ନମସ୍କାର ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ଆସିଲା ବଡ଼ ଖବର ପୁଣି ମାଡ଼ି ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରଚିବ ମହା ତାଣ୍ଡବ ଘଡଘଡି ସହ ପ୍ରବଳ ବର୍ଷା ହେବ। କେଉଁଠି ଅଧିକ ବର୍ଷା ହେଉଥିବା ବେଳେ କେଉଁଠି କମ୍ ବର୍ଷା ହେଉଛି ତେବେ ରାଜ୍ୟରେ ବର୍ଷା ପରିମାଣ ବଢିବ। ଯାହାକି ରାଜ୍ୟରେ ଆସନ୍ତା କାଲି କିଛି କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ମାତ୍ର ଜୁଲାଇ ୧୦ ରୁ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ବିଜୁଳି ଘଡଘଡିର ଭୟ ରହିଛି।
ଏହା ସହିତ ବାତ୍ୟା ଆଶଙ୍କା ମଧ୍ୟ ରହିଛ, ଏହି ଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଯାହାକି ୭ ଟି ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଦିଆ ଯାଇଛି। ତେବେ ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ତାହା ସହିତ ଆସନ୍ତା କାଲି କେଉଁ କେଉଁ ଜିଲ୍ଲାରେ ବର୍ଷା ଲାଗି ରହିବ, କଣ ରହିଛି ପାଣିପାଗ ବିଭାଗର ସଂପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ମୌସୁମୀ ଦୁର୍ବଳ ରହିଥିବା ବେଳେ ରାଜ୍ୟରେ ବର୍ଷା ଜାରି ରହିଛି। ଏବେ ଉତ୍ତର ଦକ୍ଷିଣ ନିମ୍ନ ଚାପରେଖା ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ଉପରେ ଉତ୍ତର ପୂର୍ବ ବିହାରରୁ ଉତ୍ତର ପୂର୍ବ ଝାଡ଼ଖଣ୍ଡ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏଁ ଲମ୍ବିଛି।
ଫଳରେ ରାଜ୍ୟରେ ୭ ଟି ଜିଲ୍ଲା ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡିର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ୨୩ ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଢେ଼ଙ୍କାନାଳ, ବୌଦ୍ଧରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ। ସେହିଭଳି ୭ ତାରିଖରୁ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।
ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ରେ ପ୍ରବଳ ବର୍ଷା ହେବା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେପଟେ ରବିବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଟିଟିଲାଗଡ଼ରେ ସର୍ବାଧିକ ୫୪ ମିଲିମିଟର ବର୍ଷା ହୋଇଥିବା ବେଳେ, ଛତ୍ରପୁରରେ ୩୨.୬, କୋରାପୁଟରେ ୨୪, ଅନୁଗୁଳରେ ୨୪, ବଲାଙ୍ଗୀରରେ ୧୮, ସମ୍ବଲପୁରରେ ୧୪, ଚାନ୍ଦବାଲିରେ ୧୩, ପାରଳାଖେମୁଣ୍ଡିରେ ୧୨.୪, ଭୁବନେଶ୍ୱରରେ ୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।