ନମସ୍କାର ବନ୍ଧୁଗଣ ଆପଣମାନେ ଓଡ଼ିଆ ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଓଡ଼ିଆ ଚଳଚ୍ଚିତ୍ରର କମେଡି ଗୁଡ଼ିକ ବେଶ୍ ପସନ୍ଦ ମଧ୍ୟ କରୁଥିବେ। ଆପଣମାନଙ୍କ ମନରେ ଅଧିକାଂଶ ସମୟରେ ଉତ୍କଣ୍ଠା ରହିଥାଏ ଯେ ସେହି କମେଡିୟାନ୍ ମାନଙ୍କର ପର୍ସ୍ନାଲ ଲାଇଫ ବିଷୟରେ ଜାଣିବାକୁ |
ତେବେ ଆଜି ଆସନ୍ତୁ ଆପଣମାନଙ୍କ ପ୍ରିୟ କମେଡିୟାନ୍ ଜୟିରାମ ସାମଲଙ୍କ ଘର, ପରିବାର, ତାଙ୍କର ପର୍ସ୍ନାଲ ଲାଇଫ ବିଷୟରେ ଏମିତିକି ତାଙ୍କର ଝିଅ, ତାଙ୍କର ନାତୁଣୀ ଦେଖିବାକୁ କେମିତି, ସେ କେବେ ଆଗାମୀ ଦିନମାନଙ୍କରେ ଚଳଚ୍ଚିତ୍ରରେ ଅଭିନୟ କରିବେ, ସେ ବର୍ତ୍ତମାନ କଣ କରୁଛନ୍ତି ଏହି ସବୁକିଛି ବିଷୟରେ ଜାଣିବା।
ଦର୍ଶକ ବନ୍ଧୁ ଆପଣମାନଙ୍କ ପ୍ରିୟ ଜଇ ଭାଇ ତାଙ୍କର ପ୍ରକୃତ ନାମ ହେଉଛି ଜୟିରାମ ସାମଲ। ୧୯୪୮ ମସିହାରେ କଟକ ଜିଲ୍ଲାର ମାହାଙ୍ଗା ଗ୍ରାମରେ ହେ ଜନ୍ମଲାଭ କରିଥିଲେ ଏବଂ ବର୍ତ୍ତମାନ ସମୟରେ ତାଙ୍କର ବୟସ ଯାଇ ପହଞ୍ଚିଛି ୭୩ ବର୍ଷ। ୧୯୭୦ ମସିହାରେ ସେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି କରିଥିଲେ ଏବଂ ଏହିଦିନ ଠାରୁ ତାଙ୍କର ଅଭିନୟ କ୍ୟାରିୟର୍ ଆରମ୍ଭ ହୋଇଥିଲା। ସେ ପାଖାପାଖି ୩୦୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି।
ଏହା ସହିତ ଅନେକ ଗୁଡ଼ିଏ ନାଟକରେ ମଧ୍ୟ ସେ ନିଜର କମେଡିର ଯାଦୁ ଦେଖାଇ ସାରିଛନ୍ତି। ୨୦୦୮ ମସିହାରେ ତାଙ୍କର ୩୦ ବର୍ଷର ଚଳଚ୍ଚିତ୍ରର କ୍ୟାରିୟର୍ ପୂରଣ ହୋଇଥିଲା ଏବଂ ଏଥି ମଧ୍ୟ ତାଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଜୟିରାମ ସାମଲ ଏମିତି ଜଣେ କମେଡିୟାନ୍ ଅଟନ୍ତି ତାଙ୍କ ପାଇଁ କେବଳ ଓଲିଉଡ ଜଗତ ନୁହେଁ ଓଡ଼ିଶାର ଘରେ ଘରେ ତାଙ୍କର ସେହି କମେଡି ଦେଖି ସାଧାରଣ ଜନତାଙ୍କ ମନରେ ଟିକେ ହସ ଫୁଟି ପାରୁଥିଲା। ତେବେ ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବରେ ଏଠାରେ ତାଙ୍କର ନାତୁଣୀକୁ ଦେଖି ପାରୁଥିବେ। ତାଙ୍କର ନାମ ହେଉଛି ଅନିତା ସାମଲ ଯିଏକି ଖୁବ୍ ଶୀଘ୍ର ଓଲିଉଡ ଜଗତରେ ପାଦ ରଖିବାକୁ ଯାଉଛନ୍ତି।