କମେଡି କିଙ୍ଗ କପିଳ ଶର୍ମା ହେଲେ ବାପା, ପତ୍ନୀ ଗିନି ଦେଲେ ଝିଅ ସନ୍ତାନଙ୍କୁ ଜନ୍ମ

କମେଡି କିଙ୍ଗ କପିଳ ଶର୍ମା ଙ୍କ ର ଘରେ ଖୁସି ର ଆଗମନ ହେଇଚି I କାରଣ କପିଳ ଶର୍ମା ଓ ତାଙ୍କ ପତ୍ନୀ ଗିନି ବର୍ତମାନ ଏକ ସନ୍ତାନ ର ପିତାମାତା ହେଇଛନ୍ତି I ଗିନି ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି I ଏହି ବିଷୟ ରେ ସେ ଟ୍ୱିଟ ମାଧ୍ୟମ ରେ ସୂଚନା ଦେଇଛନ୍ତି I

ସେ ନିଜ ଟ୍ୱିଟ ରେ ଲେଖିଛନ୍ତି “ଆମ ର ଝିଅ ହେଇଚି ” I ଆପଣ ସମସ୍ତ ଙ୍କ ର ଆଶ୍ରିବାଦ ର ଆବଶ୍ୟକତା ରହିଛି I ଜୟ ମାତା ଦି I ଏହି ଟ୍ୱିଟ ରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି I ଏବଂ ଅନେକ ଦର୍ଶକେ କମେନ୍ଟ ମାଧ୍ୟମ ରେ ଅଭିନନ୍ଦନ ଜଣାଇଛନ୍ତି I

କପିଳ ଓ ଗିନି ଙ୍କ ର ବିବାହ ବିଗତ ବର୍ଷ ହିନ୍ଦୁ ରୀତି ନୀତି ରେ ହେଇଥିଲା I ଗତ ବର୍ଷ 12 ଡିସେମ୍ବର ରେ ତାଙ୍କ ର ବିବାହ ହେଇଥିଲା I ଏହା ପରେ ଆନନ୍ଦ କରଜ ସେରିମନି ହେଇଥିଲା I କପିଳ ଓ ଗିନି ଉଭୟ ଙ୍କୁ କଲେଜ ସମୟ ରୁ ହିଁ ଜାଣିଛନ୍ତି I ତାଙ୍କ ଜୀବନ ରେ ନାନା ସମସ୍ୟା ଆସିଲେ ମଧ୍ୟ ଦୁହେଁ ଏହି ସବୁ ର ସମାଧାନ କରି ପରସ୍ପର ର ଦୁଃଖ ରେ ଠିଆ ହେଇ ପରସ୍ପର ସହ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ I 2017 ମସିହା ରେ କପିଳ ଙ୍କ ର ଜୀବନ ରେ ନାନା ସମସ୍ୟା ଲାଗି ରହିଥିଲା I ଏବଂ ଗିନି ଗର୍ଭବତୀ ହେବା ପରେ ଟିଭି ସୋ ରୁ ମଧ୍ୟ କପିଳ କିଛି ଦିନ ର ବିରତି ନେଇଥିଲେ I