ଏଇ ସମ୍ପୂର୍ଣ୍ଣ ବ୍ରହ୍ମଣ୍ଡ ରେ ସର୍ବ ଶକ୍ତିମାନ ଈଶ୍ୱର ହିଁ ଅଟନ୍ତି ଏବଂ ତାଙ୍କର ଇଛା ବିନା ଗୋଟେ ଭି ପତ୍ର ମଧ୍ୟ ହଲିପାରିନଥାଏ ଈଶ୍ୱର ପ୍ରତ୍ୟେକ ରୂପରେ ଦେଖିବାକୁ ମିଳିପାରିନଥାନ୍ତି କିନ୍ତୁ ପରୋକ୍ଷ ରୂପରେ ଭଗବାନ ପୃଥିବୀ ର କୋଣ ଅନୁକୋଣରେ ଅଛନ୍ତି ଏଇ କଥା ମଃଦ୍ୟ ସତ ଅଟେ କି ଆମ ଭିତରେ ବହୁତ ଲୋକ ଭାଗ୍ୟଶାଳୀ ହୋଇଥାନ୍ତି କାହିଁକି ନା ତାଙ୍କ ଉପରେ ଇଶ୍ଵରଙ୍କର ବିଶେଷ କୃପା ରହିଥାଏ ଓ ଏମିତି ଶକ୍ତି ତାଙ୍କ ଆଖ ପାଖରେ ବିଦ୍ୟଵାନ ରହିଥାଏ ଯାହା ପ୍ରତ୍ୟେକ ମୁହୁର୍ତ୍ତରେ ସଠିକ ମାର୍ଗ ତାକୁ ଦେଖେଇଥାଏ ଏବଂ ସବୁ ଅସୁବିଧା ରେ ମଧ୍ୟ ସାହାଯ୍ୟ କରିଥାଏ ଏତିକି ନୁହେଁ ଏଇ ଈଶ୍ୱରୀୟ ଶକ୍ତି ଗୁଡିକ ଏମିତି ବ୍ୟକ୍ତିଙ୍କୁ ବାଛିଥାଆନ୍ତି ଯିଏ ନିଜେ ସଠିକ ମାର୍ଗରେ ଯାଇ ଅନ୍ୟକୁ ସଠିକ ମାର୍ଗ ଦେଇପାରିଥାଏ ଏବଂ ତାଙ୍କର ସାହାଯ୍ୟ କରିଥାଏ ହେଲେ ଆମକୁ କେମିତି ଜଣା ପଡିବ କି କେଉଁ ବ୍ୟକ୍ତିମାନଙ୍କର ସହିତ ଏଇ ଔଲକିକ ଶକ୍ତି ଗୁଡିକ ଅଛି ଏବଂ ଈଶ୍ୱରଙ୍କ କୃପା କେଉଁ ବ୍ୟକ୍ତିଙ୍କ ସହ ଅଛି କିନ୍ତୁ ଆମେ ଆପଣଙ୍କୁ ବତେଇ ଦଉଛୁ କି ପ୍ରାଚୀନ ଗ୍ରନ୍ଥ ରେ କିଛି ଏମିତି ସଂକେତ ବିଷୟରେ କୁହାଯାଇଅଛି ଯାହାଦ୍ୱାରା ଆମେ ବୁଝିପାରିବାକି ସେଇ ବ୍ୟକ୍ତି ର ଉପରେ ଇଶ୍ଵରଙ୍କର କୃପା ଅଛି ତେବେ ଆସନ୍ତୁ ଜାଣିବା |
ପ୍ରଥମ କଥା: ଯେଉଁ ବ୍ୟକ୍ତି ମାନେ ଇର୍ସା ମୋହ ମାୟା ଲୋଭ ଅହଂକାର ପରି ଭାବନା ନଥାଏ ଏଇ ପରି ବ୍ୟକ୍ତି ଇଶ୍ଵରଙ୍କର ବିଶେଷ କୃପା ପାଇଥାଆନ୍ତି ଏଇ ବ୍ୟକ୍ତି ବେବିଚାରି କରି ନଥାନ୍ତି କ୍ରୋଧ କରନ୍ତି ନାହିଁ କିମ୍ବା ସେମାନଙ୍କୁ କ୍ରୋଧ ଉପରେ କାବୁ ରଖିବା ଆସୁଥାଏ ଏଇ ବ୍ୟକ୍ତି ନିଜ ମୁହଁ ରୁ କେବେବି ଗାଳି ଦିଅନ୍ତି ନାହିଁ ନିଜ ମନରେ ଇର୍ସା ର ଭାବନା ନ ରଖି ନିଜ ଆଚରଣ ଏବଂ ଦୟା ଓ ଭଲପାଇବା ସହିତ ଅନ୍ୟ ବ୍ୟକ୍ତି ମାନଙ୍କ ସହିତ ବ୍ୟବହାର କରିଥାଏ ଏଇ ପରି ବ୍ୟକ୍ତି ସନ୍ତୋଷୀ ବୃଦ୍ଧି ପରି ହୋଇଥାନ୍ତି ଅର୍ଥାତ କୌଣସି ବସ୍ତୁ ପ୍ରତି ଅତ୍ୟଧିକ ଲୋଭ ରହିନଥାଏ ତାକୁ ଯେତିକି ପ୍ରାପ୍ତ ହୋଇଥାଏ ସେତିକିରେ ସନ୍ତୁଷ୍ଠ ହୋଇଥାଏ |
ଦ୍ୱତୀୟ କଥା: ଯେଉଁ ବ୍ୟକ୍ତିର ସ୍ୱପ୍ନରେ ମନ୍ଦିର ବା ଠାକୁର ଦେଖିବାକୁ ମିଳୁଥାଏ ଶାସ୍ତ୍ରରେ ଏହିପରି ବ୍ୟକ୍ତିଙ୍କୁ ଭାଗ୍ୟଶାଳି ମାନାଯାଇଥାଏ ଯାହାର ସ୍ୱପ୍ନରେ ଇଶ୍ଵରଙ୍କର ବାରମ୍ବାର ସାକ୍ଷାତ କାର ହେଉଥାଏ ଏବଂ ଯାହା ସହିତ ଈଶ୍ୱରୀୟ ଶକ୍ତି ଗୁଡିକ ଯୋଡି ହୋଇ ରହିଥାଏ ଖାଲି ସେମାନଙ୍କୁ ହିଁ ଈଶ୍ୱର ସ୍ୱପ୍ନରେ ଦେଖା ଯାଇଥାଆନ୍ତି ଭଗବାନ ଏଇପରି ବ୍ୟକ୍ତିଙ୍କୁ କିଛି ବିଶେଷ ସଂକେତ ମଧ୍ୟ ଦେଇଥାଆନ୍ତି |
ତୃତୀୟ କଥା: ଯେଉଁ ବ୍ୟକ୍ତି ନିଜର ଦୈନିକ କାମ ସାରି ବଞ୍ଚୁଥିବା ସମୟ ଗୁଡିକୁ ଇଶ୍ଵରଙ୍କର ଭକ୍ତି ଏବଂ ଆରାଧନା ନାମ ସ୍ମରଣ କରିଥାଏ ଏବଂ ଈଶ୍ୱରଙ୍କୁ ତାଙ୍କର ଅନୁଭୂତି କରିବାରେ ସମର୍ଥ ହୋଇଥାଏ ବାସ୍ତବରେ ତାଙ୍କ ସହିତ ଈଶ୍ୱର ସର୍ବଦା ରହିଥାନ୍ତି ଏବଂ ତାଙ୍କ ଆଖ ପାଖରେ ଈଶ୍ୱରୀୟ ଶକ୍ତିର ଏବଂ ପବିତ୍ର ଘେରା ବନି ରହିଥାଏ ଯେଉଁ କାରଣ ପାଇଁ ତାଙ୍କୁ ଇଶ୍ଵରଙ୍କର ଆବାସ ମିଳିଥାଏ।
ଚତୁର୍ଥ କଥା: ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜ ଦାୟିତ୍ୱ ବୁଝିକି କାର୍ଯ୍ୟ କରି ଏବଂ ପୁଣ୍ୟ କାମ କରିଥାଏ ଏବଂ ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ଏବଂ ଗରୀବ, ଭିକାରୀ ମାନଙ୍କୁ ସାହାଯ୍ୟ କରିଥାଏ କିମ୍ବା ଦାନ ଧର୍ମ କରିଥାଏ, ଆପଦ ବିପଦ ସମୟରେ ମନୁଷ୍ୟ କିମ୍ବା ପଶୁପକ୍ଷୀ ମାନଙ୍କ ସାହାଯ୍ୟ କରିଥାଏ , ବୁଢ଼ା ବୁଢ଼ୀ, ଅସହାୟ, ପାଙ୍ଗୁ ଲୋକମାନଙ୍କୁ ସାହାଯ୍ୟ କରିବା ନିଜର କର୍ତ୍ତବ୍ୟ ଭାବିଥାଏ ଏହିପରି ବ୍ୟକ୍ତି ମାନଙ୍କୁ ବାସ୍ତବରେ ସମାଜ ପାଇଁ ଉଦାହରଣ ହୋଇଥାନ୍ତି କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଏହିପରି କାର୍ଯ୍ୟ କରି ନଥାନ୍ତି। ଯେଉଁ ବ୍ୟକ୍ତି ଉପରେ ଭଗଵାନଙ୍କର ବିଶେଷ କୃପା ରହିଥାଏ ଏହି ବ୍ୟକ୍ତିଙ୍କ ଠାରେ ଏହିପରି ଗୁଣ ଭରି ରହିଥାଏ ଏବଂ ଏହିପରି ବ୍ୟକ୍ତିଙ୍କୁ ଭଗଵାନ ନିଜେ ପୃଥିବୀକୁ ପଠାଇଥାନ୍ତି। ଏମାନେ ଅନ୍ତରେ ପୁଣି ସ୍ୱର୍ଗକୁ ପଳାଇଥାନ୍ତି।
ପଞ୍ଚମ କଥା: ଇଶ୍ୱରୀୟ କୃପା ପ୍ରାପ୍ତ ବ୍ୟକ୍ତିମାନଙ୍କ ଠାରେ ଏକ ଆକର୍ଷଣୀୟ ଶକ୍ତି ମଧ୍ୟ ରହିଥାଏ ଏବଂ ଏହି ଶକ୍ତି ହେଉଛି ପୂର୍ବାଭାସ ଅର୍ଥାତ୍ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର କଥା ଜାଣି ପାରିବା। ଯଦି ଆପଣକୁ ଭବିଷ୍ୟତରେ ହେବାକୁ ଯାଉଥିବା ଦୁର୍ଘଟଣା କିମ୍ବା କୌଣସି ଭଲ ଖବର ବିଷୟରେ ପୂର୍ବରୁ ଅନୁମାନ କରିଦେଇଥାନ୍ତି କିମ୍ବା ସ୍ବପ୍ନରେ ଦେଖିଥାନ୍ତି ତେବେ ଆପଣଙ୍କ ଉପରେ ଭଗଵାନଙ୍କର ବିଶେଷ କୃପା ରହିଥାଏ।
ଷଷ୍ଠ କଥା: କିଛି ଲୋକଙ୍କୁ ନିଜ ଆଖପାଖରେ ଏକ ବିଶିଷ୍ଟ ପ୍ରକାର ସୁଗନ୍ଧର ଅନୁଭବ ହୋଇଥାଏ। ସର୍ବଦା ଧୂପ ଏବଂ ଫୁଲ, କର୍ପୁର କିମ୍ବା ଝୁଣା ଇତ୍ୟାଦି ପବିତ୍ର ପବନରେ ବାସୁ ଥିବାର ଲାଗୁଥାଏ ତେବେ ଏହା ତାର ଆଖପାଖରେ ଈଶ୍ୱରଙ୍କ ଉପସ୍ଥିତିର ସଙ୍କେତ ଦେଇଥାଏ ଏବଂ ସର୍ବଦା ଦେବଦେବୀଙ୍କ ଆଶ୍ରିବାଦ ସେହି ବ୍ୟକ୍ତି ଉପରେ ରହିଥାଏ।
ସପ୍ତମ କଥା: ଈଶ୍ୱରଙ୍କ ସମୟ ମାନି ବ୍ରହ୍ମ ମୁହୂର୍ତ୍ତ ଯାହା ଭୋର ୩:୩୦ ରୁ ନେଇ ୫:୩୦ କିମ୍ବା ସକାଳ ୬: ୦୦ ପର୍ଯ୍ୟନ୍ତ ହୋଇଥାଏ ଏବଂ ଆମ ଶାସ୍ତ୍ରରେ ସମୟକୁ ବୋହୁତ ମହତ୍ତ୍ଵ ଦିଆଯାଇଛି ଏବଂ ବ୍ରହ୍ମ ମୁହୂର୍ତ୍ତକୁ ଦେବତାଙ୍କର ସମୟ ମାନା ଯାଇଛି। କାରଣ ସକାଳର ବାତା ବରଣ ଏକ ସ୍ୱର୍ଗୀୟ ବା ସକାରାତ୍ମକ ଶକ୍ତିର ଆବାସ ହୋଇଥାଏ। ଯଦି କୌଣସି ବ୍ୟକ୍ତିର ନିଦ ବ୍ରହ୍ମ ମୁହୂର୍ତ୍ତରେ ମନକୁ ମନ ଭାଙ୍ଗି ଯାଇଥାଏ ଏବଂ ସେହି ବ୍ୟକ୍ତି ଅତ୍ୟନ୍ତ ପ୍ରସନ୍ନତାର ସହିତ ନିଜର ନିତ୍ୟକର୍ମ କରି ଈଶ୍ୱରଙ୍କ ଆରାଧନା କରିଥାଏ ଏବଂ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାଏ ତ ଏହି ବ୍ୟକ୍ତି ଈଶ୍ୱରଙ୍କ ସନ୍ତାନ ରୂପେ ମାନା ଯାଇଥାଏ ଏବଂ ତାଙ୍କୁ ଏମିତି କରିବା ପାଇଁ ଇଶ୍ଵରୀୟ ଶକ୍ତି ପ୍ରବୃତ୍ତ କରିଥାଏ ଅର୍ଥାତ୍ ଏହିପରି ବ୍ୟକ୍ତି ମାନଙ୍କ ଉପରେ ଭଗଵାନଙ୍କ କୃପା ବନି ରହିଥାଏ।
ଅଷ୍ଟମ କଥା: କେତେଥର ଆମେ ଦେଖିଛନ୍ତି ମନ୍ଦିର କିମ୍ବା କୌଣସି ଧାର୍ମିକ ସ୍ଥାନରେ ଭଜନ କିମ୍ବା କୀର୍ତ୍ତନ ଶୁଣିବା ପାଇଁ କିମ୍ବା ଭଜନ କରିବା ପାଇଁ ଯାଇଥାଉ କିନ୍ତୁ ଯେତେ ସୁନ୍ଦର ଭଜନ ହେଲେ ମଧ୍ୟ ଆମର ମନ ଅସ୍ଥିର କରିଥାଏ ଏବଂ ମଝିରେ ମଝିରେ ଆମର ଧ୍ୟାନ ଭଙ୍ଗ ହୋଇଥାଏ। କେତେବେଳେ ଘରର ସମସ୍ୟା ଏବଂ କେତେବେଳେ ଅନ୍ୟ ସମସ୍ୟାକୁ ନେଇ ଆମର ମନ ଅସ୍ଥିର ରହିଥାଏ କିନ୍ତୁ କିଛି ଲୋକ ଏମିତି ଥାଆନ୍ତି କି ଭଗଵାନଙ୍କ ଭଜନ କିମ୍ବା କୀର୍ତ୍ତନ ଶୁଣି ଭୋଳ ହୋଇଯାଇଥାନ୍ତି। ସେହି ବ୍ୟକ୍ତିଙ୍କ ଉପରେ ଭଗଵାନଙ୍କ ଆଶ୍ରିବାଦ ସର୍ବଦା ରହିଥାଏ।
ନବମ କଥା: ଯେଉଁ ବ୍ୟକ୍ତି ସର୍ବଦା ଗୋମାତାଙ୍କ ସେବା କରୁଥାଏ ସେମାନଙ୍କୁ ମୃତ୍ୟୁ ପରେ ସ୍ୱର୍ଗଲୋକକୁ ଯିବାକୁ ପଡିଥାଏ ଏବଂ ଯେଉଁ ବ୍ୟକ୍ତି ଘରକୁ ଆସୁଥିବା ଗାଈ ମାନଙ୍କୁ ଟେକା ପଥର ଫୋପାଡ଼ି ଥାଏ କିମ୍ବା ବାଡ଼ାଇଥାଏ ସେମାନଙ୍କୁ ନର୍କକୁ ଯିବାକୁ ପଡିଥାଏ।