ମଙ୍ଗଳବାର ସନ୍ଧ୍ୟା 4 ଟା ସମୟ ରେ ଛତିଶଗଡ଼ ର ନୂଆ ରାୟପୁର ଅଂଚଳ ରେ ରୀକୋ ଗ୍ରାମ ରେ ତିନି ଯୁବତୀ ଡବ୍ୟଉଆରଏମ ଓ ଓରକୁରା ଷ୍ଟେସନ ମଧ୍ୟ ରେ ଛତିଶଗଡ଼ ଏକ୍ସପ୍ରେସ ସମୁଖ ରେ ଥିବା ରେଳଧାରଣ ରେ ସୋଇପଡ଼ିଥିଲେ I
ଟ୍ରେନ ର ବେଗ ପ୍ରଥମ ରୁ କମ ଥିଲା , ଡ୍ରାଇଭର ରେଳ ଧାରଣା ରେ ତିନି ଯୁବତୀ ଙ୍କୁ ଦେଖି ଇମରଜେନ୍ସି ବ୍ରେକ ମାରିଥିଲେ I ଏହା ପରେ ସାମାନ୍ୟ ଦୁର୍ଘଟଣା ରେ ଜଣେ ଯୁବତୀ ଙ୍କ ର ଗୋଡ଼ କଟିଯାଇଥିଲା I ତିନି ଯୁବତୀ ଙ୍କ ର ଅବସ୍ଥା ଗମ୍ଭୀର ଅଟେ I ପୋଲିସ ମୁତାବିକ ଭଗବତୀ ବଂଜାରେ ଙ୍କ ର ଦୁଇ ଗୋଡ଼ କଟିଯାଇଥିଲା I ସେ ବିବାହିତ ହେଇ ନିଜ ପତି ଙ୍କ ଠାରୁ ଅଲଗା ରହୁଥିଲେ I ଏହା ପରେ ଆବେଦକର ହସ୍ପିଟାଲ ରେ ଭଗବତୀ ଙ୍କୁ ଓ ନିଶା ଙ୍କୁ ଡିକେଶନ ହସ୍ପିଟାଲ ରେ ଭର୍ତି କରାଯାଇଥିଲା I ରେଳବାଇ ଏସପି ଙ୍କ ର ମୁତାବିକ ଏହି ତିନି ଯୁବତୀ ଆତ୍ମହତ୍ୟା କରିବା ର ଯୋଜନା କରୁଥିଲେ I
ଦୁର୍ଘଟଣା ପରେ କିଛି ସମ୍ପର୍କୀୟ ଅବେଡ଼କର ହସ୍ପିଟାଲ ରେ ପହଂଚିଥିଲେ I କିନ୍ତୁ ସେ ଏହି ପଦକ୍ଷପ ବାବଦ ରେ କିଛି କହି ନ ଥିଲେ I ଯୁବତୀ ବି କଥା କହିବା ଅବସ୍ଥା ରେ ନ ଥିଲେ I ଯୁବତୀ ଙ୍କ ର ଭାଇ ଙ୍କ କହିବା ଅନୁସାରେ ଏହି ତିନି ଯୁବତୀ ଘରୁ ବୁଲିବାକୁ କହି ଯାଇଥିଲେ ଘରୁ ଦିନ 2 ଟା ସମୟ ବାହାରିଥିଲେ I ଏହି ଦୁର୍ଘଟଣା ଟି 4 ଟା ସମୟ ରେ ଓରକୁରା ଓ ଡ଼ବ୍ୟଉଆରଏସ ଷ୍ଟେସନ ମଧ୍ୟ ରେ ଘଟିଥିଲା I ଏହି ଟ୍ରେନ ରେ ସେଠାକାର ଡିଆରଏମ ମଧ୍ୟ ଉପସ୍ଥିତ ଥିଲେ I
ତିନି ଯୁବତୀ ମନ୍ଦୀରହସଦ ସିଟି ବସ ରେ ରାଜଧାନୀ ଆସିଥିଲେ I ଯୁବତୀ ଙ୍କ ର ପର୍ସ ରୁ କିଛି 300 ଟଙ୍କା ବି ବରାମତ ହେବା ସହ କିଛି ଟାବଲେଟ ବି ବରାମତ ହେଇଚି I ଆରପିଏଫ ଅଫିସର ଙ୍କ କହିବା ଅନୁସାରେ ଏହି ତିନି ଯୁବତୀ ଆତ୍ମହତ୍ୟା କରିବା ଯୋଜନା ରେ ହିଁ ଏଠାକୁ ଆସିଥିଲେ I ଏବଂ ଟ୍ରେନ ଆସିବା ସମୟ ରେ ଏହି ଯୁବତୀ ମାନେ ହୋସ ରେ ଥିଲେ I