BhagyaRekha:( କଳା ସୂତା ) ପିନ୍ଧିବାର ଆଶ୍ଚର୍ଯ୍ୟ ଜନକ ଫାଇଦା, ଆଗରୁ କେହି କହି ନ ଥିବେ,

ନମସ୍କାର ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଏହା ଦେଖାଯାଏ କି ସନ୍ତାନ ଘରେ ଜନ୍ମ ନେବା ପରେ ଘରେ ବଡ଼ମାନେ ତାଙ୍କୁ କଳାଟୀକା ବା କଳା ଫିତା କିମ୍ବା ନଜର ବାହାର କରିବା ପାଇଁ ଏପରି କିଛି କାର୍ଯ୍ୟ ଅବଶ୍ୟ କରିଥାନ୍ତି। କିନ୍ତୁ କଣ ଆପଣ କେବେ ଏହା ଜାଣିବାକୁ ଚେଷ୍ଟା କରିଛନ୍ତି କି ଏହାର ପଛର ରହସ୍ୟ କଣ ଅଟେ। ଆମେ ସମୟ ସହିତ ଆଗକୁ ବଢ଼ି ଚାଲିଛନ୍ତି ପୁରୁଣା ରୀତିନୀତି, ଧର୍ମ କାର୍ଯ୍ୟ ଏବଂ ମାନ୍ୟତା ଭୁଲି ଯାଉଛନ୍ତି। ଯାହାର ପ୍ରଭାବ ଆମ ସଂସ୍କୃତି ଉପରେ ଦେଖିବାକୁ ମିଳୁଛି। ଆଜି ଆମେ ଯେଉଁ ସମାଜରେ ବାଢିଛନ୍ତି ସେଥିରେ ଛଳନା, କପଟ, ଲାଳସା, କ୍ରୋଦ୍ଧ ଏବଂ ହିଂସା ଯେପରି ଭାବନା ଲୋକଙ୍କ ଭିତରେ ଅଧିକ ପ୍ରଚଳିତ ଅଟେ। ଏପରି ଆମର ଗୁରୁଜନ ମାନଙ୍କ ଦ୍ଵାରା ସୂଚା ଯାଇଥିବା କିଛି କଥା ହିଁ ଆମର କାମରେ ଆସିଥାଏ।


ଏହି ଜିନିଷକୁ ଧ୍ୟାନରେ ରଖି ଆସନ୍ତୁ ଜାଣିବା କଳା ସୂତା ସହିତ ଜଡିତ କିଛି ଏପରି ଉପାୟ ଯେଉଁଥିରେ ଆପଣଙ୍କର ନକାରାତ୍ମକତା ଦୂର ହୋଇଯିବ। ଯଦି ଆପଣଙ୍କ ଜୀବନରେ ବି ଏହା ଅନୁଭବ ହେଉଛି କି କୌଣସି ଖରାପ ନଜର ଆପଣଙ୍କ ରାସ୍ତା ରୋକୁଛି କିମ୍ବା ଆପଣଙ୍କ ପରିବାରକୁ କିମ୍ବା ଆପଣଙ୍କ ଘରର ସୁଖଶାନ୍ତିକୁ କାହାର ନଜର ଲାଗିଯାଇଛି ତେବେ ଏହାକୁ ନିଶ୍ଚିତ ଜାଣିରଖନ୍ତୁ ଏବଂ ଏହି ଉପାୟକୁ ନିଶ୍ଚୟ କରନ୍ତୁ। ସର୍ବପ୍ରଥମ କଥା ହେଉଛି କଳା ରଙ୍ଗ ନକାରାତ୍ମକ ଉର୍ଜାକୁ କମ୍ କରିଥାଏ। ଏଥିପାଇଁ ଖରାପ ନଜରରୁ ବଞ୍ଚିବା ପାଇଁ କଳାଟୀକା, କଳା କପଡା ଏବଂ କଳା ରଙ୍ଗର ଜିନିଷର ଉପଯୋଗ କରାଯାଇଥାଏ। କଳା ସୂତା ସେଥି ମଧ୍ୟରୁ ଅଧିକ ଲଭାଦାୟକ ହୋଇଥାଏ।

ଯଦି ଆପଣଙ୍କ ଘରେ ଝଗଡ଼ା ବଢୁଛି, ଅକାରଣରେ ଝଗଡ଼ା ଏବଂ ଆପଣଙ୍କ ଭିତରେ ମନମାଳିନ ହେଉଥାଏ ତେବେ ଏହାକୁ ରୋକିବା ପାଇଁ ଆପଣଙ୍କୁ ଏହା କରିବାକୁ ହେବ କି ଶନିବାର ଦିନ ଶନି ମହାରାଜାଙ୍କ ମନ୍ଦିରକୁ ଯାଇ ୧ ମିଟର କଳା ସୂତା ନେଇ ତାହା ଉପରେ ୧୦୮ ଗଣ୍ଠି ବାନ୍ଧି ଦିଅନ୍ତୁ ଏବଂ ପ୍ରତ୍ୟେକ ଗଣ୍ଠିକୁ ବାନ୍ଧିବା ବେଳେ ଓମ୍ ଶନିଶ୍ଚରାୟ ନମଃ ଜପ କରନ୍ତୁ। ଯଦି ଆଖ ପାଖରେ ଶନି ମହାରାଜାଙ୍କ ମନ୍ଦିର ନାହିଁ ତେବେ ଘରେ ମଧ୍ୟ ଏହି ଉପାୟ କରିପାରିବେ। ଏବେ ସେହି ସୂତାକୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ। ଏମିତିରେ ଘରକୁ ଖରାପ ନଜର ଏବଂ ନକାରାତ୍ମକ ଊର୍ଜା ପ୍ରବେଶ କରିପାରିବ ନାହିଁ।

ଯଦି ଆପଣଙ୍କ ଘରର ସଦସ୍ୟଙ୍କ ସ୍ବାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ଏବଂ ତାଙ୍କୁ ବାରମ୍ବାର କୌଣସି ନା କୌଣସି ସମସ୍ୟାର ସାମ୍ନା କରିବାକୁ ପଡୁଥାଏ ତେବେ ଏଥିପାଇଁ କଳା ସୂତାକୁ ମନ୍ଦିରକୁ ନେଇ ଟିକେ ସିନ୍ଦୂର ଲଗାଇ ରଖି ଦିଅନ୍ତୁ। ଏବଂ ତାପର ଦିନ ସକାଳୁ ସ୍ୱଚ୍ଛ ହୋଇ ଏହି ସୂତାକୁ ସଦସ୍ୟଙ୍କ ପାଦରେ ବାନ୍ଧି ଦିଅନ୍ତୁ। ଏହାଦ୍ବାରା ତାଙ୍କର ଆଖ ପାଖର ନକାରାତ୍ମକ ଊର୍ଜା ଦୂରେଇ ରହିବ।


ଗର୍ଭବତୀ ମହିଳାଙ୍କୁ ସବୁବେଳେ ଜଲ୍ଦୀ ନଜର ଲାଗିଯାଏ। କେତେଥର ତାଙ୍କର ଆସିବାକୁ ଥିବା ପିଲାଠାରେ ଖରାପ ପ୍ରଭାବ କିମ୍ବା ଖରାପ ନଜର ପଡିଯାଇଥାଏ। କଳା ସୂତାକୁ ଗର୍ଭବତୀ ମହିଳାଙ୍କୁ ଯେତିକି ସେତିକି ମାପିକି ନେଇଯିବେ। ଆପଣ ସେହି ସୂତାକୁ ୩ ଥର ତାଙ୍କ ଚାରିପଟେ ବୁଲାଇ ଦେଇ ସେହି ସୂତାକୁ ବରଗଛ କିମ୍ବା ନଦୀରେ ବିସର୍ଜନ କରି ଦିଅନ୍ତୁ। ଏହି ଉପାୟ ପିଲା ଜନ୍ମ ହେଲା ଯାଏଁ କରନ୍ତୁ। ଏଥିଦ୍ଵାରା ଗର୍ଭବତୀ ମହିଳାଙ୍କର ଆଖ ପାଖରେ କୌଣସି ଖରାପ ନଜର ଆସିପାରିବ ନାହିଁ। ପୁରୁଣା କଳା ସୂତାକୁ ସବୁବେଳେ ବରଗଛ ତଳେ ମାଟିରେ ପୋତି ଦେବା ଉଚିତ୍ କିମ୍ବା ନଦୀରେ ଭସେଇ ଦେବା ଉଚିତ୍। ଅନ୍ୟଥା ଏହି କଳା ସୂତାକୁ କେତେ ଲୋକ କଳାଜାଦୁ କରିବାରେ ବ୍ୟବହାର କରି ଦିଅନ୍ତି। ଗୋଡ଼ରେ ମୁଦି ପିନ୍ଧିଥିବା ଆଙ୍ଗୁଠିରେ କଳା ସୂତା ପିନ୍ଧାଯାଏ ତ କଳା ଶକ୍ତିର ପ୍ରଭାବ କମ୍ ହୋଇଥାଏ। କଳା ସୂତାକୁ ମନ୍ଦିରର ପୂଜାରୀ ଠାରୁ କିମ୍ବା ନିଜେ କିଣିକି ପିନ୍ଧିବା ଉଚିତ୍ ଅନ୍ୟ କାହାଠାରୁ ଦିଆଯାଇଥିବା କଳା ସୂତା ପିନ୍ଧିବା ଉଚିତ୍ ନୁହେଁ।