ମନା କରିସାରିଛନ୍ତି I କାରଣ ବଲିଉଡ ବକ୍ସ ଅଫିସ ରେ 1500 କୋଟି ଟଙ୍କା ରୋଜଗାର କରିଥିବା ପ୍ରଭାସ ଫିଲ୍ମ ବାହୁବଳୀ ସୁଟିଂ ପାଁଇ ଦୀର୍ଘ 5 ବର୍ଷ ଲାଗିଥିଲା I ଏବଂ ଏହି ସମୟ ରେ ତାଙ୍କ ଘର କୁ ଯେତେ ବି ବିବାହ ପ୍ରସ୍ତାବ ଆସିଥାଏ ସେ ସବୁ କୁ ମନା କରିଦେଇଥାନ୍ତି I ତେବେ ପ୍ରଭାସ ନିର୍ବନ୍ଧ କରିସାରିବା ପରେ ନିଜ ର ପୁରା ଧ୍ୟାନ ଫିଲ୍ମ ଶହୋ ପାଁଇ ଦେଇଛନ୍ତି I
ପ୍ରଭାସ ଓ ତାଙ୍କ ପାର୍ଟନର ପରସ୍ପର କୁ ଦୀର୍ଘ ସମୟ ହେବ ଜାଣିଛନ୍ତି I ଏବଂ ଏପରି ବି ଶୁଣିବାକୁ ମିଳିଛି କି ଫିଲ୍ମ ବାହୁବଳୀ ର ସୁଟିଂ ପ୍ରାୟ 600 ଦିନ ଲାଗିରହିଥିଲା ଏବଂ ଏହି ଫିଲ୍ମ ପାଁଇ ସେ 25 କୋଟି ଟଙ୍କା ଫିସ ନେଇଥିଲେ I ଏବଂ ଫିଲ୍ମ ରେ ଅଧିକ ଲାଭ ହେବାରୁ ତାଙ୍କୁ ଆଉ 20 କୋଟି ଟଙ୍କା ଦିଆ ଯାଇଥିଲା I ବାହୁବଳୀ ଫିଲ୍ମ ଭଲ ଚାଲିବା ରୁ ଏହା ର ନେଷ୍ଟ ସିରିଜ ବି ସଂଗେ ସଂଗେ ହେଇଥିଲା I ପ୍ରଥମ ପାର୍ଟ 2015 ରେ ଓ ଦ୍ୱିତୀୟ ପାର୍ଟ 2017 ରେ ରିଲିଜ ହେଇଥିଲା I ବର୍ତମାନ ପ୍ରଭାସ ଏକ ଫିଲ୍ମ ପାଁଇ 30 ରୁ 35 କୋଟି ଟଙ୍କା ନେଉଛନ୍ତି I ଏବଂ ଭାରତୀୟ ସିନେମା ରେ ସବୁଠାରୁ ଅଧିକ ଫିସ ନେଉଥିବା ହିରୋ ଅଟନ୍ତି I
ବାସ୍ତବ ଜୀବନ ରେ ସେ ଖୁବ ଶାନ୍ତ ଶିଷ୍ଟ ଅଟନ୍ତି I ସେ 2002 ରେ ଫିଲ୍ମ ଈଶ୍ୱର ରେ ନିଜ ର କ୍ୟାରିୟର ଆରମ୍ଭ କରିଛନ୍ତି ଏହାପରେ ସେ ନିଜ ର କ୍ୟାରିୟର ଅଧିକ ତେଲୁଗୁ ଫିଲ୍ମ ରେ କରିଥିଲେ ଯେପରି ବରସମ , ଯୋଗୀ , ଏକ ନିରଞ୍ଜନ , ରବେଳ ଓ ବଳିପରି ପରି ସିରିଜ ଫିଲ୍ମ ରେ ସେ ଖୁବ ସଫଳ ହେଇଛନ୍ତି I ସେ ନିଜ କ୍ୟାରିୟର ରେ ମୋଟ 20 ଗୋଟି ଫିଲ୍ମ କରିସାରିଛନ୍ତି I ଫିଲ୍ମ ବାହୁବଳୀ ଦେଖିବା ପରେ ଫିଲ୍ମ ମେକର ସଞ୍ଜୟ ଲୀଳା ବଂଶାଲୀ ତାଙ୍କୁ ଫିଲ୍ମ ପଦ୍ମାବତୀ ପାଁଇ ଅଫର ଦେଇଥିଲେ ଏଥିରେ ସେ ମହାରାଜା ରତ୍ନ ରାବଲ ସିଂ ଭୂମିକା ରେ ଅଭିନୟ କରିଥାନ୍ତେ କିନ୍ତୁ ସେ ସମୟ ରେ ସେ ବାହୁବଳୀ 2 ର ସୁଟିଂ ରେ ବ୍ୟସ୍ତ ଥିବା ରୁ ଏହା କୁ ମନା କରିଦେଇଥିଲେ I