ଯେତେବେଳେ ଭଗବାନ ନିଜେ ପହଞ୍ଚିଲେ ଦୋକାନକୁ He Prabhu ତା ପରେ ଯାହା ହେଲା… ଜାଣିଲେ ଚକିତ ହେଇଯିବେ

ସାନ୍ତୁନୁ ଓ ହେମନ୍ତ ଦୁଇଜଣ ଭଲ ବନ୍ଧୁ ଥିଲେ। ଦୁହେଁ ମୁଣ୍ଡ ଉପରେ ଜିନିଷ ଧରି ଘର ଘର ବୁଲି କପଡ଼ା ବିକ୍ରି କରୁଥିଲେ। ଶୀତ ଦିନର ସମୟ ଥିଲା ସେଥି ଯୋଗୁଁ ସେ ଗାଁ ଗାଁ ବୁଲି କମଳ ବିକ୍ରି କରୁଥିଲେ। ବିକ୍ରି କରିବା ବେଳେ ଗୋଟେ ଗାଁରେ ସେମାନେ ଦେଖିଲେ ଗୋଟିଏ କୁଡିଆ ଘର ପାଖରେ ଗୋଟିଏ ଗରୀବ ବୃଦ୍ଧ ମହିଳା ଶୀତରେ ଥରୁଥିଲା। ଏହା ଦେଖି ସାନ୍ତୁନୁ ନିଜ ବସ୍ତାରୁ ଗୋଟିଏ କମ୍ବଳ କାଢି ସେହି ବୃଦ୍ଧ ମହିଳାକୁ ଦେଇ କହିଲା ମା ତୁମେ ଶୀତରେ ଥରୁଛ ଏହି କମ୍ବଳ କୁ ନିଅ ଆଉ ନିଜକୁ ଘୋଡେ଼ଇ ଦିଅ। ସେହି ବୃଦ୍ଧ ମହିଳା ବୋହୁତ ଖୁସୀ ହୋଇଗଲା ଆଉ ତୁରନ୍ତ ସେହି କମ୍ବଳକୁ ନେଇ ଘୋଡେ଼ଇ ହୋଇ ପଡ଼ିଲା। ଏହାପରେ ବୁଢ଼ୀ ମା ଟି ସାନ୍ତୁନୁକୁ ବୋହୁତ ଆଶ୍ରିବାଦ ଦେଲା ସେହି ବୁଢ଼ୀ ମା କହିଲା ତମକୁ ଦେବା ପାଇଁ ମୋ ପାଖରେ ତ କିଛି ନାହିଁ କିନ୍ତୁ ମୁଁ ତମକୁ କିଛି ଦେବାକୁ ଚାହୁଁଛି। ତାପରେ ସେହି ବୁଢ଼ୀ ମାଟି ତାର କୁଡିଆ ଘର ଭିତରକୁ ଗଲା ଓ ସେଥିରେ ଗୋଟିଏ ସୁନ୍ଦର ଭଗଵାନଙ୍କ ମୂର୍ତ୍ତିକୁ ଆଣିଲା ଏବଂ ସାନ୍ତୁନୁ ଦେଇ କହିଲା ଯେ ମୋ ପାଖରେ ତୁମକୁ ଦେବାପାଇଁ ପଇସା ତ ନାହିଁ ହେଲେ ଭଗଵାନଙ୍କର ଏହି ମୂର୍ତ୍ତି ଅଛି ଏହାକୁ ନେଇ ତୁମେ ତମ ଦୋକାନରେ ରଖ ଏବଂ ଏହି ଭଗଵାନଙ୍କ ମୂର୍ତ୍ତିର ପୂଜା କର ଦେଖିବ ଭଗଵାନ ତୁମର କେତେ ଉନ୍ନତି କରିବେ।

ଏହା ଶୁଣି ହେମନ୍ତ ସେହି ବୁଢ଼ୀ ମହିଳା ପାଖକୁ ଆସି କହିଲା ଆରେ ମା କାହିଁକି ବାହାନା କରୁଛ। ପଇସା ନାହିଁ ତ କିଛି ଅସୁବିଧା ନାହିଁ କିନ୍ତୁ ଅଯଥାରେ ଆମକୁ ମିଛ ଶାନ୍ତ୍ବନା ଦିଅନାହିଁ। ଆମ ପାଖରେ ତ ନିଜର କୌଣସି ଦୋକାନ ନାହିଁ ତାହେଲେ ଆମେ ଏହି ମୂର୍ତ୍ତିକୁ ରଖିବୁ କେଉଁଠି। ଏହାକୁ ତୁମେ ନିଜ ପାଖରେ ହିଁ ରଖ କିନ୍ତୁ ସାନ୍ତୁନୁ ଯିଏ ଜଣେ ଭଲ ମଣିଷ ଥିଲା ଭଗଵାନଙ୍କୁ ମାନୁଥିଲା ସେ କହିଲା ଯେ ଆପଣ ଯଦି ମତେ ଏତେ ଶ୍ରଦ୍ଧାରେ ଦେଉଛନ୍ତି ତାହେଲେ ଦିଅନ୍ତୁ ପଇସାର ଚିନ୍ତା କରନାହିଁ। ସାନ୍ତୁନୁ ନିଜେ ଧରିଥିବା ଚାଦରରେ ଭଗଵାନଙ୍କ ମୂର୍ତ୍ତିକୁ ଘୋଡେ଼ଇ ରଖିଲା ଏବଂ ଏହାପରେ ସେମାନେ ସେଠାରୁ ଚାଲିଗଲେ। ସେହି ବୃଦ୍ଧ ମହିଳାଟି ସେମାନେ ଦୂରକୁ ଗଲା ପର୍ଯ୍ୟନ୍ତ ସେମାନଙ୍କୁ ଆଶ୍ରୀବାଦ ଦେଉଥିଲା ଏବଂ କହୁଥିଲା ଯେ ଭଗଵାନ ତୁମର ମଙ୍ଗଳ କରିବେ।

ଦିନେ ଠିକ୍ ଏମିତି ହିଁ ହେଲା ଭଗଵାନ ଦିନେ ଏକ ଚମତ୍କାର କରିଲେ ଧୀରେ ଧୀରେ ତାଙ୍କର ରୋଜଗାର ବଢିବାକୁ ଲାଗିଲା ଏବଂ ସେମାନେ ଏକ ସାଇକେଲ ମଧ୍ୟ କିଣିଲେ। ସେମାନେ ସାଇକେଲ ଆଗରେ ସେହି ମୂର୍ତ୍ତିକୁ ରଖି ଓ ପଛରେ କପଡ଼ା ରଖି ଗାଁ ଗାଁ ବୁଲି କପଡ଼ା ବିକିଲେ। ସେମାନଙ୍କ ରୋଜଗାର ଆହୁରି ବଢିବାକୁ ଲାଗିଲା। ଏହାପରେ ସେମାନେ ଏକ ଦୋକାନ ଭଡାକୁ ନେଲେ ଏବଂ ସେଠାରେ ଭଗଵାନଙ୍କ ମୂର୍ତ୍ତିକୁ ବୋହୁତ ସୁନ୍ଦର ରୂପେ ସ୍ଥାପିତ କରି ତାଙ୍କର ପୂଜା କରିଲେ। ଧୀରେ ଧୀରେ ସେମାନଙ୍କ ବେପାର ଏତେ ବଢ଼ିଗଲା ଯେ ଏବେ ସହରରେ ସେମାନଙ୍କର ବୋହୁତ ବଡ଼ ବଡ଼ କପଡ଼ା ଦୋକାନ ଓ କପଡ଼ା ମିଲ୍ ମଧ୍ୟ ହୋଇଗଲା। ଗୋଟିଏ ଦିନ ହେମନ୍ତ ସାନ୍ତୁନୁକୁ କହିଲା ଯେ ଦେଖ୍ ଆଜି ଆମ ପାଖରେ ସବୁକିଛି ଅଛି ଏହା କେବଳ ଆମ ପରିଶ୍ରମର ଫଳ ଅଟେ କିନ୍ତୁ ସାନ୍ତୁନୁ କହିଲା ନାହିଁ ଏହା ଆମ କଠିନ ପରିଶ୍ରମ ସହିତ ଆମ ଉପରେ ଥିବା ଭଗଵାନଙ୍କ ଆଶ୍ରିବାଦ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି। ଏହି କଥାକୁ ହେମନ୍ତ ଗୁରୁତ୍ଵ ନଦେଇ ନିଜର କାମରେ ଲାଗିଗଲା।

ଗୋଟିଏ ଦିନ ସାନ୍ତୁନୁର ଦେହ ଅସୁସ୍ଥ ହେବା ଯୋଗୁଁ ସେ ବିଳମ୍ବରେ ଦୋକାନକୁ ଆସିଲା ଏହାକୁ ଦେଖି ହେମନ୍ତ କହିଲା ଆଜି କଣ ଏତେ ବିଳମ୍ବରେ ଆସିଲୁ ତୋ ବିନା ମୁଁ ଗୋଟିଏ ବି ମୁହୂର୍ତ୍ତ ରହି ପାରୁନି। ମତେ କଥା ଦେ ତୁ କେବେବି ମୋ ସହିତ ବନ୍ଧୁତା ଭାଙ୍ଗବୁନି। ସାନ୍ତୁନୁ ହସି ହସି କହିଲା ଆରେ ତୁ କାହିଁକି ଏତେ ଚିନ୍ତା କରୁଛୁ ମୁଁ ନ ଆସିଲେ କଣ ହେଲା ମୋ ଭଗଵାନ ତ ଅଛନ୍ତି ଏହା କହି ସେ ନିଜ କାମରେ ଲାଗିଗଲା। ପୂର୍ବେ ସେମାନଙ୍କ ଦୋକାନ ଘର ପାଖରେ ଥିଲା କିନ୍ତୁ ଏବେ ସେମାନଙ୍କ ଘର ଦୋକାନ ଠାରୁ ବୋହୁତ କିଲୋମିଟର ଦୂରରେ ଥିଲା କାହିଁକି ନା ଏବେ ଦୁହେଁ ନିଜ ନିଜର ଗୋଟିଏ ମହଲ ଭଳି ଘର କିଣିଲେ ଆଉ ବୋହୁତ ଖୁସିରେ ସେଠାରେ ନିଜ ପରିବାର ଲୋକଙ୍କ ସହ ରହୁଥିଲେ ଏବଂ ଦୁହେଁ ନିଜ ପିଲା ମାନଙ୍କୁ ବୋହୁତ ପାଠ ପଢ଼ାଇଲେ। ସାନ୍ତୁନୁ ର ଦୁଇଟି ପୁଅ ଥିଲା ଏବଂ ସେ ତାଙ୍କର ବିବାହ ମଧ୍ୟ କରାଇଦେଲା। ଏପଟେ ହେମନ୍ତର ମଧ୍ୟ ଗୋଟେ ପୁଅ ଆଉ ଗୋଟେ ଝିଅ ଥିଲେ। ସେ ନିଜ ପୁଅର ବାହାଘର ତ କରି ସାରିଥିଲା କିନ୍ତୁ ତା ଝିଅର ବାହାଘର କରିବା ଏବେ ବାକି ଥିଲା। ସାନ୍ତୁନୁ ଏବେ ଦୋକାନକୁ ବିଳମ୍ବରେ ଆସିବାକୁ ଲାଗିଲା। ସାନ୍ତୁନୁ ହେମନ୍ତକୁ କହିଲା ଯେ ମୋର ଶରୀର ଏବେ ଅସୁସ୍ଥ ଅଛି ମୁଁ ଏବେ ଟିକେ ବିଳମ୍ବରେ ଆସି ପାରିବି କି। ସେଥିପାଇଁ ହେମନ୍ତ କହିଲା ହିଁ ଆସି ପାରିବୁ କିନ୍ତୁ ଆସିବୁ ନିଶ୍ଚୟ କାହିଁକି ନା ତୋ ବିନା ମୋର କୌଣସି କାମରେ ମନ ଲାଗୁନି।

ଗୋଟେ ଦିନ ସାନ୍ତୁନୁ ୧୨ ଟାକୁ ଆସିଲା କିନ୍ତୁ ଆଜି ତାର ଚେହେରାରେ ବୋହୁତ ଚମକ ଥିଲା ଓ ତାର ଚାଲି ଚଳନରେ ଟିକେ ଅଲଗା ପ୍ରକାର ଲାଗୁଥିଲା। ସେ ଦୋକାନ ଭିତରକୁ ଆସିକି ଗତି ଉପରେ ବସି ପଡ଼ିଲା। ହେମନ୍ତ କହିଲା ଅଟେ ବନ୍ଧୁ ଆଜି ତୁମ ଶରୀର ଭଲ ଅଛି ହେଲେ ସାନ୍ତୁନୁ କହିଲା ମୋର ଦେହ ତ ଭଲ ଅଛି କିନ୍ତୁ ମୁଁ ଆଜି ଠାରୁ ସବୁବେଳେ ୧୨ ଟାକୁ ଆସିବି ଏବଂ ୫ ଟାକୁ ଚାଲିଯିବି ମୁଁ କେବଳ ଏହି ସମୟରେ ଦୋକାନକୁ ଆସି ପାରିବି। ଏହା ଶୁଣି ହେମନ୍ତ କହିଲା ଯେମିତି ତୋର ଇଚ୍ଛା ସେମିତି ଆସେ କିନ୍ତୁ ତୁ ଆସିବୁ ନିଶ୍ଚୟ। ଏହାପରେ ସାନ୍ତୁନୁ ପ୍ରତିଦିନ ୧୨ ଟାକୁ ଆସି ୫ ଟାକୁ ଚାଲିଯାଏ କିନ୍ତୁ ତାର ଚେହେରା ଦେଖି ଏମିତି ଲାଗୁ ନଥିଲା ଯେ ସେ ଅସୁସ୍ଥ ଅଛି କିନ୍ତୁ ହେମନ୍ତକୁ ତା ଉପରେ ପୁରା ବିଶ୍ୱାସ ଥିଲା କାହିଁକି ନା ସେ କେବେ ମିଛ କହେନାହିଁ ଏବଂ କଷ୍ଟ ପଡ଼ିଲେ ମଧ୍ୟ ପଛାଏ ନାହିଁ। କିଛି ଦିନ ପରେ ହେମନ୍ତ ଝିଅର ବାହାଘର ଠିକ୍ ହୋଇଗଲା ସେଥିପାଇଁ ସେ ନିମନ୍ତ୍ରଣ ପତ୍ର ଦେବାପାଇଁ ସାନ୍ତୁନୁ ର ଘରକୁ ଗଲା।

ଘରକୁ ଗଲାପରେ ସେ ଦେଖିଲା ସେଠାରେ ସାନ୍ତୁନୁ ର ସ୍ତ୍ରୀ ଏବଂ ପୁଅ ବୋହୂମାନେ କେବଳ ଥିଲେ କିନ୍ତୁ ସାନ୍ତୁନୁ ସେଠାରେ ନଥିଲା। ହେମନ୍ତ ଏହା ଦେଖି ସାନ୍ତୁନୁର ସ୍ତ୍ରୀକୁ ପଚାରିଲା ଭାଉଜ ସାନ୍ତୁନୁ କେଉଁଠି ଅଛି ସେ ଦେଖାଯାଉନି ଏହା ପରେ ଶାନ୍ତନୁ ର ସ୍ତ୍ରୀ ରାଗିକି କହିଲା ଏହା ଆପଣ କଣ କହୁଛନ୍ତି ଭାଇନା ଏହା ପରେ ସେଠାକୁ ଶାନ୍ତନୁ ର ପୁଅ ଆସି କହିଲା ଦାଦା ଏଅ ଆପଣ କେମିତିକା ପ୍ରଶ୍ନ ପଚାରୁଛନ୍ତି କଣ ଆପଣ ଆମ ସହିତ ମଜା କରୁଛନ୍ତି ସେମାନଙ୍କ କଥା ଶୁଣି ହେମନ୍ତ କହିଲା ମୁ ଏମିତି କଣ ପଚାରିଦେଲି ମୁ ମୋର ପ୍ରିୟ ବନ୍ଧୁଙ୍କ ବିଷୟରେ ପଚାରିଲି କଣ ତାଙ୍କ ଦେହ ଆଜି ଭି ଅସୁସ୍ଥ ଅଛି କି କଣ ସେ ଭିତରେ ଆରମ କରୁଛି କି ରୁହ ମୁ ନିଜେ ଯାଇ ତାଙ୍କୁ ଭେଟି ଆସିବି ହେମନ୍ତ ଶାନ୍ତନୁ ର ରୁମ କୁ ଗଲା ହେଲା ତାକୁ ସେଠାରେ ଶାନ୍ତନୁ ମିଳିଲା ନାହିଁ କିନ୍ତୁ ହଟାତ ହେମନ୍ତ ର ଗୋଟେ ନଜର ଶାନ୍ତନୁ ର ଗୋଟେ ଫୋଟୋ ଉପରେ ପଡିଲା ସେ ଶାନ୍ତନୁ ର ସ୍ତ୍ରୀ କୁ ପଚାରିଲେ କି ଭାଉଜ ଇଏ କଣ ଆପଣ ଶାନ୍ତନୁ ର ଫୋଟୋ ଉପରେ ଏମିତି ଫୁଲମାଳ କଣପାଇଁ ଦେଇଛନ୍ତି ଶାନ୍ତନୁ ଙ୍କ ସ୍ତ୍ରୀ କାନ୍ଦି କାନ୍ଦି କହଲେ ଯେ ଭାଇ ମୁ ଆପଣଙ୍କ ଠୁ ଏହା ଆସା କରିନଥିଲି ଯେ ଆପଣ ଏମିତି ଆମ ସହ ମଜା କରିବେ |

ହେମନ୍ତ କୁ କିଛି ଭି ବୁଝା ପଡୁନଥିଲା ତା ପରେ ସେଠାକୁ ଶାନ୍ତନୁ ର ପୁଅ ଆସିଲା ଓ ଦୁଃଖରେ କହିଲା ଯେ ଦାଦା କଣ ଆପଣ ଜାଣିନାହାନ୍ତି କି ବାପା ଙ୍କୁ ମରିବାର 6 ମାସ ହେଇଗଲାଣି ଏଇ କଥା ଶୁଣି ହେମନ୍ତ କୁ ଏମିତି ଲାଗିଲା ଯେମିତି କି ତା ପାଦତଳୁ ମାଟି ଖସିଗଲା ସେ କହିଲା ଏହା କେମିତି ସମ୍ଭବ ଶାନ୍ତନୁ ର ଦେହ ଅସୁସ୍ଥ ଥିବା ଯୋଗୁ ସେ ପ୍ରତିଦିନ ବିଳମ୍ବରେ ଦୋକାନକୁ ଆସୁଥିଲା ସେ ସବୁଦିନ 12 ଟା କୁ ଆସି 5 ଟା କୁ ଚାଲିଯାଏ ଶାନ୍ତନୁ ର ସ୍ତ୍ରୀ କହିଲେ ଇଏ ଆପଣ କଣ କହୁଛନ୍ତି ଭାଇନା ଆପଣ ନିଜେ ତ ତାଙ୍କର ଅନ୍ତିମ ସଂସ୍କାରକୁ ଆସିଥିଲେ ଆଉ ତାପରଠାରୁ ତ ସବୁ ମାସରେ ତାଙ୍କ ଭାଗର ପଇସା ଆପଣ ଆଣି ଆମକୁ ଦେଉଛନ୍ତି ଏବଂ 6 ମାସ ହେଲା ଦୁଇଗୁଣ ପଇସା ଆମକୁ ଦେଉଛନ୍ତି |

ଏହା ଶୁଣି ହେମନ୍ତର ମୁଣ୍ଡ କାମ କରିବା ବନ୍ଦ କରିଦେଲା ଆଉ ସେ କହିଲା ମୁ ତ ଏଇ ଘରକୁ ବହୁତ ବର୍ଷ ହେଲା ଆସିନାହିଁ ଆଉ ତାର ମାରିବା କଥା ତ ମୁ ଆଜି ପ୍ରଥମ ଥର ହିଁ ଶୁଣୁଛି ଆଉ ପୁଣି ତମେ ମାନେ କହୁଛ ଯେ ମୁ ପ୍ରତିମାସ ଟଙ୍କା ଦେବାକୁ ଏଠାକୁ ଆସୁଛି ଏହା କେମିତି ସମ୍ଭବ କଥା କଥାରେ ହେମନ୍ତକୁ ଶାନ୍ତନୁ ର କହିଥିବା କଥା ମନେ ପଡିଗଲା ସେ କହିଥିଲା ଯେ ମୁ ନ ଆସିଲେ କଣ ହେଲା ମୋ ପ୍ରଭୁ ତ ଅଛନ୍ତି ସେ ନିଶ୍ଚୟ ଆସିବେ ହେମନ୍ତ କୁ ଯେତେବେଳେ ଏ କଥା ମନେ ପଡିଗଲା ସେତେବେଳେ ସେ ଜୋର ଜୋର ରେ କାନ୍ଦିବାକୁ ଲାଗିଲା ଆଉ କହିଲା ଯେ ହେ ଠାକୁରେ ଆପଣ ଆପଣଙ୍କର ଭକ୍ତ ମାନଙ୍କୁ କେତେ ମାନନ୍ତି ଆପଣଙ୍କ ଭକ୍ତ କହିଥିବା ବିଶ୍ୱାସ ର ଶବ୍ଦ ର ମାନ ରଖିବା ପାଇଁ ଯେ ମୋ ପ୍ରଭୁ ନିଶ୍ଚିତ ଆସିବେ ସେଥିପାଇଁ ଆପଣ ମୋ ଦୋକାନରେ ଆସି ବସୁଥିଲେ ହେ ପ୍ରଭୁ ଆପଣଙ୍କର ଲୀଳା ଅପରମ୍ପର ଅଟେ ମୁ ମୋର ପୁରାଦିନ ଟଙ୍କା ଗଣିବାରେ ବିତେଇଦେଲି ବରଂ ଆପଣଙ୍କ ପ୍ରିୟଭକ୍ତ ଶାନ୍ତନୁ କୁ ଆପଣ ନିଜର ପାଖକୁ ନେଇଗଲେ ଓ ତାର ଶବ୍ଦର ମୂଲ୍ୟ ରଖିବା ପାଇଁ ଦୋକାନ କୁ ଆସି ତାର ସବୁକାମ କରୁଥିଲେ ଏବଂ ତାର ଭାଗର ଟଙ୍କାକୁ ଆପଣ ମୋ ରୂପରେ ଆସି ତାଙ୍କ ଘରେ ପହଞ୍ଚାଉଥିଲେ |

ଏତିକି କହି ସେ ଦୌଡ଼ି ଦୌଡ଼ି ଦୋକାନକୁ ଗଲା ଏବଂ ଯେଉଁ ଗଦି ରେ ଭଗବାନ ଶାନ୍ତନୁ ରୂପରେ ଆସି ବସୁଥିଲେ ସେଠାକୁ ଯାଇ ସେ ସ୍ଥାନକୁ ମୁଣ୍ଡିଆ ମାରି ପ୍ରଣାମ କରି ଜୋର ଜୋର ରେ କାନ୍ଦିଲେ ଓ ଭଗବାନ ଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲେ ଭଗବାନ ତ କେବଳ ଗୋଟେ ଜାଗାରେ ରୁହନ୍ତି ଆଉ ସେଇ ଜାଗାଟି ହେଲା ଆମର ବିଶ୍ୱାସ ମହାନ ମୁନି ରୁଷି ମାନେ କହିଛନ୍ତି ଯେ ବିଶ୍ୱାସ ରେ ହିଁ ଭଗବାନ ଅଛନ୍ତି ଆପଣ କେତେ ମନ୍ଦିରକୁ ଯାଆନ୍ତୁ ଅବା କେତେ ପୂଜା ପାଠ କରନ୍ତୁ ହେଲେ ଯେ ପର୍ଯ୍ୟନ୍ତ ଆପଣଙ୍କ ମନରେ ଭଗବାନ ଙ୍କ ପ୍ରତି ବିଶ୍ୱାସ ନଥିବ ସେତେ ପର୍ଯ୍ୟନ୍ତ ସେ ସବୁର କିଛି ଭି ମୂଲ୍ୟ ନାହିଁ ସେଥିପାଇଁ କୌଣସି ଭି କାମ କରିବା ଆଗରୁ ବିଶ୍ୱାସ ରଖି ସେଇ କାମ କରିଚାଲ ବାକି ସବୁ ଈଶ୍ୱରଙ୍କ ଉପରେ ଛାଡି ଦିଅ ଦେଖିବେ ଆପଣଙ୍କର ସବୁ କାମ ଅତି ସହଜରେ ହୋଇଯିବ |