କୈଳାସ ପର୍ବତର ରହସ୍ୟକୁ ଦେଖି ବୈଜ୍ଞାନିକ ମାନେ ହୋଇରାଣ ରେ ପଡ଼ିଗଲେ,ହାତ ଟେକି କହିଲେ Jay Bhola Baba

ନମସ୍କାର ବନ୍ଧୁଗଣ ଆମର ଏହି ପୃଥିବୀରେ ବୋହୁତ ଗୁଡିଏ ଭିନ୍ନ ଭିନ୍ନ ଏବଂ ବଡ ବଡ ପର୍ବତ ଅଛି କିନ୍ତୁ ଯଦି ସବୁଠାରୁ ଅଦ୍ଭୁତ ଏବଂ ଚମତ୍କାର ପର୍ବତ ବିଷୟରେ କୁହାଯାଏ ତେବେ କୈଳାସ ପର୍ବତର ନାମ ପ୍ରଥମେ ଆସେ କାହିଁକି ନା ଏହି ପର୍ବତ ଏତେ ରହସ୍ୟମୟ ଅଟେ ଯେ ଆଜି ପର୍ଯ୍ୟନ୍ତ ଏହି ପର୍ବତକୁ ଚଢ଼ିବାରେ କେହି ମଧ୍ୟ ସଫଳ ହୋଇ ନାହାଁନ୍ତି ଆଉ ଯେଉଁମାନେ ଜିଦିରେ ଏହି ପର୍ବତ ଚଢିବା ପାଇଁ ଚେଷ୍ଟା କରିଥିଲେ ସେମାନଙ୍କର ଗୋଟିଏ ରହସ୍ୟମୟ ଭାବରେ ମୃତ୍ୟୁ ହୋଇଗଲା। ତିବତରେ ଥିବା କୈଳାସ ପର୍ବତକୁ ହିନ୍ଦୁ ଧର୍ମର ଗୋଟିଏ ପବିତ୍ର ସ୍ଥାନ କୁହାଯାଏ କାହିଁକି ନା ପୌରାଣିକ କଥା ଅନୁସାରେ ଏହି ପର୍ବତକୁ ସୃଷ୍ଟିକର୍ତ୍ତା ଭଗଵାନ ଶିବଙ୍କର ନିବାସ ସ୍ଥାନ ବୋଲି କୁହାଯାଇଛି। ଏହି ପର୍ବତ ସହିତ ଏତେ ରହସ୍ୟ ଯୋଡି ରହିଛି ଯେ ଯାହାକୁ ଆଜି ପର୍ଯ୍ୟନ୍ତ ବଡ ବଡ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରି ନାହାଁନ୍ତି। ତେବେ ଆଜି ଆସନ୍ତୁ କୈଳାସ ପର୍ବତର କିଛି ଏମିତି ରହସ୍ୟ ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣଙ୍କର ଭଗଵାନଙ୍କ ପ୍ରତି ବିଶ୍ଵାସ ଆହୁରି ବଢିଯିବ।

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ହିନ୍ଦୁ ଧର୍ମରେ କୈଳାସ ପର୍ବତକୁ ଏକ ପବିତ୍ର ସ୍ଥାନ ମାନାଯାଏ କାହିଁକି ନା ହିନ୍ଦୁ ଧର୍ମର ଗ୍ରନ୍ଥ ଏବଂ ପୌରାଣିକ କଥା ଅନୁସାରେ କୁହାଯାଇଛି ଯେ ଭଗଵାନ ଶିବ କୈଳାସ ପର୍ବତ ନିକଟରେ ନିଜ ପରିବାର ସହିତ ରହୁଥିଲେ ପରନ୍ତୁ ଅନ୍ୟ ଗ୍ରନ୍ଥରେ ମଧ୍ୟ କୈଳାସ ପର୍ବତକୁ ନେଇ ସେମାନଙ୍କର ଅଲଗା ମନ୍ୟତ ଅଛି। ତିବତ୍ ରେ ରହୁଥିବା ବୌଦ୍ଧ ଧର୍ମର ଲୋକମାନଙ୍କ ଅନୁସାରେ ବୁଦ୍ଧ ଦେବଙ୍କର ଅନ୍ୟ ଏକ ଅଲୌକିକ ରୂପ କୈଳାସ ପର୍ବତରେ ରହୁଛନ୍ତି ଏଥିପାଇଁ ବୌଦ୍ଧ ଧର୍ମରେ ମଧ୍ୟ ଏହି ପର୍ବତକୁ ଏକ ପବିତ୍ର ସ୍ଥାନ ମାନନ୍ତି। ଏହା ବ୍ୟତୀତ ଜେନ୍ ଧର୍ମ ଲୋକମାନେ ମଧ୍ୟ ଏହା ମାନୁଛନ୍ତି ଯେ ତାଙ୍କର ପ୍ରଥମ ତିର୍ଥକର ଋଷବ୍ ଦେବଙ୍କୁ ଏହି ପର୍ବତରେ ଜ୍ଞାନର ପ୍ରାପ୍ତି ହୋଇଥିଲା ଏବଂ ସେମାନେ ଏହି ପର୍ବତକୁ ଅଷ୍ଟ ପର୍ବତ ବୋଲି ଡାକୁଛନ୍ତି। ଏହି ପର୍ବତର ଉଚ୍ଚତା ପାଖାପାଖି ୨୧ ହଜାର ୭ ଶହ ୭୮ ଫୁଟ ଅଛି ଏବଂ ଏହାର ଦକ୍ଷିଣ ଓ ପଶ୍ଚିମ ଦିଗରେ ମାନସରବର ଏବଂ ରସ୍ୟସ ନାମକ ପର୍ବତ ପ୍ରସିଦ୍ଧ ହ୍ରଦ ଅବସ୍ଥିତ। ଏହା ସହିତ ଏହି ପର୍ବତରୁ ବୋହୁ ପ୍ରସିଦ୍ଧ ହ୍ରଦ ମଧ୍ୟ ବାହାରିଛନ୍ତି ସେହି ଗୁଡ଼ିକ ହେଲା ବ୍ରହ୍ମପୁତ୍ର, ସତ୍ରରୁଜ ଆଉ ସିନ୍ଧୁ ନଦୀ।

ଯଦି ଉଚ୍ଚତା ତୁଳନାରେ ଦେଖାଯାଏ ଏହା ଦୁନିଆର ସବୁଠାରୁ ବଡ଼ ପର୍ବତ ନୁହେଁ କାହିଁକି ନା ମାଉଣ୍ଟଏଭରେଷ୍ଟର ଉଚ୍ଚତା ୧୯ ହଜାର ୩୧ ଫୁଟ ଅଛି ଯାହା କୈଳାସ ପର୍ବତ ଠାରୁ ବୋହୁତ ବଡ କିନ୍ତୁ କୈଳାସ ପର୍ବତର ଗୁଣ ଉଚ୍ଚତାରେ ନୁହେଁ ବରଂ ସେଥିରେ ଥିବା ରହସ୍ୟରୁ ଜଣାପଡେ। ଏହି ପର୍ବତକୁ ଯଦି ଦୂରରୁ ଦେଖାଯାଏ ତ ଏହା ବରଫରେ ଘୋଡାଇ ହୋଇଥିବା ଏକ ବିଶାଳ ଶିବଲିଙ୍ଗ ପରି ଦେଖାଯାଏ। ଏହି ପବିତ୍ର ପର୍ବତକୁ ଦେଖିବାର ସୁଯୋଗ କେବଳ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅମରନାଥଙ୍କୁ ଦେଖା କରିବାକୁ ଆସିଥାନ୍ତି କାହିଁକି ନା ଅମରନାଥ ଯାତ୍ରା ସମୟରେ ସେମାନଙ୍କୁ ତିବତ୍ ର ଶିଖର ଦେଇ ଯିବାକୁ ପଡିଥାଏ ଏବଂ ସେହି ସମୟରେ ଏମାନଙ୍କୁ ସେହି ଭବ୍ୟ ପର୍ବତ ଦେଖାଯାଏ।

କୈଳାସ ପର୍ବତର ସବୁଠାରୁ ବଡ ରହସ୍ୟ ଏହା ଯେ ଏହି ପର୍ବତର ସିଖରକୁ ଆଜି ଯାଏଁ କେହି ମଧ୍ୟ ଚଢ଼ି ପାରିନାହାଁନ୍ତି ପରନ୍ତୁ ଏହା ଠାରୁ ୨୦୦୦ ମିଟର ବଡ ଏଭରେଷ୍ଟ ପର୍ବତକୁ ଆଜି ପର୍ଯ୍ୟନ୍ତ ୫୦୦୦ରୁ ବି ଅଧିକ ଲୋକ ଚଢ଼ି ସାରିଛନ୍ତି। କୁହାଯାଉଛି ଯେ ଯଦି କେହି କୈଳାସ ପର୍ବତକୁ ଚଢ଼ିବାକୁ ଚେଷ୍ଟା କରେ ତ ତାର ଏକ ରହସ୍ୟମୟ ଭାବରେ ମୃତ୍ୟୁ ହୋଇଯାଏ, ଯେଉଁମାନେ ଏହି ପର୍ବତକୁ ଚଢ଼ିବାକୁ ଯାଉଛନ୍ତି ସେମାନେ ଆଜି ପର୍ଯ୍ୟନ୍ତ ଫେରି ନାହାଁନ୍ତି, କେହି ମଧ୍ୟ ଜାଣି ନାହାଁନ୍ତି ଯେ ସେହି ଲୋକମାନଙ୍କର ପ୍ରକୃତରେ କଣ ଘଟିଛି। ଲୋକମାନେ ଏହି ଭବ୍ୟ ପର୍ବତକୁ ଚଢ଼ି ନପାରିବାରେ ବୋହୁତ ଭିନ୍ନ ଭିନ୍ନ କାରଣ କୁହାଯାଇଛି। ହିନ୍ଦୁ ଧର୍ମର ଲୋକମାନଙ୍କ ଅନୁସାରେ ଯେଉଁମାନେ ପୁନ୍ୟ କାମ କରିଥାନ୍ତି ସେମାନଙ୍କର ମୃତ୍ୟୁ ପରେ ସେମାନଙ୍କ ଆତ୍ମାକୁ କୈଳାସ ପର୍ବତରେ ସ୍ଥାନ ମିଳିଥାଏ। ଏହି ପର୍ବତକୁ ପୁନ୍ୟ ଆତ୍ମାଙ୍କର ନିବାସ ସ୍ଥାନ ମଧ୍ୟ କୁହାଯାଏ। କୈଳାସ ପର୍ବତର ଅନେକ କାହାଣୀ ଅଛି ଅନେକ ଲୋକ ଏହି କାହାଣୀ ପଛର ସତ୍ୟତକୁ ଜାଣିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି।

ଏମାନଙ୍କ ମଧ୍ୟରୁ ଗୋଟିଏ ଚେଷ୍ଟା ୧୯୯୯ ମସିହାରେ ଋଷିଆର ଜଣେ ସର୍ଚ୍ଚର ଅର୍ନାଷ୍ଟ ମୂର୍ଦ୍ଦଶିପ୍ କରିଥିଲେ। ସେ କୈଳାସ ପର୍ବତକୁ ଯିବାପାଇଁ ଗୋଟିଏ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲେ। ତାଙ୍କର ଏହି ଟିମ୍ ରେ ଜିଓଲୋଜିଷ୍ଟ୍, ଫିଜିକ୍ସ ଓ ଆର୍କୋଲୋଜିଷ୍ଟ୍ ମାନେ ମଧ୍ୟ ସାମିଲ ଥିଲେ। ସେ ନିଜ ଟିମ୍ ସହିତ କୈଳାସ ପର୍ବତରେ ବୋହୁତ ଦିନ ପର୍ଯ୍ୟନ୍ତ ରିସର୍ଚ୍ଚ କରିଲେ ଯେବେ ସେମାନେ କୈଳାସ ପର୍ବତରୁ ଫେରିଲେ ତାପରେ ଏକ ନୂଆ ଥିଓରୀ ସେମାନେ ଦୁନିଆର ସାମ୍ନାକୁ ଆଣିଲେ। ଡକ୍ଟର ମୂର୍ଦ୍ଦଶିପ୍ ଦାବି କଲେ ଯେ କୈଳାସ ପର୍ବତ କୌଣସି ପ୍ରାକୃତିକ ପର୍ବତ ନୁହେଁ ବରଂ ଏହା ମଣିଷମାନଙ୍କ ଦ୍ଵାରା ତିଆରି କରାଯାଇଥିବା ଏକ ବଡ ବିଶାଳ ପିରାମିଡ୍ ଅଟେ, ତାଙ୍କ କହିବା ଅନୁଯାୟୀ ଏହି ପିରାମିଡ୍ କୁ ପ୍ରାଚୀନ କାଳରେ ତିଆରି କରାଯାଇଛି ଏବଂ ଏହାର ଚାରିପାର୍ଶ୍ଵ ଛୋଟ ଛୋଟ ପିରାମିଡ୍ ରେ ଭରି ହୋଇ ଅଛି କିନ୍ତୁ ଡକ୍ଟର ମୂର୍ଦ୍ଦଶିପ୍ ତାଙ୍କର ଏହି କଥାକୁ ପ୍ରମାଣ କରି ପାରିନଥିଲେ। ଏହୋରେ କୈଳାସ ପର୍ବତ ଆହୁରି ରହସ୍ୟମୟ ହୋଇଗଲା।

ଏହା ବ୍ୟତୀତ ଏଠାକାର ଅନ୍ୟ ଏକ ବିଚିତ୍ର କଥା ତ ଏହା ଯେ ଏଠାରେ ସମୟ ବୋହୁତ ଜଲ୍ଦୀ ବିତିପାରେ, ଏହା ଶୁଣି ଆପଣଙ୍କୁ ଜମାରୁ ବିଶ୍ୱାସ ଆସୁନଥିବ କିନ୍ତୁ ସେଠାକୁ ଯାଇଥିଲା ଲୋକମାନେ ଏହି କଥାକୁ ଦାବି କରି କହିଛନ୍ତି ଯେ ଆମର ନଖ ଓ ବାଳ ୨ ସପ୍ତାହରେ ଯେତିକି ବଢ଼ିଥାଏ ସେତିକି କୈଳାସ ପର୍ବତରେ ମାତ୍ର ୧୨ ଘଣ୍ଟାରେ ବଢିଯାଏ। ଲୋକମାନେ କୁହନ୍ତି ଯେ ଏହି ପର୍ବତର ପାର୍ଶ୍ଵରେ ଏକ ଅନ୍ୟ ପ୍ରକାରର ସମୟ ବିତୁଛି। ସେଠାକୁ ଯାଇଥିବା ଲୋକମାନେ ଗୋଟିଏ ଅଜବ ଗଜବ ବିଚିତ୍ର କଥା କୁହନ୍ତି, କିଛିଦିନ ତଳେ ଜଣେ ଲୋକ ଏହି କଥାକୁ ଦାବି କରି କହିଲେ ଯେ ଏହି ପର୍ବତକୁ ଚଢିବା ତ ଦୂରର କଥା ଏଠାରେ କିଛି ସମୟ ରହିବା ମଧ୍ୟ ଅସମ୍ଭବ ଅଟେ, ସେ କହିଲେ ଏହି ପର୍ବତକୁ ଯିବାପରେ ମନରେ ଏକ ଭିନ୍ନ ଚିନ୍ତାଧାରା ଜନ୍ମ ହୁଏ ଯାହା ପତ୍ର ମନୁଷ୍ୟ ଦିଗ ଭୁଲିଯାଏ କେବଳ ଏତିକି ନୁହେଁ ଏହି ପର୍ବତରେ ମ୍ୟାଗ୍ନେଟିକ୍ କମ୍ପାସ ମଧ୍ୟ କାମ କରେ ନାହିଁ ଏମିତି କାହିଁକି ହେଉଛି ଏହା ଗୋଟିଏ ସାଧାରଣ ଲୋକ ତ ଦୂରର କଥା ବୈଜ୍ଞାନିକମାନେ ମଧ୍ୟ କିଛି କହିପାରୁ ନାହାଁନ୍ତି।

ଏହା କିଛିଦିନ ପାରେ ଋଷର ଜଣେ କ୍ଲାଇମ୍ବର୍ ଏହି ପର୍ବତକୁ ଚଢ଼ିବାର କଥା ଦାବି କରିଛନ୍ତି, ସେ ପର୍ବତର ନିକଟକୁ ତ ଗଲେ କିନ୍ତୁ ଚଢିବା ବିନା ହିଁ ସେ ସେଠାରୁ ଫେରି ଆସିଲେ ଏହାର କାରଣ ପଚାରିବାରୁ ସେ ଯାହା କହିଲେ ତାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ ଯେ ମୁଁ ଯେତେବେଳେ ସେହି ପର୍ବତର ନିକଟକୁ ଗଲି ସେତେବେଳେ ହଠାତ୍ ମୋର ହୃଦୟର ସ୍ପନ୍ଦନ ଜୋର୍ ରେ ଧକ୍ ଧକ୍ କରିବାକୁ ଲାଗିଲା ମୁଁ ଠିକ୍ ସେହି ପର୍ବତର ଆଗରେ ଥିଲି ଯାହାକୁ ମୁଁ ଚଢିଥାନ୍ତି କିନ୍ତୁ ମୋର ଶରୀର ପୁରା କମଜୋର ହୋଇଗଲା ଏବଂ ମୋର ମନରେ ଏମିତି ଚିନ୍ତା ଆସିଲା ଯେ ମୁଁ ଏଠାରୁ ଚାଲିଯିବି ଏହା ଭାବି ମୁଁ ସେଠାରୁ ଚାଲି ଆସିଲି। ଯେତେବେଳେ ମୁଁ ଏହି ପର୍ବତରୁ ଟିକେ ଦୂରକୁ ଆସିଲି ଏହାପରେ ମୋର ସ୍ବାସ୍ଥ୍ୟ ପୁରା ଠିକ୍ ହୋଇଗଲା। ଏହିପରି ଘଟଣା କୈଳାସ ପର୍ବତକୁ ଆହୁରି ରହସ୍ୟମୟ କରି ଦେଉଛି।

ସମସ୍ତେ ଭାବୁଛନ୍ତି ଯେ ଆଜି ପର୍ଯ୍ୟନ୍ତ ଏହି ପର୍ବତକୁ କେହିବି ଚଢ଼ିନାହାଁନ୍ତି କିନ୍ତୁ ଜଣେ ବ୍ୟକ୍ତି ଥିଲେ ଯିଏ କୈଳାସ ପର୍ବତକୁ ଚଢ଼ିଛନ୍ତି। ସେ ଥିଲେ ତିବତ୍ ରେ ରହୁଥିବା ଜଣେ ବୌଦ୍ଧ ଧର୍ମର ଜଣେ ଭିଲାରେପା ସେ ୧୧ ଶତାବ୍ଦୀରେ ଏହି ପର୍ବତକୁ ଚଢିଥିଲେ ଏବଂ ସେହି ପ୍ରଥମ ଆଉ ଶେଷ ମଣିଷ ଥିଲେ ଯିଏ ଏହି ପର୍ବତର ଶିଖରକୁ ଚଢିଥିଲେ। କୁହାଯାଉଛି ଯେ ଏହାପରେ କୈଳାସ ପର୍ବତର ପରିସ୍ଥିତି ସବୁଦିନ ପାଇଁ ବଦଳି ଯାଇଥିଲା ଯଦି ଆଜିର କଥା କୁହାଯାଏ ଏହି ପର୍ବତକୁ ପଢ଼ିବା ପାଇଁ ପ୍ରତିବନ୍ଧକ ଲଗାଯାଇଛି କାହିଁକି ନା ଭାରତ ତିବତ୍ ନେପାଳ ସହିତ ଦୁନିଆର ବୋହୁତ ଦେଶ ଏହା ମାନନ୍ତି ଯେ ଏହା ଏକ ପବିତ୍ର ପର୍ବତ ଅଟେ ଏବଂ ଏହା ଉପରେ ବୋହୁତ ଲୋକଙ୍କର ଆସ୍ଥା ଯଦି ଅଛି ଏଥିପାଇଁ କୌଣସି ବ୍ୟକ୍ତି ଏହି ପର୍ବତକୁ ଚଢିବା ଠିକ୍ ନୁହେଁ। ବେଦରେ କୈଳାସ ପର୍ବତକୁ ବ୍ରହ୍ମାଣ୍ଡର ଏକ ଅଂଶ ବୋଲି କୁହାଯାଇଛି ଏବଂ ବୈଜ୍ଞାନିକମାନେ କୁହନ୍ତି ଯେ ପୃଥିବୀର କେନ୍ଦ୍ର ଅଟେ। ଏହାଛଡା ଏଥିରେ ଆଉ ଏକ ବିଚିତ୍ର ଘଟଣା ଘଟେ କୈଳାସ ପର୍ବତର ଆଖପାଖରେ ସବୁବେଳେ ଏକ ମନଲୋଭା ଶବ୍ଦ ସୁବାଯାଏ ଯଦି ଆପଣ ମାନସରବର ପାଖକୁ ଯିବେ ସେଠାରେ ସେହି ଶବ୍ଦ ସୁବାଯିବ ଯାହାକି ଧ୍ୟାନରେ ଶୁଣିଲେ ଏକ ଡମ୍ବୁରୁ ବାଜିବା ଏବଂ ଓଁ ଶବ୍ଦ ଭଳି ଲାଗିବ କିନ୍ତୁ ବୈଜ୍ଞାନିକ ମାନଙ୍କ ଅନୁସାରେ ପବନ ପାହାଡ଼ରେ ବାଡ଼େଇ ହେବା କାରଣରୁ ଏବଂ ବରଫର ତରଳିବା ଯୋଗୁଁ ଏହି ଶବ୍ଦ ଶୁଣା ଯାଇଛି କିନ୍ତୁ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ଏହା ପ୍ରମାଣ କରି ପାରିନାହାଁନ୍ତି। ଏହିସବୁ କାରଣରୁ କୈଳାସ ପର୍ବତକୁ ଏକ ରହସ୍ୟମୟ ପର୍ବତ ବୋଲି କୁହାଯାଉଛି।