ଯୁବରାଜ ସିଂହ ଙ୍କର ବଡ ବୟାନ, କହିଲେ KKR ଏହି ଖେଳାଳିଙ୍କୁ ଛାଡିକି ବହୁତ ବଡ ଭୁଲ କରିଦେଲା

ଆଇପିଏଲ 2020 ରେ ନିଲାମୀ ପୂର୍ବ ରୁ କେକେଆର ଟିମ ନିଜ ର ଜଣେ ବରିଷ୍ଠ ଖେଳାଳି କ୍ରିସ ଲେନ ଙ୍କୁ ରିଲିଜ କରିଛି I ଏପରି କ୍ଷେତ୍ର ରେ ଭାରତ ର ପୂର୍ବ ଓ ମହାନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ କେକେଆର ର ଏହି ନିଷ୍ପତି ରେ କିଛି ନିଜ ର ମତାମତ ଜଣାଇଛନ୍ତି I

ଯୁବରାଜ ସିଂ ଙ୍କ ର କଥା ଅନୁସାରେ କ୍ରିସ ଲେନ ଙ୍କ ପରି ବରିଷ୍ଠ ଖେଳାଳି ଙ୍କୁ ରିଲିଜ କରିବା କେକେଆର ଟିମ ପାଁଇ ଏକ ବଡ଼ ଭୁଲ ନିଷ୍ପତି ଅଟେ I ଟି 10 ଲିଗ ରେ ଆବୁଧାବି ଟିମ ବିପକ୍ଷ ରେ ବ୍ୟାଟିଂ କରି କେବଳ 30 ବଲ ରେ ଏହି ଖେଳାଳି 91 ରନ ର ବିରାଟ ସ୍କୋର କରିଥିଲେ I

ତେଣୁ ଯୁବରାଜ ଏଠାରେ ସିଧା ଭାବ ରେ କ୍ରିସ ଙ୍କ ର ଖେଳ ପ୍ରଦର୍ଶନ କୁ ପ୍ରଶଂସା କରିଛନ୍ତି I ଏବଂ କ୍ରିସ ଙ୍କ ପରି ଖେଳାଳି ଦଳ ରେ ରହିବା ଜରୁରୀ ଅଟେ I

କେକେଆର ଟିମ ମଧ୍ୟ ଯେତିକି ବି ବଡ଼ ବଡ଼ ରେକର୍ଡ କରିଛି ସବୁ କିଛି କ୍ରିସ ଙ୍କ କାରଣ ରୁ ହିଁ ସମ୍ଭବ ହେଇପାରିଛି I ତେଣୁ କେଉଁ କାରଣ ରୁ କେକେଆର ଟିମ ତାଙ୍କୁ ରିଲିଜ କରିଛି ଏହା ଜଣାଯାଉନାହିଁ I

କେକେଆର ଟିମ ଆଉ ଏକ ଭୁଲ ମଧ୍ୟ କରିଛି I କେକେଆର ଟିମ କ୍ରିସ ଲେନ ଙ୍କ ଛଡା ରବୀନ ଉତଥାପା ଙ୍କୁ ମଧ୍ୟ ରିଲିଜ କରିଛି I ଆଇପିଏଲ ନିଲାମୀ 20 ଡିସେମ୍ବର କୁ କଲିକତା ରେ ହେବାକୁ ଯାଉଛି I