ଗୋଟେ ବାପା ନିଜ 9 ଦିନର ଛୁଆକୁ Ganga ନଦୀ କୂଳରେ ନେଇକି ଛାଡିଦେଲା, 25 ବର୍ଷ ପରେ ଯେତେବେଳେ ପୁଣି ତା ସହ ଦେଖା ହେଲା ହେଲା ଏମିତି କିଛି

ନମସ୍କାର ବନ୍ଧୁଗଣ କଣ ହେଲା ଯେତେବେଳେ ଜଣେ ବାପା ତାର ୯ ଦିନର ପୁଅକୁ ଗଙ୍ଗା ନଦୀରେ ଛାଡିଦେଲା ଆଉ ୨୫ ବର୍ଷ ଯେତେବେଳେ ତାର ପୁଅ ସହ ଦେଖା ହେଲା ତେବେ ସମସ୍ତଙ୍କ ହୋସ ଉଡ଼ିଗଲା। ଏହି ଘଟଣାଟି ଉତ୍ତରପ୍ରଦେଶର ଅଟେ। ସୀମା ଓ ବୈଭବ ନାମକ ସ୍ଵାମୀ ସ୍ତ୍ରୀ ଗଙ୍ଗା ଘାଟରେ ପୂଜା କରୁଥିଲେ | ଯେତେବେଳେ ସେମାନେ ସାମ୍ନାକୁ ଦେଖିଲେ ସେତେବେଳେ ଦେଖିଲେ କି ଏକ ଟୋକେଇ ତାଙ୍କ ପାଖକୁ ଭାସି ଆସୁଛି |

ଆଉ ଅଚାନକ ସେହି ଟୋକେଇ ଭିତରୁ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଲା ସମସ୍ତେ ଦେଖିଲେ ସେହି ଟୋକେଇରେ ଏକ ଶିଶୁ ଥିଲା। ବୈଭବ ସେହି ଶିଶୁଟିକୁ ଗଙ୍ଗା ନଦୀରୁ ବାହାର କରି ଆଣିଲେ ଆଉ ପୋଲିସ୍ କୁ କଲ୍ କରିଲେ ପୋଲିସ୍ ସେଠାକୁ ତୁରନ୍ତ ଆସିଲା ଆଉ ଶିଶୁଟିକୁ ନିଜ କଷ୍ଟଡିକୁ ନେଲା ଆଉ ତାର ମାତା ପିତାଙ୍କୁ ଖୋଜିବା ଆରମ୍ଭ କରିଦେଲା। ତାପରଦିନ ସୀମା ଓ ବୈଭବ ପୋଲିସ୍ ଷ୍ଟେସନରେ ପହଞ୍ଚିଲେ ଆଉ କହିଲେ ତାଙ୍କର କୌଣସି ସନ୍ତାନ ନାହିଁ ଯେପର୍ଯ୍ୟନ୍ତ ତାର ମାତା ପିତା ମିଳି ନାହାଁନ୍ତି ଆମେ ଏହି ଶିଶୁଟିର ଧ୍ୟାନ ରଖିବୁ ବୋଲି କହିଲେ ଏବଂ ପୋଲିସ୍ ମଧ୍ୟ ସୀମା ଓ ବୈଭବଙ୍କୁ ମଞ୍ଜୁରୀ ଦେଇଦେଲେ।

ତେବେ ଦର୍ଶକ ବନ୍ଧୁ ଏହାପରେ ସେହି ଦୁଇଜଣ ସେହି ଶିଶୁର ବୋହୁତ ଭଲ ଭାବରେ ଧ୍ୟାନ ରଖିବାକୁ ଲାଗିଲେ। ଏମିତି ୩ ବର୍ଷ ବିତିଗଲା କିନ୍ତୁ ପୋଲିସ୍ କୁ ସେହି ଶିଶୁର ମାତା ପିତାଙ୍କ ସନ୍ଧାନ ମିଳି ପାରୁନଥିଲା ଏବଂ ଏହାପରେ ସୀମା ଓ ବୈଭବ ଆଇନଗତ ଭାବରେ ସେହି ପିଲାଟିକୁ ନେଇଗଲେ ଆଉ ତାର ନାମ ଏକାନ୍ତ ରଖିଲେ। ଏହି ଦୁଇଜଣ ସ୍ଵାମୀ ସ୍ତ୍ରୀ ଏକାନ୍ତର ବୋହୁତ ଧ୍ୟାନ ରଖିଲେ ଏହିପରି ସମୟ ବିତି ଚାଲୁଥିଲା ଏକାନ୍ତ ଏବେ ୨୦ ବର୍ଷର ହୋଇ ସାରିଥିଲା ଏବଂ ସେ ତାର ପାଠପଢ଼ା ମଧ୍ୟ ଶେଷ କରିସାରିଥିଲା ଆଉ ଏକ କମ୍ପାନୀରେ ଯବ୍ କରୁଥିଲା।

ଏତେ ବର୍ଷ ହୋଇଯାଇଥିଲେ ମଧ୍ୟ ସୀମା ଓ ବୈଭବଙ୍କ ମନରେ ଏକ କଥା ଥିଲା କି କଣ ପାଇଁ ଏକାନ୍ତର ମାତା ପିତା ତାହା ସହିତ ଏପରି କରିଥିଲେ। ସମୟ ବିତି ଚାଲିଲା ଏକାନ୍ତ ୨୫ ବର୍ଷର ହୋଇଗଲା ତାର କମ୍ପାନୀରୁ ତାକୁ ପ୍ରମୋସନ୍ ମିଳିଥିଲା ସେଥିପାଇଁ ସେ ଗଙ୍ଗା ଘାଟରେ ତାର ପୁରା ପରିବାର ସହିତ ପୂଜାପାଠ କରୁଥିଲା। ଯେତେବେଳେ ପୂଜା ଶେଷ ହେବା ପରେ ସେ ସବୁ ସାଧୁଙ୍କୁ ଅନ୍ନ ଦାନ କରୁଥିଲା ସେହି ସମୟରେ ଜଣେ ସାଧୁ ତାକୁ ଦେଖି ଚାଲୁଥିଲା ଯେତେବେଳେ ସେ ଏହି ସାଧୁଙ୍କୁ ଅନ୍ନ ଦେବାପାଇଁ ଗଲା ତେବେ ସେହି ସାଧୁ ତାର ହାତରେ ଥିବା ଚିହ୍ନ ଦେଖିଲେ ଆଉ କହିଲେ ତୁ ମୋର ପୁଅ।

ସେଠାରେ ଥିବା ଲୋକମାନେ ଏହି କଥା ଶୁଣି ବୋହୁତ ଆଶ୍ଚର୍ଯ୍ୟ ହୋଇଗଲେ ଏକାନ୍ତ କହିଲା ମୋ ପିତା ତୁମେ ନୁହେଁ ମୋ ପିତା ସେହି ସାମ୍ନାରେ ଅଛନ୍ତି କିନ୍ତୁ ସେହି ସାଧୁ କହିଲେ ଆଜିକୁ ୨୫ ବର୍ଷ ତଳେ ମୁଁ ହିଁ ତତେ ଏହି ଗଙ୍ଗା ନଦୀରେ ଭସାଇ ଦେଇଥିଲି। ଯେତେବେଳେ ଏକାନ୍ତ, ସୀମା ଆଉ ବୈଭବ ଏହି ବିଷୟରେ ପଚାରିଲା ସେହି ଦୁଇଜଣ ଏହି ଘଟଣାକୁ ସତ ବୋଲି କହିଲେ ଆଉ ସେହି ସାଧୁଙ୍କୁ ପ୍ରଶ୍ନ କରିଲେ କି ତମେ ୟାକୁ ଗଙ୍ଗା ନଦୀରେ କାହିଁକି ଛାଡ଼ିଥିଲ।

ସେତେବେଳେ ସେହି ସାଧୁ କହିଲା ୟାକୁ ଜନ୍ମ ଦେବା ସମୟରେ ତାର ମା ମୃତ୍ୟୁବରଣ କରିଥିଲା ଆଉ ସେହି ସମୟରେ ମୁଁ ବୋହୁତ ଗରୀବ ଥିଲି ଆଉ ସେହି ସମୟରେ ମୋ ପାଖରେ କେବଳ ଗୋଟିଏ ରାସ୍ତା ଥିଲା ମୁଁ ଗୋଟିଏ ଟୋକେଇ ନେଇ ମହାଦେବଙ୍କୁ ପ୍ରାର୍ଥନା କରି ଶିଶୁଟିକୁ ଟୋକେଇ ରଖି ଭସାଇ ଦେଲି, ମୋର ମହାଦେବଙ୍କ ଉପରେ ସମ୍ପୂର୍ଣ୍ଣ ଭରଷା ଥିଲା କି ସେ ଆର ନିଶ୍ଚିତ ରକ୍ଷା କରିବେ। ଏସବୁ ଶୁଣିବା ପରେ ଏକାନ୍ତ ନିର୍ଣ୍ଣୟ ନେଲା କି ସେ ସବୁବେଳେ ସୀମା ଆଉ ବୈଭବ ସହ ରହିବ କାରଣ ଗଙ୍ଗା ନଦୀରୁ ବାହାରକୁ ଆଣିକି ତାକୁ ଏକ ନୂଆ ଜୀବନ ଦେଇଥିଲେ।