ଯେଉଁ କାମ ପାଁଇ ଅନ୍ୟ ଖେଳାଳି ମାନେ ମାଗିଲେ ଲକ୍ଷ ଲକ୍ଷ ଟଙ୍କା, ତାକୁ ମାଗଣାରେ କରିଦେଲେ ରୋହିତ ଶର୍ମା, ଜିତିଲେ ଅନେକ ଭାରତୀୟଙ୍କ ହୃଦୟ

ଭାରତୀୟ କ୍ରିକେଟ ଟିମର ଆକ୍ରମକ ଖେଳାଳି ରୋହିତ ଶର୍ମା ସର୍ବଦା ବେଶ ଚର୍ଚା ରେ ରହିଥାନ୍ତି I କିନ୍ତୁ ବିଗତ ଦିନ ରେ ରୋହିତ ଶର୍ମା କିଛି ଏପରି କାମ କରିଛନ୍ତି ଯାହା କୁ ନେଇ ସବୁ ଲୋକେ ବେଶ ଖୁସି ହେଇଛନ୍ତି I ଗତ ଶୁକ୍ରବାର ଏକ ଟ୍ରେନିଂ ସେଣ୍ଟର ଓ ଏକ କ୍ରିକେଟ ଷ୍ଟାଡିଅମ ର ଶିଳାନ୍ୟାସ କରିଛନ୍ତି I କ୍ରିକେଟ ଷ୍ଟାଡିୟମ ର ନାମ କାହ୍ନଆ କ୍ରିକେଟ ଷ୍ଟାଡିୟମ ରଖାଯାଇଛି I

ହାଇଦ୍ରାବାଦରେ କାହ୍ନଆ ଶାନ୍ତିବାନାଂ ରେ ‘ହାର୍ଟଫୁଲନେସ ଇନ୍ଷ୍ଟିଟ୍ୟୁଟ’ ର ମୁଖ୍ୟାଳୟ ରେ ରୋହିତ ଶର୍ମା ଏହି ଶିଳାନ୍ୟାସ କରିଛନ୍ତି I ସେଠାରେ ରୋହିତ ଶର୍ମା ଓ ତାଙ୍କ ପତ୍ନୀ ରୀତିକା ସଜଦେହଙ୍କୁ ନିମନ୍ତ୍ରଣ କରାଯାଇଥିଲା I ଏହି କାମ ପାଇଁ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଉଛି |

ଆଧ୍ୟାତ୍ମିକ ଗୁରୁ କମଲେସ ପଟେଲ କହିଛନ୍ତି , ଯେତେବେଳେ ଆମେ ଅନ୍ୟ ଖେଳାଳି ଙ୍କୁ ଆସିବା କୁ ପଚାରିଥିଲୁ ତ ସେମାନେ ଆସିବା ପାଁଇ ମଧ୍ୟ ନିଜ ର ଏକ ମୂଲ୍ୟ ଧାର୍ଯ୍ୟ କରିଥିଲେ I କିନ୍ତୁ ରୋହିତ ଶର୍ମା କୌଣସି ପଇସା ନ ନେଇ ଏହି ବଡ଼ ବଡ଼ ଦୁଇଟି କାମ କରିଦେଇଛନ୍ତି | ଏଥିରୁ ଆପଣ ଜାଣି ପାରୁଥିବେ ସେ କେତେ ବଡ ହୃଦୟବାନ ହେଇଥିବେ |ଯଦି ଆପଣଙ୍କୁ ତାଙ୍କର ଏହି କାମ ପସନ୍ଦ ଆସିଥାଏ ତେବେ ସମସ୍ତଙ୍କ ସହ ଏହି ପୋଷ୍ଟ କୁ ସେୟାର କରନ୍ତୁ |