ଆଜିକା ସମୟ ରେ ପ୍ରତୋକ ବ୍ୟକ୍ତି ଏହା ହିଁ ଚିନ୍ତା କରିଥାନ୍ତି ଘରେ ଏକ ପୁଅ ଦରକାର I ଝିଅ ହେଲେ ମଧ୍ୟ ଲୋକେ ପୁଅ ହେବାର ଆଶା ରଖିଥାନ୍ତି I ଯାହା ଦ୍ୱାରା କି ବାର୍ଦ୍ଧକ୍ୟ ସମୟ ରେ ଏହି ପୁଅ ରୋଜଗାର କରି ଆମ କୁ ଚଳାଇ ପାରିବ I କିନ୍ତୁ ଏପରି କିଛି ଘଟଣା ରେ ଆପଣ ଦେଖିବା କୁ ପାଇବେ ଝିଅ ମାନେ ମଧ୍ୟ ନିଜ ର ବୃଦ୍ଧ ପିତାମାତା ଙ୍କ ର ବେଶ ଭଲ ଭାବ ରେ ଧ୍ୟାନ ରଖୁଛନ୍ତି I ଆଜିକା ଯୁଗ ରେ ଝିଅମାନେ ମଧ୍ୟ ପୁଅ ଙ୍କ ଠାରୁ କୌଣସି ଗୁଣ ରେ ପଛ ରେ ନାହାନ୍ତି I
ଆଜି ଆମେ ଏଠାରେ ଆଲୋଚନା କରୁଛେ 35 ବର୍ଷୀୟ ଅଙ୍କିତା ସାହ ଙ୍କ ବିଷୟ ରେ I ଅଙ୍କିତା ଙ୍କୁ ପିଲାଦିନ ରୁ ହିଁ ପୋଲିଓ ସମସ୍ୟା ହେଇଥିଲା I ଏବଂ ସେ ଦିବ୍ୟାଙ୍ଗ ହେଇଥିଲେ I
ଅଙ୍କିତା ଙ୍କ ର ଜୀବନ ରେ ସେ ସମୟ ରେ ଦୁଃଖ ର ପାହାଡ଼ ପଡିଥିଲା ଯେତେବେଳେ ତାଙ୍କ ପିତା କ୍ୟାନ୍ସର ରୋଗ ରେ ପୀଡିତ ଥିଲେ I ତାଙ୍କ ଚିକିତ୍ସା ରେ ଅନେକ ଟଙ୍କା ଖର୍ଚ୍ଚ ହେଉଥିଲା I ତାଙ୍କୁ ଟଙ୍କା ଓ ସମୟ ଉଭୟ ଦେବାକୁ ପଡୁଥିଲା I ଅଙ୍କିତା ପୂର୍ବ ରୁ ଏକ କଲ ସେଣ୍ଟର ରେ କାମ କରୁଥିଲେ I ପିତା ଙ୍କ ର ରୋଗ କୁ ନେଇ ତାଙ୍କୁ ଅନେକ ଥର ଛୁଟି ନେବାକୁ ପଡୁଥିଲା ଏବଂ ଦରମା ମଧ୍ୟ ଠିକ ରେ ବଢ଼ୁ ନ ଥିଲା I ତେଣୁ ସେ ନିଜ ର ଚାକିରୀ ଛାଡି ଅଟୋ ଚଳାଇଲେ I
ଅଟୋ ଚଳାଇ ଅଙ୍କିତା 20 ହଜାର ଟଙ୍କା ରୋଜଗାର କରିପାରୁଛନ୍ତି I ସେ ଦିନ କୁ 8 ଘଣ୍ଟା ଅଟୋ ଚଳାଉଛନ୍ତି I ତେଣୁ ଅଟୋ ଚଳାଇବା ଆଦି ରେ ସେ ଯେତେବେଳେ ଚାହୁଁଛନ୍ତି ନିଜ ପିତା ଙ୍କ ପାଁଇ ଛୁଟି ମଧ୍ୟ ନେଇପାରୁଛନ୍ତି I ତାଙ୍କ ର ଜଣେ ବନ୍ଧୁ ତାଙ୍କୁ ଅଟୋ ଚଳାଇବା ଶିଖାଇଥିଲେ I ସେ ବିକଳାଙ୍ଗ ହେଇଥିବା କାରଣ ରୁ ଅନେକ କମ୍ପାନୀ ରେ ତାଙ୍କୁ ଚାକିରୀ ମଧ୍ୟ ମିଳିନାହିଁ I
ବିଗତ 6 ମାସ ହେବ ଅଙ୍କିତା ଅଟୋ ଚଳାଉଛନ୍ତି I ଏବଂ ତାଙ୍କ ରୋଜଗାର ଟଙ୍କା ରେ ତାଙ୍କ ପିତା ଙ୍କ ର ଚିକିତ୍ସା କରୁଛନ୍ତି I ଅଙ୍କିତା ଙ୍କ ର ଏହି ସ୍ୱପ୍ନ ରହିଛି କି ସେ ଆଗାମୀ ସମୟ ରେ ଏକ ଟ୍ୟାକ୍ସି ବିଜନେସ କରିବେ I ସେ ନିଜ ର ଝିଅ ହେବାର ଦାଇତ୍ୱ ବେଶ ଭଲ ଭାବ ରେ ପୁରା କରୁଛନ୍ତି I
ସୋସିଆଲ ମିଡ଼ିଆ ରେ ବର୍ତମାନ ଅଙ୍କିତା ଙ୍କ ର ଜୀବନ କାହାଣୀ ବେଶ ଭାଇରଲ ହେବାରେ ଲାଗିଛି I ଅଙ୍କିତା ଙ୍କ ର ଜୀବନ ର ସଂଘର୍ଷ ର କାହାଣୀ ଅନେକ ଲୋକ ଙ୍କ ପାଁଇ ପ୍ରେରଣା ସୃଷ୍ଟି କରିଛି I କାରଣ ଆଜିକା ଦୁନିଆ ରେ ଅନେକ ଲୋକେ ନିଜ ପିତାମାତା ଙ୍କ ର ଦେଖାଶୁଣା କରୁନାହାନ୍ତି I