ଭାରତ ଓ ବାଂଲାଦେଶ ମଧ୍ୟ ରେ କଲିକତା ଐତିହାସିକ ଡେ ନାଇଟ ଟେଷ୍ଟ ମୁକାବିଲା ଖେଳା ଯାଉଛି I ଏହି ମ୍ୟାଚ ରେ ବାଂଲାଦେଶ ର କ୍ୟାପଟେନ ମୋମିନୁଲ ହକ ଟସ ଜିତିକି ପ୍ରଥମେ ବ୍ୟାଟିଂ କରିଥିଲେ I ପ୍ରଥମ ଦିନ ଚା ସମୟ ପର୍ଯ୍ୟନ୍ତ ବାଂଲାଦେଶ ମାତ୍ର 73 ରନ ହିଁ କରିଥିଲା I
ଭାରତ ପାଁଇ ଉମେଶ ଯାଦବ ହିଁ ଅଧିକ 3 ଗୋଟି ଵିକେଟ ନେଇଥିଲେ I ସେହିପରି ଇଶାନ୍ତ ଶର୍ମା 2 ଓ ମୋହମ୍ମଦ ସମୀ 1 ଵିକେଟ ନେଇଥିଲେ I
କୋହଲି ସାହା ଙ୍କୁ ସେଠାରେ ଆଲିଙ୍ଗନ କରିଥିଲେ
ବାଂଲାଦେଶ ଯେତେବେଳେ 20 ଓଭର ମ୍ୟାଚ କୁ ସମୁଖୀନ କରୁଥିଲା ସେ ସମୟ ରେ ମୈଦାନ ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା I ବୋଲିଂ କରୁଥିଲେ ମୋହମ୍ମଦ ସମୀ ଓ କ୍ରିଜ ରେ ଥିଲେ ଅନୁଭବୀ ଖେଳାଳି ମହାମୁଦଲଲହ I ମୋହମ୍ମଦ ସମୀ ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି I
ରିଦ୍ଧିମାନ ସାହା ଵିକେଟ ପଛ ରେ ସୁପର ମ୍ୟାନ ପରି ଡ୍ରାଇଭ କରି ବଲ ଧରିଥିଲେ I ରିଦ୍ଧିମାନ ସାହ ଙ୍କ ର ଏହି ଅଦ୍ଭୁତ କ୍ୟାଚ କୁ ଦେଖି ବିରାଟ କୋହଲି ତାଙ୍କୁ କୁଣ୍ଢାଇ ପକାଇ ଥିଲେ I
ଡ୍ରେସିଂ ରୁମ ରେ ବସିଥିବା ହେଡ଼ କୋଚ ରବି ଶାସ୍ତ୍ରୀ ଏହା ଦେଖି ବେଶ ଉତ୍ସାହ ମଧ୍ୟ ହେଇଥିଲେ I ଏବଂ ତାଳି ବଜାଇଥିଲେ I ସବୁ ଦର୍ଶକ ଙ୍କ ର କହିବା ଅନୁସାରେ ରିଦ୍ଧିମାନ ସାହ ଏକ ଭଲ କ୍ୟାଚ ଧରିଥିଲେ I
ବିରାଟ କୋହଲି ଓ ରୋହିତ ଶର୍ମା ଙ୍କ ଛଡା ସବୁ ଖେଳାଳି ଓ ଷ୍ଟାଡିୟମ ରେ ଉପସ୍ଥିତ ସବୁ ଦର୍ଶକେ କହିଥିଲେ ଏହା ଏକ ଅସମ୍ଭବ କ୍ୟାଚ ଥିଲା କିନ୍ତୁ ସାହ ଙ୍କ ର ଏପରି ପରାକ୍ରମିତା ବାସ୍ତବ ରେ ପ୍ରଶଂସନୀୟ ଅଟେ I