ଯୌତୁକ ଲୋଭି ବର ସାମ୍ନାରେ ପିତାଙ୍କୁ କାନ୍ଦୁ ଥିବାର ଦେଖି କନିଆଁ କରିଲେ ଏପରି, ଯାହାକୁ ଜାଣିଲା ପରେ ଲୋକେ କରୁଛନ୍ତି ସଲାମ

ଭାରତ ର ଯୁବପିଢ଼ି ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି ଆଜି ବି ସେମାନେ ଆମ ର ଭାରତୀୟ ସଂସ୍କୃତି କୁ ପାଳନ କରିଥାନ୍ତି I ଏହି ବୈବାହିକ ପ୍ରଥା ଭାରତୀୟ ସମାଜ ରେ ଅନେକ ଯୁଗ ରୁ ଚାଲି ଆସୁଛି I ତେବେ ଏହି ବିବାହ ରେ କିଛି ଲୋଭି ଲୋକେ ଅଛନ୍ତି ଯେଉଁମାନେ ଯୌତୁକ ପରି ଘଟଣା କୁ ମଝିରେ ଟାଣିଥାନ୍ତି I

ତେବେ ଆଜି ବି ଆମେ ଅନେକ ସମୟ ରେ ନାରୀ ଯୌତୁକ ନିର୍ଯ୍ୟାତନା ପରି ଘଟଣାମାନ ଶୁଣିଥାଉ I ଏହି ଯୌତୁକ ଅନେକ ଝିଅ ଙ୍କୁ ମରଣ ମୁହଁ କୁ ଠେଲି ଦେଇଛି I ତେବେ ବିଗତ ଦିନ ରେ ଜଣେ ଯୁବତୀ ଏହି ପ୍ରଥା କୁ ବିରୋଧ କରିବାକୁ ଯାଇ ଏପରି ଏକ ନିଷ୍ପତି ନେଇଛନ୍ତି I

ତେବେ ଏହି ଘଟଣା ଟି ରାଜସ୍ତାନ ର ଝୁଝୁଣ ର ମେଘପୁର ଗାଁ ର I ଯେଉଁଠାରେ ମହୀପାଳ ସିଂ ଖାଡା ଙ୍କ ର ଝିଅ ପ୍ରିୟଙ୍କା ଯୌତୁକ ବିରୋଧ ରେ ଏପରି ସାହାସିକତା ଦେଖାଇଛନ୍ତି ଯାହା କି ପ୍ରତୋକ ନାରୀ ଙ୍କ ପାଁଇ ଏକ ପ୍ରେରଣା ହେଇଯାଇଛନ୍ତି I ତେବେ ଏହି ଝିଅ ଙ୍କ ର ସାହାସିକତା ଦେଖି କେହି ବି ତାଙ୍କୁ ସଲାମି କରିବେ I

ତେବେ ପୁଅ ଘର କିଛି ଡିମାଣ୍ଡ ରଖିଥିଲେ ଏହି ବିବାହ କୁ ନେଇ ତାହା ହେଲା 25 ଲକ୍ଷ ନଗଦ ଟଙ୍କା 10 ତୋଳା ର ସୁନା ଚେନ ଆଦି I ତେବେ ପ୍ରିୟଙ୍କା ଙ୍କ ର ପିତା ଙ୍କ ପାଁଇ ଏହା ଏତେ ସହଜ ନ ଥିଲା I ତେବେ ଏପରି ସମୟ ରେ ସେ ବର ସମୁଖ ରେ ହାତ ଗୋଡ଼ ଯୋଡ଼ିଥିଲେ I କିନ୍ତୁ ଆଶିଷ ପ୍ରିୟଙ୍କା ର ପିତା କିସସହ ଙ୍କୁ କ୍ଷମା ମାଗି ନ ଥିଲେ I ମହୀପାଳ ସିଂ ନିଜ ପଗଡି ବି ଆଶିଷ ଙ୍କ ଗୋଡ଼ ପାଖ ରେ ରଖିଦେଇଥିଲେ I ତେବେ ଏହା ଦେଖି ପ୍ରିୟଙ୍କା ରାଗି ଯାଇଥିଲେ ଏବଂ ବିବାହ କରିବାକୁ ମନା କରିଦେଇଥିଲେ I

ପ୍ରିୟଙ୍କା ତାଙ୍କ ପିତା ଙ୍କ ର ସବୁଠାରୁ ଗେଲ୍ହା ଝିଅ ଅଟନ୍ତି I ତେବେ ଏହି ପରିବାର ଏତେ ଲୋଭି ହେବାର ଦେଖି ସେ ବିବାହ ପାଁଇ ମନା କରିଦେଇଥିଲେ I

ତେବେ ପ୍ରିୟଙ୍କା ଙ୍କ କହିବା ଅନୁସାରେ ସେ ଯେଉଁ ବ୍ୟକ୍ତି ଙ୍କୁ ନିଜ ଜୀବନସାଥୀ କରିବାକୁ ଚାହୁଁଥିଲେ ସେହି ବ୍ୟକ୍ତି ତାଙ୍କ ପଇସା ରେ ମତଲବ ରଖିଥିଲା I ତେବେ ଏପରି ଲୋଭି ପୁରୁଷ ଙ୍କୁ ବିବାହ କରିବା ଉଚିତ ନୁହେ , ତେବେ ଏହି ସମୟ ରେ ପ୍ରିୟଙ୍କା ବିବାହ ରେ ମନା କରିବା ରୁ ବରଯାତ୍ରୀ ଖାଲି ରେ ଫେରିଥିଲେ I ଏହା ପରେ ତାଙ୍କ ସମ୍ପର୍କୀୟ ଙ୍କ ମଧ୍ୟ ରେ କମଳ ନାମକ ଜଣେ ବ୍ୟକ୍ତି ଙ୍କ ସହ ତାଙ୍କ ର ପ୍ରେମ ହେଇଥିଲା ଓ ବିବାହ ହେଇଥିଲା I