ଯେତେବେଳେ ଅଡିସନ ଦେବା ପାଇଁ ସଲମାନ ଖାନଙ୍କର ପାଖରେ ନ ଥିଲା ଭଲ କପଡା, ସେତେବେଳେ ଏହି ହିରୋ ତାଙ୍କୁ ନିଜ କପଡା ଦେଇ କରିଥିଲେ ସାହାଯ୍ୟ

ବର୍ତମାନ ସମୟ ରେ ବଲିଉଡ ରେ ସଲ୍ମାନ ଙ୍କୁ କିଏ ବା ନ ଜାଣିଚି I ସଲ୍ମାନ ନିଜ ର ଅଭିନୟ ର ପାରଦର୍ଶିତା ରେ ଆଜି ବଲିଉଡ ଇଣ୍ଡଷ୍ଟ୍ରି ରେ ବେଶ ସଫଳ ହେଇପାରିଛନ୍ତି I କିନ୍ତୁ ସଲ୍ମାନ ନିଜ ର କ୍ରୋଧ କୁ ନେଇ ମଧ୍ୟ ବେଶ ପରିଚିତ ଅଟନ୍ତି I ବଲିଉଡ ର ସବୁଠାରୁ ଧନୀ ଅଭିନେତା ଙ୍କ ର ଶୁଚି ରେ ସଲ୍ମାନ ଙ୍କ ର ନାମ ମଧ୍ୟ ଆଗ ରେ ରହିଛି I କିନ୍ତୁ ଏକ ସମୟ ରେ ସଲ୍ମାନ ଯେତେବେଳେ ଫିଲ୍ମ ପାଁଇ ଅଡିସନ ଦେବାକୁ ଯାଇଥିଲେ ସେତେବେଳେ ତାଙ୍କ ପାଖ ରେ ଭଲ କପଡା ନ ଥିଲା I

ପିତା ଚାହୁଁ ନ ଥିଲେ ସଲ୍ମାନ ଅଭିନେତା ହୁଅନ୍ତୁ
ସଲ୍ମାନ ଙ୍କ ର ପିତା ସଲିମ ଖାଁ ବେଶ ଭଲ ଭାବ ରେ ଜାଣିଥିଲେ କି ପୁଅ ର ଅଭିନୟ କରିବା ର ଇଚ୍ଛା ରହିଛି I ସଲ୍ମାନ ସେତେବେଳେ ପାଠ ପଢା ରେ ବିଶେଷ ଧ୍ୟାନ ଦେଉ ନ ଥିଲେ I ଏବଂ ସଲ୍ମାନ ସେତେବେଳେ ନିଜ ପିତା ଙ୍କୁ କହିଥିଲେ କି ସେ ଆକ୍ଟର ହେବାକୁ ଚାହୁଁଛନ୍ତି I କିନ୍ତୁ ସଲିମ ଖାଁ ଏହା ପସନ୍ଦ କରି ନ ଥିଲେ I କାରଣ ସଲିମ ଖାଁ ମଧ୍ୟ ପୂର୍ବ ରୁ ଆକ୍ଟର ହେବାକୁ ଚାହୁଁଥିଲେ I

ଅଡିସନ ରେ ଯିବା ସମୟ ରେ ନ ଥିଲା ଭଲ କପଡା
ଏହା ଇଣ୍ଡଷ୍ଟ୍ରି ରେ ସବୁ ଲୋକେ ଜାଣିସାରିଥିଲେ କି ସଲିମ ଖାଁ ସଲ୍ମାନ ଙ୍କୁ ଆକ୍ଟର କରିବାକୁ ଚାହୁଁ ନ ଥିଲେ I ସେ ସମୟ ରେ ମୋହନୀଶ ବାହାଲ ଓ କୁମାର ଗୌରବ ସଲ୍ମାନ ଙ୍କ ର ଭଲ ବନ୍ଧୁ ଥିଲେ I ତେଣୁ ଏପରି ଅସମୟ ରେ ସେ ସଲ୍ମାନ ଙ୍କ ର ସହଯୋଗ କରିଥିଲେ I ସେ ସମୟ ରେ କୁମାର ଗୌରବ ଜଣେ ଷ୍ଟାର ହେଇଯାଇଥିଲେ I ଏବଂ ସଲ୍ମାନ ସେ ସମୟ ରେ ଅନେକ ପରିଶ୍ରମ କରୁଥିଲେ ଏକ କଳାକାର ହେବାକୁ I ଦିନେ କିଛି ଟଙ୍କା ଯୋଗାଡ଼ କରି ସଲ୍ମାନ ମୁମ୍ବାଇ ଯାଇଥିଲେ ଏକ କପଡା ଷ୍ଟୋର କୁ ଏହି ଷ୍ଟୋର ଟି ସୁନୀଲ ସେଠୀ ଙ୍କ ର ଥିଲା I

ଉପହାର ରେ ଦେଇଥିଲେ ଜିନ୍ସ
ସେଠାରେ ସଲ୍ମାନ ଙ୍କୁ ଏକ ଦାମୀ ଜିନ୍ସ ପସନ୍ଦ ଆସିଥିଲା I ତାଙ୍କ ପାଖ ରେ ସେତିକି ଟଙ୍କା ନ ଥିଲା କି ସେ ଏହା କୁ କିଣିପାରିବେ I ସୁନୀଲ ସେଠୀ ଏହା ଦେଖି ସେହି ଜିନ୍ସ ଟି ସଲ୍ମାନ ଙ୍କୁ ଗିଫ୍ଟ କରିଥିଲେ I ଏବଂ ସେହିଠାରୁ ହିଁ ପରସ୍ପର ର ପରିଚିତ ହେଇଥିଲେ I ଏହି ଜିନ୍ସ ପିଂଧିକି ହିଁ ସଲ୍ମାନ ଯାଇଥିଲେ ଅଡିସନ ଦେବାକୁ , ଫିଲ୍ମ “ବିବି ହୋ ତୋ ଐସୀ ” I ଏବଂ ଆଜି ସଲ୍ମାନ ବଲିଉଡ ରେ ଜଣେ ସଫଳ ଅଭିନେତା ଅଟନ୍ତି I