ଯାହାକୁ ଭିକାରି ଭାବି ସୋରୁମରୁ ବାହାର କରିଦେଉଥିଲେ, ତାଙ୍କ ସତ୍ୟତା ଜାଣି ସମସ୍ତଙ୍କର ମୁଁହ ବନ୍ଧ ହୋଇଗଲା

କୁହାଯାଇଥାଏ କୌଣସି ବି ବ୍ୟକ୍ତି ଙ୍କୁ ତାଙ୍କ ର ବାହ୍ୟ ଚାକଚକ୍ୟ ରୁ ତାଙ୍କ ର ବ୍ୟକ୍ତିତ୍ୱ ସମ୍ପର୍କ ରେ ଅନୁମାନ କରିବା ଉଚିତ ନୁହେ I କାରଣ ଏପରି ଅନେକ ଧନୀ ଲୋକେ ଅଛନ୍ତି ଯେଉଁମାନେ ପ୍ରଚୁର ଅର୍ଥ ରଖିକି ବି ସାଧାରଣ ଲୋକଙ୍କ ପରି ବେଶପୋଷାକ ପିନ୍ଧିଥାନ୍ତି I

ତେବେ ଆଜିକାଲି ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛନ୍ତି I ଆଜିକା ସମୟ ରେ କୌଣସି ବି ବ୍ୟକ୍ତି ଙ୍କୁ ସୋସିଆଲ ମିଡ଼ିଆ ରେ ଵିରଳ ହେବାକୁ ବେଶ ସମୟ ଲାଗି ନ ଥାଏ I ଏହିପରି କିଛି ଏହି ବ୍ୟକ୍ତି ଙ୍କ ସହ ବି ହେଇଚି I ଏପରି କୁହାଯାଉଛି କି ଥାଇଲାଣ୍ଡ ରେ ରହୁଥିବା ଏହି ବ୍ୟକ୍ତି ଦେଖିବାକୁ ଖୁବ ସାଧାରଣ ଅଟନ୍ତି I ଏବଂ ତାଙ୍କ ବେଶ ପୋଷାକ ରୁ ଲୋକେ ତ ତାଙ୍କୁ ଭିକାରି ବୋଲି ଭାବିଥାନ୍ତି I

ବିଗତ କିଛି ଦିନ ତଳେ ଏହି ବ୍ୟକ୍ତି ଏକ ବାଇକ ସୋ ରୁମ ରେ ଯାଇ ପହଂଚିଥିଲେ I ଲୋକେ ତାଙ୍କୁ ସେଠାରେ ଦେଖି ତାଙ୍କ ର ପରିହାସ କରିଥିଲେ I ଖବର ଅନୁସାରେ ଏହି ବ୍ୟକ୍ତି ଥାଇଲାଣ୍ଡ ରେ ଥାମାସ ଆଲେକସ ପାଖ ରେ ଥିବା ଏକ ବାଇକ ସୋ ରୁମ ରେ ଯାଇ ପହଂଚିଥିଲେ I ଏବଂ ସେଠାରେ ସୋ ରୁମ ର ମ୍ୟାନେଜର ଙ୍କୁ ଗାଡି ଦେଖାଇବାକୁ କହିଥିଲେ ଏବଂ ଏହା ଶୁଣି ସେଠାରେ ଉପସ୍ଥିତ ସବୁ କର୍ମଚାରୀ ହସିବାକୁ ଲାଗିଥିଲେ I

ସୋ ରୁମ ର କର୍ମଚାରୀ ଙ୍କ ର ବ୍ୟବହାର ଦେଖି ସେହି ବୃଦ୍ଧ ବ୍ୟକ୍ତି ଙ୍କୁ ବହୁତ ଖରାପ ଲାଗିଥିଲା I ପ୍ରଥମେ ତ ସବୁ ଲୋକେ ସୋ ରୁମ ମାଲିକ ଙ୍କ ସହ ତାଙ୍କୁ ଭେଟ କରାଇ ନ ଥିଲେ କିନ୍ତୁ ପରେ ସେହି ବ୍ୟକ୍ତି ଙ୍କୁ ସୋ ରୁମ ମାଲିକ ଙ୍କ ସହ ଭେଟ କରାଯାଇଥିଲା I ଏହା ପରେ ନିଜେ ସୋର ରୁମ ର ମାଲିକ ସେହି ବ୍ୟକ୍ତି ଏକ ବାଇକ ଦେଖାଇଥିଲେ I

ତେବେ ସୋ ରୁମ ର ମାଲିକ ସେହି ବ୍ୟକ୍ତି ଙ୍କୁ ଯେଉଁ ହାଡ଼ଲି ଡେଭିଲସଂନ ଗାଡି ଦେଖାଇଥିଲେ ଏହା ର ମୂଲ୍ୟ 12 ଲକ୍ଷ ଅଟେ I ଏବଂ ଉକ୍ତ ବ୍ୟକ୍ତି ସଂଗେ ସଂଗେ 12 ଲକ୍ଷ ଟଙ୍କା ବାହାର କରି ସୋ ରୁମ ର ମାଲିକ ଙ୍କୁ ଦେଇଥିଲେ I ଏହା ଦେଖି ଉକ୍ତ ସୋ ରୁମ ର କର୍ମଚାରୀ ମାନେ ଆଶ୍ଚଯ୍ୟ ହେଇଯାଇଥିଲେ ଏବଂ ସେଠାରେ ଉପସ୍ଥିତ ଜଣେ ଯୁବକ ଏହି ସମସ୍ତ ଘଟଣା କୁ ନିଜ ମୋବାଇଲ ରେ ରେକର୍ଡ କରିଥିଲେ I