ଗୋଟେ ଛୋଟ ଝିଅ କିପରି ଯେତେବଳେ ହୋଇଗଲା Maa Vaishno Devi, ସବୁ ହେଇଗଲେ ଚକିତ…

ନମସ୍କାର ବନ୍ଧୁଗଣ ଉତ୍ତର ଭାରତର ସବୁଠାରୁ ପୂଜନୀୟ ଏବଂ ତୀର୍ଥ ଶକ୍ତିପୀଠ ମା ବୈଷ୍ଣଦେବୀଙ୍କ ମହିମା କାହାକୁ ବା ଅଛପା ରହିଛି। ଏହି ମନ୍ଦିର ପାହାଡ ଉପରେ ଅବସ୍ଥିତ ରହିଥିବାରୁ ନିଜ ଭବ୍ୟତା ଏବଂ ସୁନ୍ଦରତା ପାଇଁ ଚାରିଆଡ଼େ ପ୍ରସିଦ୍ଧି ଲାଭ କରିଛି। ମା ବୈଷ୍ଣଦେବୀଙ୍କ ଏହି ପବିତ୍ର ସ୍ଥାନରେ ମା ଦୂର୍ଗାଙ୍କ ବାସ ରହିଥିବାର ମାନ୍ୟତା ରହିଛି। କଟରା ଠାରୁ ପାଖାପାଖି ୧୪ କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି ମନ୍ଦିରର ଉଚ୍ଚତା ୫୨୦୦ ଫୁଟ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ମାତାଙ୍କ ଦର୍ଶନ ପାଇଁ କରିବା ପାଇଁ ଏଠାକୁ ଆସିଥାନ୍ତି।ଭାରତରେ ତିରୁମାଲ ଭେଙ୍କଟେସ୍ୱର ମନ୍ଦିର ପରେ ଏହା ଦ୍ଵିତୀୟ ସର୍ବାଧିକ ଦେଖାଯାଉଥିବା ଧାର୍ମିକ ତୀର୍ଥସ୍ଥଳ ଭାବେ ପ୍ରସିଦ୍ଧ। ମା ବୈଷ୍ଣଦେବୀଙ୍କ ବିଷୟରେ ପୌରାଣିକ କଥା ପ୍ରଚଳିତ ଅଛି। ସେଥିରୁ ଗୋଟିଏ ଆସନ୍ତୁ ଜାଣିବା।

କଟରାଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ହସ୍ନାଳୀ ଗ୍ରାମରେ ମାଙ୍କ ପରମ ଭକ୍ତ ଶ୍ରୀଧର ରହୁଥିଲେ ଏବଂ ସେ ନିସନ୍ତାନ ହେବା କାରଣରୁ ବୋହୁତ ଦୁଃଖୀ ରହୁଥିଲେ। ଦିନେ ସେ ନବରାତ୍ରି ପୂଜନ ପାଇଁ ନିଜ ଘରକୁ ନଅ ଗୋଟି କୁଆରୀ କନ୍ୟାଙ୍କୁ ଭୋଜନ କରିବାପାଇଁ ଡାକିଥିଲେ ଏବଂ ମା ମଧ୍ୟ ଜଣେ କନ୍ୟା ରୂପ ଧାରଣ କରି ତାଙ୍କ ସହିତ ଆସିଥିଲେ। ସମସ୍ତ କନ୍ୟା ସେଠାରୁ ଚାଲିଯିବା ପରେ କନ୍ୟାରୁପି ମା ଶ୍ରିଧରକୁ କହିଲେ ସମସ୍ତ ଗ୍ରାମବାସୀଙ୍କୁ ନିମନ୍ତ୍ରଣ କରିବାପାଇଁ କହିଥିଲେ। ଶ୍ରୀଧର କନ୍ୟା କଥାମାନି ଆଖପାଖ ଗ୍ରାମର ଲୋକମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ ଦେଇଥିଲେ। ଏବଂ ସେଠାରୁ ଫେରିବା ପରେ ବାବା ଭୈରବ ନାଥ ଏବଂ ଗୋରଖନାଥ ଓ ତାଙ୍କ ଅନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ।

ଶ୍ରୀଧରଙ୍କ ଘରେ ସେହି କନ୍ୟା ସମସ୍ତଙ୍କୁ ଦିବ୍ୟ ହାଣ୍ଡିରେ ଖାଇବା ବାଢ଼ି ଦେଉଥିବା ବେଳେ ଭୈରବନାଥ ତାଙ୍କୁ ଆମିଷ ଓ ମଦ ଖାଇବାପାଇଁ କହିଥିଲେ। କନ୍ୟା ବୁଝାଇବା ପରେ ମଧ୍ୟ ଭୈରବନାଥ ନିଜ ଯିଦିରେ ଅଟଳ ରହିଥିଲେ ଏବଂ କନ୍ୟାରୁପି ମାଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ। ମା ତାଙ୍କ କପଟକୁ ଜାଣିପାରି ଅଦୃଶ୍ୟ ହୋଇ ତ୍ରିକୂଟ ପର୍ବତକୁ ଚାଲିଯାଇଥିଲେ ଏବଂ ଭୈରବନାଥ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ମାନ୍ୟତା ଅନୁସାରେ ମାଙ୍କ ରକ୍ଷା ନିମନ୍ତେ ଭଗଵାନ ହନୁମାନ ତାଙ୍କ ସହିତ ଥିଲେ ଏବଂ ହନୁମାନଙ୍କୁ ଶୋଷ ଲାଗିବାରୁ ମା ପାହାଡ ଉପରକୁ ବାଣମାରି ସେଠାରେ ପ୍ରଜ୍ଵଳଧାରା ପ୍ରବାହ କରିଥିଲେ। କୁହାଯାଏ ମାତା ସେଠାରେ ତାଙ୍କ କେଶ ମଧ୍ୟ ଧୋଇଥିଲେ। ଏହି ପବିତ୍ର ଜଳଧାରା ବାଣଗଙ୍ଗା ନାମରେ ପ୍ରସିଦ୍ଧି ଲାଭ କରିଛି। ଏବଂ ଏଠାରେ ସ୍ନାନ କରିଲେ ଭକ୍ତର ସବୁ ଥକାପଣ ଦୂର ହୋଇଥାଏ।


ଏହାପରେ ମା ଏକ ଗୁମ୍ଫା ଭିତରେ ପ୍ରବେଶ କରି ନଅ ମାସକାଳ ତପସ୍ୟା କରିଥିଲେ। ଭୈରବନାଥ ମଧ୍ୟ ତାଙ୍କ ସହିତ ସେଠାକୁ ଯାଇଥିଲେ ଏବଂ ପରେ ମାତା ଗୁମ୍ଫାର ବିପରୀତ ଦିଗରୁ ରାସ୍ତା ପ୍ରସ୍ତୁତ କରି ସେଠାରୁ ବାହାରକୁ ବାହାରି ଥିଲେ। ଏହି ଗୁମ୍ଫା ବର୍ତ୍ତମାନ ଅର୍ଦ୍ଧକୁମାରୀ ବା ଗର୍ଭୁନ ନାମରେ ପ୍ରସିଦ୍ଧ ଲାଭ କରିଛି। ମା ଙ୍କର ଏଠାରେ ଚରଣ ପାଦୁକା ମଧ୍ୟ ରହିଛି। ମା ସେଠାରୁ ବାହାରି ଭୈରବନାଥଙ୍କୁ ଚେତାଇଥିଲେ କିନ୍ତୁ ଭୈରବନାଥ ତାଙ୍କ କଥା ନ ମାନିବାରୁ ମା ମହାକାଳୀ ରୂପ ଧାରଣ କରି ତାର ବଦ୍ଧ କରିଥିଲେ। ଭୈରବନାଥର ମୁଣ୍ଡ କଟି ୮ କିଲୋମିଟର ଦୂରରେ ଥିବା ତ୍ରିକୂଟ ପର୍ବତର ଭୈରବଘାଟିରେ ଯାଇ ପଡ଼ିଥିଲା ଯାହା ବର୍ତ୍ତମାନ ଭୈରବନାଥ ମନ୍ଦିର ରୂପରେ ଜଣାଶୁଣା। ଭୈରବକୁ ବଦ୍ଧ କରିଥିବା ସ୍ଥାନରେ ମା ମହାକାଳୀ , ମା ସରସ୍ବତୀ ଏବଂ ମା ମହାଲକ୍ଷ୍ମୀ ରୂପରେ ଏଠାରେ ପୂଜାପାଉଛନ୍ତି। ଏହି ତିନି ଦେବୀଙ୍କ ମିଳିତ ରୂପକୁ ବୈଷ୍ଣଦେବୀ କୁହାଯାଏ।