କଳିଯୁଗ ବିଷୟରେ 5ଟି ସତ୍ୟ, ଶ୍ରୀ କୃଷ୍ଣ କହିଥିଲେ ପାଣ୍ଡବଙ୍କୁ, Jay Sri Kirshna

ବନ୍ଧୁଗଣ କଳି ଯୁଗରେ ମନୁଷ୍ୟ କେମିତି ରହିବ କେମିତି ତାର ଦିନ କଟିବ, କଳି ଯୁଗରେ ମନୁଷ୍ୟ ସହ ମନୁଷ୍ୟର ସମ୍ପର୍କ କେମିତି ରହିବ, କେମିତି ଏ କଳିଯୁଗ ଗତି କରିବ ଏହି ପ୍ରଶ୍ନ ସବୁ ଆନ୍ଦୋଳିତ କରିଲା ପଞ୍ଚୁପାଣ୍ଡବଙ୍କୁ ଏବଂ ପଞ୍ଚୁପାଣ୍ଡବଙ୍କ ମନରେ ଯେବେ ଯେବେ ପ୍ରଶ୍ନ ଉଠେ ସେମାନେ ଉତ୍ତର ପାଇଁ ସାହାଯ୍ୟ ନିଅନ୍ତି ଭଗଵାନ ଶ୍ରୀକୃଷ୍ଣଙ୍କର। ଏହି ସବୁ କଥାର ଉତ୍ତର ପାଇଁ ବି ସେ ଭଗଵାନ ଶ୍ରୀକ୍ରିଷ୍ଣାଙ୍କ ସରଣାପୂର୍ଣ୍ଣ ହେଲେ ଏବଂ ପଚାରିଲେ ହେ ପାର୍ଥ କଳି ଯୁଗରେ ମନୁଷ୍ୟ କେମିତି ରହିବ, କଳିଯୁଗ କେମିତି ଧରାପୃଷ୍ଠାରେ ଗତି କରିବ ସେ ସମ୍ପର୍କରେ ଆମର ଜାଣିବାକୁ ଇଚ୍ଛା ହେଉଛି ଦୟାକରି ଆମକୁ ବୁଝନ୍ତୁ କଳିଯୁଗ କେମିତି କଟିବ। ଶ୍ରୀକୃଷ୍ଣ କହିଲେ ହେ ପଞ୍ଚୁପାଣ୍ଡବ ସମସ୍ତେ ବଣକୁ ଯାଅ ଯାହା ଦେଖିବ ତାହା ଆସି ମତେ କହିବ।

ଶ୍ରୀକୃଷ୍ଣଙ୍କ କଥା ମାନି ପଞ୍ଚୁପାଣ୍ଡବ ବନକୁ ଗଲେ ଓ ନିର୍ଦ୍ଧିଷ୍ଟ ସମୟରେ ବଣରୁ ଫେରିଲେ। ଶ୍ରୀକୃଷ୍ଣ ପଚାରିଲେ ଯୁଧିଷ୍ଠିରଙ୍କୁ କଣ ଦେଖିଲ ଯୁଧିଷ୍ଠିର କହିଲେ ମୁଁ ଏକ ବିଚିତ୍ର ଦୃଶ୍ୟ ଦେଖିଲି ଅନେକ ପଶୁ ତ ଦେଖିଲି କିନ୍ତୁ ତା ମଧ୍ୟରେ ଗୋଟେ ହାତୀକୁ ଦେଖିଲି ଯାହାର ଦୁଇଟି ଶୁଣ୍ଢ। ଏମିତି ଦୃଶ୍ୟ ମୁଁ ଆଗରୁ କେବେ ଦେଖି ନଥିଲି,ଏମିତି ହାତୀ ମୁଁ କେବେ ଆଗରୁ ଦେଖି ନଥିଲି। ଶ୍ରୀକୃଷ୍ଣ ହସି କହିଲେ କଳି ଯୁଗରେ ମନୁଷ୍ୟ ଏମିତି ହିଁ ହେବ। ହୃଦୟରେ ଗୋଟିଏ କଥା ଏବଂ ତୁଣ୍ଡରେ ଗୋଟିଏ କଥା ହିଁ ମନୁଷ୍ୟ କରିବ।

କେବେ ହେଲେ ସଚ୍ଚୋଟ, ନିସ୍ବାର୍ଥ ପର ଭାବେ ମଣିଷ ଅନ୍ୟ ମଣିଷ ସହ ସମ୍ପର୍କ ରଖିବ ନାହିଁ। ତେଣୁ ସବୁବେଳେ ମନୁଷ୍ୟ ମନରେ ଦୁଇଟି କଥା ଉଙ୍କି ମାରିବ। ତେଣୁ ମଣିଷ କରିବ ଗୋଟିଏ ଚିନ୍ତା କରିବ ଆଉ ଗୋଟିଏ। ଭୀମ କହିଲେ ପ୍ରଭୁ ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ମଧ୍ୟ ଏକ ବିରଳ ଦୃଶ୍ୟ। ଗୋଟେ ବାଛୁରୀ ଟିକୁ ତା ମାଆ ଅତ୍ୟନ୍ତ ପ୍ରେମ କରୁଛି ଏତେ ସ୍ନେହ କରୁଛି ଯେ ତା ଚିର ରୁ କ୍ଷୀର ବଦଳରେ ରକ୍ତ ନିଗାଡି ହୋଇ ପଡ଼ୁଛି। ଶ୍ରୀକୃଷ୍ଣ କହିଲେ କଳି ଯୁଗରେ ମନୁଷ୍ୟ ଏମିତି ହିଁ କରିବ ପିତା ମାତାଙ୍କର ଅତ୍ୟଧିକ ସେହ୍ନ ସନ୍ତାନ ଉପରେ ପଡ଼ିବ ଯାହା ସନ୍ତାନକୁ ବିକାଶ କରିବାକୁ ଦେବ ନାହିଁ। ସନ୍ତାନ ପିତା ମାତାଙ୍କର ପ୍ରଗାଢ଼ ସ୍ନେହ ଏବଂ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଶିଶୁଟିର ମାନସିକ ବିକାଶରେ ବାଧା ପ୍ରାପ୍ତ କରିବ। ପରିବାର ଭିତରେ ଶିଶୁଟି ରହି କେବେ ହେଲେ ଉନ୍ନତିର ପାହାଚ ଦେଖିପାରିବ ନାହିଁ। ଅନ୍ୟ କାହା ପୁଅ ସାଧୁ ହେଲେ ସମସ୍ତେ ତାର ଦର୍ଶନ କରିବେ, ତାର ପାଦ ଛୁଇଁ ଆଶ୍ରିବାଦ ନେବେ, କିନ୍ତୁ ନିଜ ପୁଅ ସାଧୁ ହେଲେ ପିତା ମାତା ଚିନ୍ତାରେ ଭାଙ୍ଗିଯିବେ। କଳି ଯୁଗରେ ପୁତ୍ର ସନ୍ତାନଟି ତା ସ୍ତ୍ରୀର ସମ୍ପତି ହୋଇରହିବ। କଳି ଯୁଗରେ କନ୍ୟା ସନ୍ତାନଟି ତା ସ୍ବାମୀର ଅମାନତ ହୋଇ ରହିବ।

କଳି ଯୁଗରେ ଶରୀର ଟି ମୃତ୍ୟୁର ଅମାନତ ହୋଇ ରହିବ। ଅର୍ଜୁନ କହିଲେ ପ୍ରଭୁ ମୁଁ ବି ଏକ ବିରଳ ଦୃଶ୍ୟ ଦେଖିଲି। ମୁଁ ଦେଖିଲି ଗୋଟିଏ ପକ୍ଷୀର ପରରେ ବେଦ ମନ୍ତ୍ର ଲେଖା ହୋଇଛି କିନ୍ତୁ ସେ କର୍ମାଗତ ଭାବେ ମାଂସ ଭକ୍ଷଣ କରୁଛି। ଶ୍ରୀକୃଷ୍ଣ କହିଲେ କଳି ଯୁଗର ସବୁଠୁ ବିରାଟ ଦୃଶ୍ୟ ତମେ ଦେଖିଛ ଅର୍ଜୁନ। କଳି ଯୁଗରେ ମନୁଷ୍ୟର ସମ୍ପତି ବଢିବ କିନ୍ତୁ ମନୁଷ୍ୟ ଅପେକ୍ଷା କରିବ ଅନ୍ୟ ଜଣେ ମୃତ୍ୟୁବରଣ କରିଲେ ସେ ତା ସମ୍ପତି ହଡ଼ପ କରିବ ନେଇ ଆହୁରି ଧନଶାଳୀ ହେବାର ସ୍ବପ୍ନ ଦେଖିବ। ମନୁଷ୍ୟ ଯେତେ ଧନଶାଳୀ ହେଲେ ମଧ୍ୟ ସବୁବେଳେ ଅନ୍ୟର ସମ୍ପତି ଉପରେ ତାର ନଜର ରଖିବ। ନକୁଳ କହିଲେ ହେ ପ୍ରଭୁ ମୁଁ ମଧ୍ୟ ଏକ ବିଚିତ୍ର ଦୃଶ୍ୟ ଦେଖିଲି। ମୁଁ ଦେଖିଲି ଏକ ପର୍ବତରୁ ବିରାଟ ପଥର ଖଣ୍ଡ ଭାଙ୍ଗି ଗଡି ଆସୁଛି ତଳକୁ ତାର ଖଣ୍ଡ ଗୁଡ଼ିକୁ ବଡ ବଡ ବୃକ୍ଷ ମଧ୍ୟ ଅଟକାଇ ପାରିନାହାଁନ୍ତି କିନ୍ତୁ ସେହି ପର୍ବତ ଭିତରୁ ଭାଙ୍ଗିଥିବା ପଥର ଖଣ୍ଡ ଭିତରୁ ଏକ ବୃହତ୍ ପଥର ଖଣ୍ଡ ଅଟକି ଯାଇଛି ଏକ କ୍ଷୁଦ୍ର ବୃକ୍ଷର ଅଶ୍ରାନେଇ ଅର୍ଥାତ୍ ଏକ କ୍ଷୁଦ୍ର ବୃକ୍ଷ ଏକ ବିରାଟ ପଥର ଖଣ୍ଡକୁ ଅଟକେଇ ଦେବାର ସମର୍ଥ ହୋଇଛି। ଶ୍ରୀକୃଷ୍ଣ କହିଲେ କଳି ଯୁଗରେ ହରିନାମ ଏକ ବ୍ୟାପକ ଶବ୍ଦ ହେବ। କଳିଯୁଗର ମଣିଷର ବୁଦ୍ଧି କ୍ଷିଣ ହେବ, ତା ଜୀବନ ପତନ ହୋଇ ଚାଲିବ। ମଣିଷର ଯେତେ କ୍ଷମତା ଯେତେ ସମ୍ପତି ହେଲେ ମଧ୍ୟ ସେ ପତନ ରୂପକ ଶିଳା ଖଣ୍ଡକୁ ଅଟକାଇ ପାରିବ ନାହିଁ।

ଏହିପରି ପୃଥିବୀରେ ଏକ କ୍ଷୁଦ୍ର ହାରିନାମ ଶବ୍ଦ ହିଁ ତା ଜୀବନର ପତନକୁ ଅଟକାଇ ଦେଇ ପାରିବ। ହରିନାମ ଜପନ ରେ ତା ଜୀବନର ନୂତନ ଶକ୍ତି ସଂଚାର ହେବ। ତାର ବୁଦ୍ଧି ବ୍ୟାପକ ହେବ। ହଁ କେହି କେହି ସାଧୁ ସେଠାରେ ଜନ୍ମ ନେବେ ଯେଉଁମାନେ ହରି ନାମକୁ ଆଶ୍ରାକରି ଅନ୍ୟକୁ ଜ୍ଞାନ ବିତରଣ କରିବେ ଏବଂ ଏହି ବାକ୍ୟରେ କିଛି ଜୀବନ ପତନ ମୁଖରୁ ବଞ୍ଚିଯିବ। ସହଦେବ କହିଲେ ପ୍ରଭୁ ମୁଁ ବନସ୍ତରେ ଅନେକ କୂଅ ଦେଖିଲି କିନ୍ତୁ ଗୋଟିଏ କୂଅ ଦେଖିଲି ଯାହା ପୁରା ଶୁଷ୍କ, ସବୁଠାରୁ ଗଭୀର। ଶ୍ରୀକୃଷ୍ଣ କହିଲେ କଳି ଯୁଗରେ ମଣିଷ ବିଳାସ ବେଶନରେ ଅର୍ଥ ଖର୍ଚ୍ଚ କରିବ, ଉତ୍ସବରେ ଅର୍ଥ ଖର୍ଚ୍ଚ କରିବ, ବିଳାସ ବ୍ୟସନରେ ମାଂସ ଭକ୍ଷଣରେ ମଦ୍ୟପାନ ରେ ଅର୍ଥ ଖର୍ଚ୍ଚ କରିବ ହେଲେ ଗରୀବ ଲୋକଟି ଭୋକରେ ଆଉଟି ପାଉଟି ହେଲେ ମଧ୍ୟ ମଣିଷ ତାକୁ ଖାଦ୍ୟ ଦେବାପାଇଁ ଅର୍ଥ ଖର୍ଚ୍ଚ କରିବ ନାହିଁ। ଅନ୍ୟର ଭିକର ଜ୍ଵାଳାକୁ ଧନଶାଳୀ ଲୋକ ବୁଝିପାରିବ ନାହିଁ। ଅନ୍ୟର ଭୋକ ପାଇଁ ମଣିଷର ଆତ୍ମା ଆନ୍ଦୋଳିତ ହେବନାହିଁ।

ନିଜ ପାଇଁ ନିଜର ଆହାର, ବିହାର, ମୈତ୍ର,ନିଜର ରୋଗ ବୈରାଗ, ସମ୍ପତି, ଆତ୍ମୀୟ ସ୍ୱଜନ ସମସ୍ତଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବ ହେଲେ ଗରିବଙ୍କର ଭୋକ ପାଇଁ ମଣିଷ କେବେ ହେଲେ ଅର୍ଥ ଦାନ କରିବ ନାହିଁ। ଅବଶ୍ୟ କେଉଁଠି ନା କେଉଁଠି ସାମାନ୍ୟ ବିପରୀତ ପରିସ୍ଥିତି ସମୟରେ ମନୁଷ୍ୟ କିଛି ଦାନ କରିପାରେ। କିନ୍ତୁ ଏହା ହିଁ କଳି ଯୁଗର ଗତାନୁଗତିକ ଧାରା ହୋଇ ରହିବ। ଏହା ଥିଲା ପାଞ୍ଚଟି ସତ୍ୟ ଯାହା କଷ୍ଟ ଲାଗିଲେ ମଧ୍ୟ ଭଗଵାନ ଶ୍ରୀକ୍ରିଷ୍ଣା ଅନେକ ଆଗରୁ କଳିଯୁଗ ସମ୍ପର୍କରେ ପଞ୍ଚୁପାଣ୍ଡବଙ୍କୁ ମହାଭାରତ ସମୟରେ ଏହି ପାଞ୍ଚଟି ସତ୍ୟ କହିଥିଲେ। ଏହି ପାଞ୍ଚଟି ସତ୍ୟ ମହାଭାରତର ଅନେକ ଦିନ ପରେ ବି ଆମ ସମାଜରେ ଗତାନୁଗତିକ ଭାବେ ଚାଲି ଆସୁଛି। ଭଗଵାନ ଶ୍ରୀକୃଷ୍ଣ କହିଥିବା ଏହି ପାଞ୍ଚଟି ସତ୍ୟକୁ ଆମେ ସବୁବେଳେ ହୃଦୟଙ୍ଗମ କରୁଛନ୍ତି ହେଲେ ତାର ନିବାରଣ ପାଇଁ ଆମେ ସତତଃ ଚେଷ୍ଟିତ ହେଉନାହାଁନ୍ତି।