ନମସ୍କାର ବନ୍ଧୁଗଣ ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା। ୧୪ ତାରିଖ ପରେ ଏହି ୯ ଟି ଜିଲ୍ଲାରେ ରହିବ ନାହିଁ ଲକ୍ ଡାଉନ୍। ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ ହଟିବ ଲକ୍ ଡାଉନ୍।
ଜୁନ ୧୭ ରୁ ଆରମ୍ଭ ହୋଇପାରେ ଅନଲକ୍ ର ପକ୍ରିୟା। ସରକାର ସୂଚନା ଦେଇଛନ୍ତି ଯେଉଁ ଯେଉଁ ଜିଲ୍ଲାରେ ସଂକ୍ରମଣ କମୁଛି ସେହି ଜିଲ୍ଲାରେ ଅନଲକ୍ ର ପକ୍ରିୟା ଆରମ୍ଭ ହୋଇପାରେ।
ପଶ୍ଚିମ ଓଡ଼ିଶାର ଏହି କିଛି ଜିଲ୍ଲା ଗ୍ରିନଜୋନ୍ ଭିତରେ ରହିଛି। ରାଜ୍ୟରେ ୯ ଟି ଜିଲ୍ଲାରେ ପଜେଟିଭ୍ ହାର ୫% କମ୍ ରହୁଛି। ସେହି ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ଗଞ୍ଜାମ।
ସେହିପରି ୯ ଟି ଜିଲ୍ଲା ଯେଉଁଠି ଆକ୍ଟିଭ୍ ୧୦୦୦ ତଳେ ରହିଛି ସେଗୁଡିକ ହେଲା ମାଲକାନଗିରି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଦେବଗଡ଼, କନ୍ଧମାଳ, ଗଞ୍ଜାମ ଓ ଗଜପତି। ତେବେ ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲା ଉଭୟ ପଜେଟିଭ୍ ଓ ଆକ୍ଟିଭ କେସରେ ରେଡ୍ ଜୋନରେ ରହିଛି। ଅଧିକ ପଜେଟିଭ୍ ଥିବା ଜିଲ୍ଲା ପ୍ରତି ଅଧିକ ସତର୍କ ସହ କାମ କରିବାପାଇଁ ପ୍ରଶାସନକୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Big Update: 9ଟି ଜିଲ୍ଲାରେ ହେବ ଅନଲକ, ଆପଣଙ୍କ ଜିଲ୍ଲା ଅନଲକ ହେବ କି ଦେଖନ୍ତୁ
