ଯେତେବେଳେ ପୋଲିସ ଆପଣଙ୍କୁ ଆରେଷ୍ଟ କରିବାକୁ ଆସେ ତ ଭୁଲନ୍ତୁ ନାହିଁ ଏହି 5ଟି ମହତ୍ଵପୁର୍ଣ ଅଧିକାର, ହାତବି ଲଗେଇ ପାରିବେନି ପୋଲିସ ବାଲା

ଅନେକ ସମୟ ରେ ଆପଣ ଦେଖିଥିବେ କି ବେଳେ ବେଳେ ପୋଲିସ କୌଣସି ସାଧାରଣ ବ୍ୟକ୍ତି ଙ୍କୁ ଅପରାଧୀ ଭାବି ଧରିଥାଏ ଏବଂ ମିଛ ପ୍ରମାଣ ଉପରେ ଜଣେ ଜଣେ ସାଧାରଣ ବ୍ୟକ୍ତି ବି ଅପରାଧୀ ରୂପେ ସାବ୍ୟସ୍ତ ହେଇଥାନ୍ତି I ତେବେ ଆପଣ ଯଦି କୌଣସି ଅପରାଧ କରି ନାହାନ୍ତି ଡରିବାର କୌଣସି କାରଣ ନାହିଁ I

ଜଣେ ସାଧାରଣ ନାଗରିକ ଙ୍କ ର ଏପରି କିଛି ଅଧିକାର ରହିଛି ଯାହା ଦ୍ୱାରା ଧରିବା ସମୟ ରେ ଆପଣ ଏହି ଅଧିକାର ର ପ୍ରୟୋଗ କରିପାରିବେ I

1.ଯଦି କୌଣସି ପୋଲିସ ଅଫିସର ଆପଣ ଙ୍କୁ ଗିରଫ କରିବାକୁ ଅଶାନ୍ତ ତ ପ୍ରଥମେ ୟୁନିଫର୍ମ ଓ ନେମ ପ୍ଲେଟ ଦେଖନ୍ତୁ I
2.ଗିରଫ କରିବା ସମୟ ରେ ପୋଲିସ ଗିରଫ ର କାରଣ ସମ୍ପର୍କ ରେ ସ୍ପଷ୍ଟ କରିବା ଉଚିତ I
3.ତେବେ ଗିରଫ ସମୟ ରେ ପୋଲିସ ଦ୍ୱାରା ଲିଖିତ ମେମ୍ୱଏରଣ୍ଡମ ରେ ଆପଣ ଙ୍କ ର ଦସ୍ତଖତ ବି ଆବଶ୍ୟକ ଅଟେ I

4.ଯେଉଁ ବ୍ୟକ୍ତି ଙ୍କୁ ଗିରଫ କରାଯିବ ସେ ତାଙ୍କ ର କୌଣସି ବି ସମ୍ପର୍କୀୟ ଙ୍କୁ ଦେଖା କରିବା ର ସମ୍ପୂର୍ଣ ଅଧିକାର ରହିଛି I
5.ତେବେ ମହିଳା ଙ୍କୁ ଯଦି ଗିରଫ କରାଯିବ ତ ମହିଳା ପୋଲିସ କର୍ମୀ ଙ୍କ ର ଆବଶ୍ୟକ ରହିଛି I

ଏହା ତ ଆପଣ ଙ୍କ ର ଜାଣିବାର କଥା କିନ୍ତୁ ଏପରି ଆହୁରି କିଛି କଥା ଅଛି ଯାହା ଆପଣ ନିହାତି ଜାଣିବା ଜରୁରୀ ଅଟେ I
1.ସାଧାରଣ ଭାବରେ ଆପଣ ଙ୍କୁ ଯଦି କୌଣସି ପୋଲିସ କର୍ମୀ ମଦ୍ୟପାନ କରି ଗାଡି ଚଳାଇବା କେଶ ରେ ଗିରଫ କରୁଛନ୍ତି ତେବେ ଆପଣ ଙ୍କ ର ବ୍ଲଡ଼ ରେ 30MG ରୁ ଅଧିକ ଅଲକଲହଲ ରହିବା ଉଚିତ I

2.କୌଣସି ବି ପୋଲିସ କର୍ମୀ ଆପଣ ଙ୍କ ର FIR ଲେଖିବାକୁ ମନା କରିପାରିବେ ନାହିଁ I ଯଦି କେହି ପୋଲିସ କର୍ମୀ ଏପରି କରିଥାନ୍ତି ତ ତାଙ୍କୁ 6 ମାସ ପାଁଇ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ I

3.ଜଣେ ବିବାହିତ ବ୍ୟକ୍ତି ଯଦି କୌଣସି ଯୁବତୀ କିମ୍ବା କୌଣସି ବିବାହିତା ମହିଳା ଙ୍କ ସହ ଶାରୀରିକ ସମ୍ବନ୍ଧ ତାଙ୍କ ଇଚ୍ଛା ଅନୁସାରେ ରଖିଥାନ୍ତି ତ ଏହା କୌଣସି ଅପରାଧ ନୁହେ I

4.ତେବେ ବିବାହ ପରେ ଝିଅମାନେ ବି ନିଜ ପିତା ଙ୍କ ସମ୍ପତ୍ତିର ଅଧିକାର ରହିଛି I

ତେବେ ଆପଣ ବି ଏହି ଅଧିକାର ସମ୍ପର୍କ ରେ ପଡିବା ପରେ ନିଜେ ସଚେତନ ହେଇଥିବେ I