ଯେବେ ନିଜ ଭକ୍ତଙ୍କୁ ବଞ୍ଚେଇବା ପାଇଁ Prabhu Hanuman ଦୌଡ଼ି ଚାଲି ଆସିଲେ, ତାପରେ ଯାହା ହେଲା ଦେଖିକି ସବୁ ଚକିତ

ନମସ୍କାର ବନ୍ଧୁଗଣ ଆଜି ଆମେ ପ୍ରଭୁ ହନୁମାନଙ୍କ ବିଷୟରେ ଏମିତି ଏକ ଘଟଣା ଜାଣିବା ଯାହାକୁ ଶୁଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ମାନଙ୍କୁ ଜଣାପଡି ଯିବା ଯେ ହନୁମାନ ଚାଳିଶା କେତେ ଶକ୍ତି ଅଛି। ମୁମ୍ବାଇର ଏକ ସହରରେ ବିପଲ ନାମର ଏକ ଛୋଟ ଗାଁଟି ଅଛି। ଗାଁ ବାହାରେ ଏକ ବଡ଼ ପ୍ରାଚୀନ ମନ୍ଦିର ଅଛି। ଗାଁରେ ରହୁଥିବା ଲୋକ ହନୁମାନଙ୍କୁ ପୂଜା କରିବାକୁ ଯାଆନ୍ତି। ଚାରିପଟରୁ ଜଙ୍ଗଲ ଘେରିହୋଇ ରହିଥିବା ଏହି ଗ୍ରାମ ବୋହୁତ ଦୁର୍ଗମ ସ୍ଥାନରେ ଅଛି। ଯେଉଁଠିକୁ ଯିବାପାଇଁ କୌଣସି ପକ୍କା ରାସ୍ତା ନାହିଁ ଗାଁର ଲୋକମାନଙ୍କୁ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡିଥାଏ। ଗାଁ ଲୋକଙ୍କ କଥା ଅନୁସାରେ ଏହି ଜଙ୍ଗଲରେ କେତେକ ପ୍ରକାର ଦୃଷ୍ଟ ଶକ୍ତିର ବାସ ଅଛି।

ଏଥିପାଇଁ ଏହି ଜଙ୍ଗଲରେ କିଏ ବି ଏକୁଟିଆ ଯାଏ ନାହିଁ। କେତେଥର ତ ଜଙ୍ଗଲର ରାସ୍ତାରେ ଯିବା ସମୟରେ ଲୋକଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡିଯାଇଥାଏ ଏବଂ କେତେଥର ଆତ୍ମାର ପିଛା କରିବା ଘଟଣା ସାମ୍ନାକୁ ଆସିଛି। ଯେମିତି ଗୋଟେ ଲୋକ ଆତ୍ମା କବଳରୁ ରକ୍ଷା ପାଇବା ପାଇଁ ସେହି ମନ୍ଦିର ସାମ୍ନାରେ ଆସିଯାଏ ସେମିତି ଏହି ଖରାପ ଶକ୍ତି ତାଙ୍କ ପିଛା କରିବା ଛାଡ଼ିଦେଇ ଥାଏ। ଏହି କାରଣରୁ ଗାଆଁ ଲୋକମାନେ କେତେଥର ହନୁମାନଙ୍କର ଚମତ୍କାର ଅନୁଭବ କରିଛନ୍ତି। ସେହି ଗାଁରେ ରହୁଥିବା ମାଧବ ସହ ଏମିତି ଏକ ଘଟଣା ଯେବେ ରହିଥିଲା ସେବେ ପ୍ରଭୁ ହନୁମାନ ନିଜେ ତାର ରକ୍ଷା କରିଥିଲେ। ମାଧବ ଗାଁରେ ନିଜ ବାପା ମାଙ୍କ ସହ ରହୁଥିଲା|

ସେ ପ୍ରତିଦିନ ହନୁମାନଙ୍କ ମନ୍ଦିର ଯାଇକି ପୂଜା କରୁଥିଲା ଏବଂ ହନୁମାନଙ୍କ କୃପାର କାରଣରୁ ସବୁକିଛି କୁଶଳ ମଙ୍ଗଳ ଥିଲା। ମାଧବ ଜଣେ ଶ୍ରମିକ ଥିଲା ଏଥିଲାଗି ସେ ସବୁ ଦିନ ମଜୁରୀ ଖଟି ନିଜ ପରିବାର ପାଇଁ ପଇସା କମାଉ ଥିଲା। ଦିନେ ମାଧବର ବାପାଙ୍କୁ କିଛି କାମପାଇଁ ବାହାର ଗାଁକୁ ଯିବାକୁ ପଡିଲା ଏଥିପାଇଁ ସେ ଜଙ୍ଗଲର ରାସ୍ତାରେ ଏକା ଚାଲିଗଲେ ଏବଂ ସନ୍ଧ୍ୟାରେ ସେ ସେହି ରାସ୍ତାଦେଇ ଗାଁକୁ ଫେରି ଆସୁଥିଲେ। ସେତେବେଳେ ରାସ୍ତାରେ ହଠାତ୍ ତାଙ୍କୁ ଅନୁଭବ ହେଲାକି ତାଙ୍କର ଜଣେ ପିଛା କରୁଛି। ଡରି ଡରି ମାଧବର ବାପାଙ୍କ ଝାଳ ବାହାରି ପଡ଼ିଥାଏ। ସେ ଦୌଡ଼ି ଦୌଡ଼ି ଗାଁକୁ ଫେରି ଆସିଲେ। ଗାଁରେ ପହଞ୍ଚି ସରିବାପରେ ତାଙ୍କର ଦେହ ହଠାତ୍ ଅସୁସ୍ଥ ହୋଇଗଲା|

ତାଙ୍କୁ ବୋହୁତ ଜୋର୍ ରେ ଜର ଆସିଗଲା। ବାପାଙ୍କ ଅସୁସ୍ଥତା ଦେଖି ମାଧବ ଚିନ୍ତାରେ ପଡ଼ିଗଲା। ଗାଁ ଲୋକମାନେ ମାଧବକୁ ଡାକ୍ତର ଆଣିବାକୁ କହିଲେ କିନ୍ତୁ ରାତି ବୋହୁତ ହୋଇଯାଇଥିଲା ଆଉ ଜଙ୍ଗଲର ରାସ୍ତାଦେଇ ରାତିରେ ଯିବା ବୋହୁତ ଭୟଙ୍କର ଥିଲା। ରାତି ସମୟରେ ଜଙ୍ଗଲରେ ଖରାପ ଶକ୍ତିର ପ୍ରଭାବ ଅଧିକ ଥାଏ। ଏଥିଲାଗି ମାଧବର ସ୍ତ୍ରୀ ମାଧବକୁ ଯିବାକୁ ଦେଉନଥିଲା କିନ୍ତୁ ମାଧବର ପ୍ରଭୁ ହନୁମାନଙ୍କ ଉପରେ ପୁରା ବିଶ୍ୱାସ ଥିଲା ସେଥିପାଇଁ ସେ ଠିକ୍ କରିଲା ସେ ଡକ୍ଟରଙ୍କୁ ଆଣିବାପାଇଁ ରାତିରେ ହିଁ ଗଲା। ମାଧବ ନିଜ ସାଇକଲ ନେଇ ବାହାରି ପଡ଼ିଲା। ଅମାବାସ୍ୟା କାରଣରୁ ଜଙ୍ଗଲର ରାସ୍ତା ବୋହୁତ ଅନ୍ଧାର ଥିଲା। ମାଧବ ବୋହୁତ ଜୋର୍ ରେ ସାଇକଲ ଚଲାଉ ଥିଲା କିନ୍ତୁ କିଛି ବାଟ ଗଲାପରେ ତାର ସାଇକେଲର ଗତି କମ୍ ହୋଇଗଲା|

ମାଧବକୁ ଅଚାନକ ଲାଗିଲା ତା ସାଇକଲ ପଛରେ କିରେ ଜଣେ ଆସି ବସିପଡ଼ିଲା ଡରି ଡରି ମାଧବ କାମ୍ପିବାକୁ ଲାଗିଲା ଓ ସାଇକେଲକୁ ଜୋର୍ ଜୋର୍ ଚଳାଇବା ପାଇଁ ଅଧିକ ବଳ ପ୍ରୟୋଗ କରିଲା। ମାଧବ ଯେତେ ଜୋର୍ ସାଇକଲ ଚଳାଉଥିଲା ତାର ସାଇକେଲ ସେତେ ଭାରି ହେବାକୁ ଲାଗିଲା। କିଛି ଦୂର ଯିବାପରେ ଗଛ ପାଖରେ କିଛି ଫୁଟିବାର ଶବ୍ଦ ସୁବିଲା ଓ ସାଇକେଲଟି ରହିଗଲା। ମାଧବ ସାଇକେଲରୁ ଓହ୍ଲାଇ ଦେଖିଲା ଯେ ସାଇକଲର ଟାୟାର ଫଟି ଯାଇଛି। ମାଧବ ଚାଲି ଚାଲି ସାଇକେଲ ଗଡ଼ାଇ ଚାଲିବାକୁ ଲାଗିଲା ସେତେବେଳେ ତାକୁ କିଏ ପଛରୁ ଡାକିଲା ଓ କହିଲା ରହିଯା ମାଧବ ମୁଁ ତତେ ଆଗକୁ ଯିବାକୁ ଦେବି ନାହିଁ। ତୋ ବାପା ମୋ ସାଙ୍ଗ ଅଟେ ଆଉ ମୁଁ ତତେ ତା ଜୀବନ ବଞ୍ଚାଇବାକୁ ଦେବି ନାହିଁ|

ମାଧବ ପଛକୁ ଅନାଇ ଦେଖିଲା ସେଠାରେ କିଏ ବି ନଥିଲେ ମାଧବ କହିଲା କିଏ ତମେ ସାମ୍ନାକୁ ଆସିଯାଅ। ସେତେବେଳେ ମାଧବ ସାମ୍ନାକୁ ଏକ ଭୟଙ୍କର ଚେହେରା ଆସିଲା। ମାଧବ ଚିଲାଇକି କହିଲା ମୋ ରକ୍ଷା ପାଇଁ ପ୍ରଭୁ ହନୁମାନ ଅଛନ୍ତି ଯିଏ ବି ଅଛ ଏବେ ଏଠାରୁ ଚାଲିଯାଅ। ଏହା ଶୁଣି ସେହି ପ୍ରେତଆତ୍ମା ଜୋର୍ ରେ ହସିବାକୁ ଲାଗିଲା ତ ସେତେବେଳେ ମାଧବ ନିଜ ଆଖି ବନ୍ଦ କରି ହନୁମାନ ଚାଳିଶା ବଡ଼ ପାଟିକରି ପଢିବାକୁ ଲାଗିଲା। ସେତେବେଳେ ଅଚାନକ ଆକାଶରେ ଗୋଟେ ବିଜୁଳି ଘଡଘଡି ମାରିବାକୁ ଲାଗିଲା ଓ ତାପରେ ଜଙ୍ଗଲର ବାତାବରଣ ପୁରା ଶାନ୍ତ ପଡ଼ିଗଲା। ମାଧବ ଆଖିଖୋଲି ଦେଖିଲା ପ୍ରେତଆତ୍ମା ସେଠୁ ଚାଲିଯାଇଛି। ତାପରେ ମାଧବ ଡାକ୍ତରଙ୍କୁ ଆଣି ଆସିଲା ଏବଂ ହନୁମାନଙ୍କ ମନ୍ଦିରର ସିନ୍ଦୂର ନିଜ ବାପାଙ୍କ ମୁଣ୍ଡରେ ଲଗାଇ ଦେଲା। ତାପରେ ତା ବାପା ପୁରା ଠିକ୍ ହୋଇଗଲେ। ସମସ୍ତେ ମିଶି ପ୍ରଭୁ ହନୁମାନଙ୍କୁ ନମସ୍କାର କରିଲେ। ଆଜି ବି ଗାଆଁ ଲୋକମାନେ ହନୁମାନଙ୍କୁ ବୋହୁତ ମାନନ୍ତି।