ଟିମ ଇଣ୍ଡିଆ ର ଷ୍ଟାର ଖେଳାଳି ହାର୍ଦିକ ପାଣ୍ଡିଆ ନୂତନ ବର୍ଷ ରେ ଦର୍ଶକ ଙ୍କୁ ଏକ ଖୁସି ଖବର ଦେଇଛନ୍ତି I ବିଗତ ଦିନ ରେ ହାର୍ଦିକ ପାଣ୍ଡିଆ ଅଭିନେତ୍ରୀ ନତାସା ଙ୍କ ସହ ଏନଗେଜମେଣ୍ଟ କରିଛନ୍ତି I
ନିଜେ ହାର୍ଦିକ ପାଣ୍ଡିଆ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଏହି ସୂଚନା ଦେଇ ଲେଖିଥିଲେ 01.01.2020 #engaged’
ହାର୍ଦିକ ପାଣ୍ଡିଆ ଙ୍କ ର ଏହି ପୋଷ୍ଟ ରେ ଅନେକ ବଲିଉଡ ଓ କ୍ରିକେଟ ଜଗତ ର କଳାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ I ଏବଂ ଏହି ପୋଷ୍ଟ ଟି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ଭାରତୀୟ ଦଳର କ୍ୟାପଟେନ କୋହଲି ମଧ୍ୟ ପାଣ୍ଡିଆ କୁ ଅଭିନନ୍ଦନ ଜଣାଇଲେ | କୋହଲି ଲେଖିଲେ “ଅଭିନନ୍ଦନ ହାର୍ଦିକ,ମତେ ପୁରା ଆଶ୍ଚର୍ଯ୍ୟ କରିଦେଲୁ, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ ତୁମର ମଙ୍ଗଳ କରନ୍ତୁ “|
ଅଭିନେତ୍ରୀ ନତାସା ଓ ହାର୍ଦିକ ପାଣ୍ଡିଆ ଦୁବାଇ ରେ ଏହି ଏନଗେଜମେଣ୍ଟ ସମାରୋହ ର ଆୟୋଜନ କରିଥିଲେ I ଏବଂ ଏହି ସମାରୋହ ରେ ତାଙ୍କ ର କିଛି ନିକଟ ସମ୍ପର୍କୀୟ ମାନେ ହିଁ ଯୋଗ ଦେଇଥିଲେ I ବଲିଉଡ ଫିଲ୍ମ “ଦ ବଡି” ର ଏକ ଗୀତ ରେ ନଜର ଆସିଥିଲେ I
ନତାସା ନିଜ ର ଏକ୍ସ ବୟଫ୍ରେଣ୍ଡ ଏଲ ଗୋନି ଙ୍କ ସହ ନଚ ବଲିଏ ରେ ନଜର ଆସିଥିଲେ I ଏବଂ ଏହି ସିଜିନ ର ଏଣ୍ଟ୍ରି କରିଥିଲେ I ସେହିପରି ବିଗ ବସ 8 ସିଜିନ ରେ ମଧ୍ୟ ନତାସା ଙ୍କୁ ଦେଖିବା କୁ ମିଳିଥିଲା I
ବିଗତ କିଛି ଦିନ ହେବ ଆଘାତ ଲାଗିବା କୁ ନେଇ ହାର୍ଦିକ ପାଣ୍ଡିଆ ଟିମ ରୁ ବାହାରେ ଅଛନ୍ତି I ଆଗାମୀ ଦିନ ରେ ଭାରତୀୟ ଏ ଟିମ ରେ ହାର୍ଦିକ ପାଣ୍ଡିଆ ଙ୍କୁ ଚୟନ କରାଯିବ ଓ ସେ ନ୍ୟୁଜଲାଣ୍ଡ ଗସ୍ତ ରେ ମଧ୍ୟ ଯିବାର ସମ୍ଭାବନା ରହିଛି I
2012 ମସିହା ରେ ନତାସା ସର୍ବଆଇ ରୁ ମୁମ୍ବାଇ ଆସିଥିଲେ I ଭାରତ ରେ ମଧ୍ୟ ସେ ଜଣେ ମଡେଲ ରୂପେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I
ଏହା ପରେ ପ୍ରକାଶ ଝା ଙ୍କ ର 2013 ରେ ଆସିଥିବା ଫିଲ୍ମ ସତ୍ୟାଗ୍ରହ ରେ ନତାସା ଡେବ୍ୟୁ କରିଥିଲେ I ଏହି ଫିଲ୍ମ ରେ ନତାସା ଏକ ଆଇଟମ ସଂଗ ରେ ଡ୍ୟାନ୍ସ କରିଥିଲେ I
ଅନ୍ୟ କଳାକାର ଙ୍କ ପରି ନତାସା ମଧ୍ୟ ଏହି ବିଗ ବସ ର ସୋ ରେ ବିଗତ ଦିନ ରେ ନଜର ଆସିସାରିଛନ୍ତି I ବିଗ ବସ ରେ ନତାସା 28 ଦିନ ରହିଥିଲେ I ଏବଂ ଏହା ପରେ ସେ ଅଧିକ ଲୋକପ୍ରିୟ ହେଇପାରିଥିଲେ I
କିଛି ସମୟ ପୂର୍ବ ରୁ ନତାସା ଙ୍କ ର ପରିବାର ଓ ହାର୍ଦିକ ପାଣ୍ଡିଆ ଙ୍କ ର ପରିବାର ଲୋକେ ପରସ୍ପର କୁ ସାକ୍ଷ୍ୟାତ କରିଥିଲେ I ଅନ୍ୟପଟେ ହାର୍ଦିକ ପାଣ୍ଡିଆ ଙ୍କ ର ପୂର୍ବ ରୁ ଅନେକ ଅଭିନେତ୍ରୀ ଙ୍କ ସହ ମଧ୍ୟ ନାମ ଯୋଡି ହେଇଚି I ଯେପରି ଏଲି ଅବ୍ରାମ , ଲିସା ଶର୍ମା , ଇଷା ଗୁପ୍ତା ଆଦି ଙ୍କୁ ନେଇ ହାର୍ଦିକ ପାଣ୍ଡିଆ ବେଶ ଚର୍ଚା କୁ ଆସିଥିଲେ I