True Story: ବର୍ଷକର ଛୁଆକୁ ଭଙ୍ଗା ଘରେ ଛାଡି ଦେଇ ଚାଲିଗଲେ ମା, 5 ବର୍ଷ ପରେ ଯେତବେଳେ ଫେରିଲେ ଦୃଶ୍ୟ ଦେଖି ମା ର ହୋସ୍ ଉଡ଼ିଗୋଲା

ନମସ୍କାର ବନ୍ଧୁଗଣ ଗୋଟିଏ ଛୋଟ ଛୁଆ ଜନ୍ମ ହେବା ପରେ ତାକୁ କେବଳ ଗୋଟିଏ ମାଆର ମମତା ଆଉ ଯତ୍ନର ଆବଶ୍ୟକ ଥାଏ। ପ୍ରକୃତରେ ଗୋଟିଏ ମା ମଧ୍ୟ ନିଜ ସନ୍ତାନକୁ ଗୋଟିଏ ମୁହୂର୍ତ୍ତ ବି ନ ଦେଖି ରହିପାରେ ନାହିଁ। କିନ୍ତୁ ସବୁ ସନ୍ତନର ଭାଗ୍ୟ ଏକା ଭଳି ନୁହେଁ। ସବୁ ଛୁଆମାନଙ୍କୁ ସେମାନଙ୍କ ମାଆର ଭଲ ପାଇବା ମିଳେ ନାହିଁ। ଆଜି ଆସନ୍ତୁ ସେମିତି ହିଁ ଗୋଟେ ଛୋଟ ଛୁଆର କାହାଣୀ ଜାଣିବା ଯେ କେମିତି ଗୋଟିଏ ମା ନିଜର କୁନି ସନ୍ତାନକୁ ଗୋଟିଏ ନିରଳା ଜାଗାରେ ଥିବା ଗୋଟିଏ ବନ୍ଦ୍ ଘରେ ଏକୁଟିଆ ଛାଡ଼ି ଚାଲିଗଲା। ଆଉ ତାପରେ ଯାହା ହେଲା ତାକୁ ଦେଖି ସବୁ ମାଆଙ୍କ ଆଖିରୁ ଲୁହ ଝରିଯିବ।

ରସୀୟାର ୟସ୍ଲାମ୍ ସହରର ଲୋକମାନେ ଏହି ଘଟଣାକୁ କେବେବି ଭୁଲି ପାରିବେ ନାହିଁ। କାହାଣୀ ଆରମ୍ଭ ହୁଏ ଗୋଟିଏ ମା ତାର କୁନି ଝିଅକୁ ଯାହାର ବୟସ ମାତ୍ର ଗୋଟିଏ ବର୍ଷରୁ ବି କମ୍ ତାକୁ ଗୋଟେ ଶୁନଶାନ୍ ଇଲାକାରେ ଥିବା ଗୋଟିଏ ଭଙ୍ଗା ଘରେ ଏକୁଟିଆ ଛାଡ଼ି ଚାଲିଗଲା। ଆଉ ୧୦ ବର୍ଷ ପରେ ଯେବେ ସେ ଫେରିଲା ତାକୁ ସେଠି ଯାହା ମିଳିଲା ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ଗୋଟେ ଦିନ ଜାଣେ ବ୍ୟକ୍ତି ସେହି ବନ୍ଦ୍ ଥିବା ଘର ବାଟ ଦେଇ କାମକୁ ଯାଉଥିଲା ହେଲେ ହଠାତ୍ ତାକୁ ସେହି ଘର ଭିତରୁ ଗୋଟେ କୁନି ଛୁଆର କାନ୍ଦିବାର ଶବ୍ଦ ଶୁଣାଗଲା କିନ୍ତୁ ସେହି ବ୍ୟକ୍ତି ଏହି କଥାକୁ ଏତେ ଗୁରୁତ୍ଵ ନ ଦେଇ ନିଜର କାମକୁ ଚାଲିଗଲା। ତାକୁ ସେହି ଘର ଭିତରୁ ଦୁଇ ତିନିଥର ଛୁଆର କାନ୍ଦ ଶୁଣାଗଲା।

ଯେବେ ବି ସେ ସେହି ଘର ପାଖର ରାସ୍ତା ଦେଇ ଯିବା ଆସିବା କରେ ତାକୁ ବାରମ୍ବାର ଗୋଟିଏ ଛୁଆର କାନ୍ଦିବାର ଶବ୍ଦ ଶୁଣା ଯାଉଥିଲା କିନ୍ତୁ ତାକୁ ଗୋଟେ କଥା ଆଶ୍ଚର୍ଯ୍ୟ ଲଗୁଥିଲା ଯେ ସେହି ଘର ଭିତରୁ ନା ସେ କାହାକୁ ଆସିବାର ଦେଖିଛି ନା କାହାକୁ ଯିବାର ଦେଖିଛି ତାହେଲେ ଏହି ଶବ୍ଦ ଆସୁଛି କେଉଁଠୁ। ସେ ଦେଖୁଥିଲା ଯେ କେବେବି ସେହି ଘର ଭିତରେ ଲାଇଟ୍ ଜଳୁ ନଥିଲା। ଏହା ଦେଖି ତାକୁ ଏବେ ସେହି ଛୁଆର ଚିନ୍ତା ହେବାକୁ ଲାଗିଲା ଆଉ ସେ ତୁରନ୍ତ ପୋଲିସ୍ କୁ ଫୋନ୍ କରି ଏହି ସବୁ ବିଷୟରେ ଜଣାଇ ଦେଲା। ହେଲେ ଦୁର୍ଭାଗ୍ୟ ବଶତଃ ପୋଲିସ୍ କୁ ସେହି ଘର ଭିତରୁ କିଛି ବି ମିଳିଲା ନାହିଁ କାହିଁକି ନା ସେହି ଘରେ ରହୁଥିବା ଲୋକମାନେ ସବୁ ଜିନିଷକୁ ନେଇ ଚାଲି ଯାଇଛନ୍ତି।

ହେଲେ ପୋଲିସ ଯେତେବେଳେ ସେହି ଘରର ଆଉ ଟିକେ ଭିତରକୁ ଗଲେ ତ ସେମାନେ ଯାହା ଦେଖିଲେ ତାକୁ ଦେଖି ସେମାନଙ୍କ ହୃଦୟ ଥରି ଉଠିଲା। ସେମାନେ ଦେଖିଲେ ଭୂମିରେ ଧୂଳି ଧୂସର ହୋଇ ଗୋଟିଏ କୁନି ଛୁଆଟି ସୋଇଛି। ଥଣ୍ଡା ଦିନର ସମୟରେ ସେହି କୁନି ଛୁଆଟି ଭୂମିରେ ପଡ଼ିଥିବାର ପୋଲିସ୍ କୁ ମିଳିଲା। ପରେ ଏହା ବି ଜଣା ପଡିଲା ଯେ ସେହି ଛୁଆଟି ୬ ଦିନ ହେଲା କିଛି ଖାଇନି ଏହା ଭଗଵାନଙ୍କ କୋଉ ଚମତ୍କାର ଠାରୁ କମ୍ ନୁହେଁ ଯେ ସେହି କୁନି ଶିଶୁଟି ଏତେ ଦିନ ପର୍ଯ୍ୟନ୍ତ ନ ଖାଇ ବଞ୍ଚିଛି।

ଏହି ଘଟଣାର ଛାନବିନ୍ ପରେ ଏହି ଛୁଆର ପରିବାରକୁ ଏହି ଛୁଆ ବିଷୟରେ ଜଣା ପଡିଲା। ଏହି ଶିଶୁର ନାମ ଲିଜା ଛାୟା ହେଲେ ପୋଲିସ ଏହି ଛୁଆର ମା ବାପାକୁ ଖୋଜି ପାରିଲେ ନାହିଁ। ଲିଜାକୁ ହସ୍ପିଟାଲ୍ କୁ ନିଆଗଲା। ସେଥି ଡକ୍ଟର ଦେଖିଲେ ତାର ଶରୀର ବୋହୁତ ଖରାପ ଅଛି ଏବଂ ତାର ଗୋଡ଼ରେ ଆଘାତ ଲାଗିଛି ସେଥିପାଇଁ ଲିଜାକୁ କିଛି ଦିନ ହସ୍ପିଟାଲରେ ରଖାଗଲା। ସେହି ହସ୍ପିଟାଲ୍ କୁ ଜଣେ ଇରାନିକା ନାମକ ମହିଳା ନିଜ ପୁଅର ଚିକିତ୍ସା ପାଇଁ ଆସିଥିଲେ ହେଲେ ଟ୍ରିଟ୍ ମେଣ୍ଟ୍ କରିବା ବେଳେ ସେହି ମହିଳାଙ୍କୁ ପାଖ ରୁମ୍ ରୁ ଗୋଟେ ଛୋଟ ଛୁଆର ବୋହୁତ ଜୋର୍ ରେ କାନ୍ଦିବାର ଶବ୍ଦ ଶୁଣାଗଲା। ଯେବେ ସେ ନର୍ସକୁ ଏହି ଛୁଆ ବିଷୟରେ ପଚାରିଲେ ତେବେ ସେହି ନର୍ସ ଇନାକୁ ସେହି ସବୁ କଥା କହିଲେ।

ସବୁ କଥାକୁ ଶୁଣିବା ପରେ ଇନାର ଆଖିରୁ ଲୁହ ବାହାରି ଗଲା ଆଉ ସେବେଠୁ ଲିଜାର ଯତ୍ନ ଇନା ରଖିଲେ। ଇନା ସବୁଦିନ ସେହି ଶିଶୁ ପାଇଁ କପଡ଼ା ଖେଳନା ଆଣୁଥିଲେ। ହେଲେ ଗୋଟେ ଦିନ ଯେବେ ଇନା ଲିଜାକୁ ଦେଖା କରିବାକୁ ଆସିଲେ ତ ସେ ଜାଣିବାକୁ ପାଇଲେ ଯେ ଲିଜାକୁ ହସ୍ପିଟାଲ୍ ରୁ ଡିସ୍ଚାର୍ଜ କରି ଗୋଟେ ଅନାଥ ଆଶ୍ରମକୁ ପଠାଇ ଦିଆଯାଇଛି। ହେଲେ ଇନା ସେହି କୁନି ଝିଅକୁ ବୋହୁତ ଭଲ ପାଉଥିଲେ ସେଥିପାଇଁ ସେ ଅନାଥ ଆଶ୍ରମକୁ ଯାଇ ସେହି କୁନି ଝିଅକୁ ସେଠାରୁ ଆଣିଲେ ଏବଂ ତାକୁ ଆଇନ ଅନୁଯାୟୀ ନିଜର ସନ୍ତାନ କରିଲେ। ତାକୁ ସେତିକି ହିଁ ଭଲ ପାଉଥିଲେ ଯେତିକି ସେ ନିଜ ପୁଅକୁ ଭଲ ପାଉଛନ୍ତି।

ଲିଜା ଯେବେ ବଡ଼ ହେଲା ତାକୁ ଚାଲିବାରେ ବୋହୁତ କଷ୍ଟ ହେଉଥିଲା ସେଥିପାଇଁ ଇନା ତାକୁ ଗୋଟିଏ ଡେ ସ୍କୁଲ୍ ରେ ଭର୍ତ୍ତି କରିଲେ ଯାହାଦ୍ଵାରା ତା ଶରୀରରେ ଥିବା ସବୁ ଅସୁବିଧା ଦୂର ହୋଇଯିବ। ବୋହୁତ ଜଲ୍ଦୀ ଇନାର ଏହି ପରିଶ୍ରମ ସଫଳ ହୋଇଗଲା ଲିଜା ନିଜ ଗୋଡ଼ରେ ଚାଲିବାକୁ ଲାଗିଲା। ଲିଜାର ଶରୀରର ରଙ୍ଗ ସାବନି ଥିଲା ସେଥିପାଇଁ ତାକୁ ସ୍କୁଲରେ ସବୁ ଚିଡାଉଥିଲେ କିନ୍ତୁ ଇନା ତାଙ୍କୁ ବୁଝାଇଲେ ଯେ ଅନ୍ୟ ପିଲାମାନଙ୍କ କଥାକୁ ଧ୍ୟାନ ନଦେବା ପାଇଁ। ଆଜିର ସମୟରେ ଲିଜା ଜଣେ ନାବାଳିକା ହେଲେ ସେ ଏମିତି କାମ କରୁଛି ଯାହା ବିଷୟରେ କେହି କେବେ ଭାବି ନଥିବେ। ସେ ଆଜି ଜଣେ ଭଲ ଜଣାଶୁଣା ଓ ନାମିଦାମୀ ମଡେ଼ଲ ଅଟେ। ବଡ଼ ବଡ଼ କମ୍ପାନୀ ସହିତ ସେ କାମ କରେ। ଏହି କଥା ଯେତେବେଳେ ଲିଜାର ପ୍ରକୃତ ମା ନିଉଜ୍ ରେ ଶୁଣିଲେ ତ ସେ ତୁରନ୍ତ ଲିଜା ସହ ସମ୍ପର୍କ କରିବାକୁ ଚେଷ୍ଟା କରିଲେ କିନ୍ତୁ ଲିଜା ଆଜି ତାର ପ୍ରକୃତ ମାଆର ଚେହେରା ଦେଖିବାକୁ ଚାହୁଁ ନାହିଁ।