ତାଙ୍କ ତିନି ଭଉଣୀ ରାନୀ, ପ୍ରିୟଙ୍କା ଏବଂ ମିତୁଙ୍କ ବିବୃତ୍ତି ମଧ୍ୟ ସୁଶାନ୍ତ ସିଂ ରାଜପୁତ ମାମଲାରେ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ମିତୁ ସିଂଙ୍କ ବିବୃତ୍ତି ଏକ ଅଗ୍ରଣୀ ମିଡିଆ ହାଉସ୍ ତାଙ୍କ ରିପୋର୍ଟରେ ପ୍ରକାଶ କରିଛି। ଏହି ବିବୃତ୍ତିରେ, ମିତୁ ଜୁନ୍ 8 ରୁ ଜୁନ୍ 14 ମଧ୍ୟରେ କ’ଣ ଘଟିଛି ତାହା ବ୍ୟାଖ୍ୟା କରିଛନ୍ତି|
ଲକଡାଉନ ପରେ ବୁଲି ଯିବାର ଥିଲା ପ୍ଲାନିଂ
ରିପୋର୍ଟ ଅନୁଯାୟୀ, 8 ଜୁନ୍ 2020 ସକାଳେ ସୁଶାନ୍ତଙ୍କ ମିତୁଙ୍କୁ କଲ କରିଥିଲେ। ଏଭଳି ପରିସ୍ଥିତିରେ ସେ ସନ୍ଧ୍ୟା 5:30 ରେ ସୁଶାନ୍ତଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ସୁଶାନ୍ତ ଶାନ୍ତ ଥିଲେ ଏବଂ ତାଙ୍କ ଭଉଣୀଙ୍କୁ କହିଥିଲେ ଯେ ଲକ ଡାଉନ ହେତୁ କୌଣସି ସ୍ଥାନକୁ ଯିବା ଆସିବା ସମ୍ଭବ ହେଉ ନାହିଁ, ତେଣୁ ମୁଁ ବିରକ୍ତ ହୋଇଯାଉଛି|ଲକ ଡାଉନ ଶେଷ ହେବା ମାତ୍ରେ ଦକ୍ଷିଣ ଭାରତ ଯିବି| ଏହା ପରେ ସୁଶାନ୍ତ ତାଙ୍କ ଭଉଣୀକୁ କିଛି ଦିନ ରହିବାକୁ କହିଥିଲେ, ତା’ପରେ ସେ ରାଜି ହେଲେ। ସେ ସୁଶାନ୍ତଙ୍କ ସହିତ ରହିବା ସମୟରେ ତାଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରୁଥିଲେ|ଲକ ଡାଉନ ପରେ ଦକ୍ଷିଣ ଭାରତ ଗସ୍ତ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଭଉଣୀ ଚାଲିଯିବା ପରେ କଲ ଉଠାଇ ନଥିଲେ
12 ଜୁନ୍ 2020, ଅପରାହ୍ନ 4.30 ରେ, ମିତୁ ସୁଶାନ୍ତଙ୍କ ଘରୁ ଗୋରେଗାଓଁସ୍ଥିତ ତାଙ୍କ ଘରକୁ ଯାଇଥିଲେ। ସେ କହିଥିଲେ ଯେ ତାଙ୍କ ଝିଅ ଏକୁଟିଆ ତେଣୁ ତାଙ୍କୁ ଯିବାକୁ ପଡିବ। ସେ ଘରେ ପହଞ୍ଚିବା ମାତ୍ରେ ସୁଶାନ୍ତଙ୍କୁ ମେସେଜ୍ କରିଥିଲେ, କିନ୍ତୁ ଅଭିନେତାଙ୍କ ଠାରୁ ଉତ୍ତରରେ କୌଣସି ବାର୍ତ୍ତା କିମ୍ବା କଲ ଆସି ନଥିଲା। ଏହା ପରେ, ଜୁନ୍ 12 ରେ, ସକାଳ 10:30 ରେ, ମିତୁ ସୁଶାନ୍ତଙ୍କୁ କଲ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଏଭଳି ପରିସ୍ଥିତିରେ ମିତୁ ତାଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନିଙ୍କୁ କଲ କରିଥିଲେ।
ସିଦ୍ଧାର୍ଥ ମିତୁଙ୍କୁ କହିଥିଲେ ଯେ ସୁଶାନ୍ତଙ୍କୁ ନଡ଼ିଆ ଏବଂ ଡାଳିମ୍ବ ରସ ଦିଆଯାଇଥିଲା, ସେ ନିଶ୍ଚୟ ଶୋଇଥିବେ। ସେ କବାଟ ବାଡେଇ ଥିଲେ ମଧ୍ୟ ଭିତରରୁ କବାଟ ବନ୍ଦ ଥିଲା। ମିତୁ କହିଥିଲେ ଯେ ସୁଶାନ୍ତ କଦାପି କବାଟ ବନ୍ଦ କରନ୍ତି ନାହିଁ। ତେଣୁ ସେ ସିଦ୍ଧାର୍ଥଙ୍କୁ ପୁଣି କବାଟ ବାଡ଼େଇବାକୁ କହିଥିଲେ। ମିତୁ ଏହା ମଧ୍ୟ କହିଥିଲେ ଯେ ଭାଇଙ୍କୁ କହିଦବ ମୁଁ କଲ କରିଥିଲି।
ମିଳିଲା ଭାଇଙ୍କ ମୃତ୍ୟୁ ଖବର
କିଛି ସମୟ ପରେ ସିଦ୍ଧାର୍ଥ ପୁଣିଥରେ କଲ ପାଇଲେ ଏବଂ ସେ ମିତୁଙ୍କୁ କହିଥିଲେ ଯେ ସୁଶାନ୍ତଙ୍କ କବାଟ ବାଡେଇବା ପରେ ମଧ୍ୟ କୌଣସି ଉତ୍ତର ଦେଉ ନାହାଁନ୍ତି, ତେଣୁ ସେ ଚାବି ଵାଲାକୁ ଡ଼କାଇଛନ୍ତି । ସିଦ୍ଧାର୍ଥଙ୍କ ଠାରୁ ଏହା ଶୁଣିବା ମାତ୍ରେ ମିତୁ ଏକ ଟ୍ୟାକ୍ସି ନେଇ ଗୋରେଗାଓଁରୁ ବାନ୍ଦ୍ରାକୁ ଚାଲିଗଲେ। ରାସ୍ତା ମଝିରେ ସିଦ୍ଧାର୍ଥ ପୁଣିଥରେ କଲ କଲେ ଏବଂ ସୁଶାନ୍ତଙ୍କ ଶରୀର ଫ୍ୟାନରେ ଝୁଲୁଥିବା କହିଥିଲେ। ମିତୁ ଘରେ ପହଞ୍ଚିବା ପରେ ସୁଶାନ୍ତ ଓଲଟା ବେଡ ଉପରେ ଶୋଇଥିବା ଦେଖିଲେ ଏବଂ ତାଙ୍କର କଟା ଯାଇଥିବା କୁର୍ତ୍ତା ସିଲିଂ ଫ୍ୟାନରେ ଝୁଲୁଥିବା ଦେଖିଲେ।
ସିଦ୍ଧାର୍ଥ ଏବଂ ତାଙ୍କ ସାଥୀମାନେ କୁର୍ତ୍ତା କାଟିଥିଲେ ଏବଂ ସୁଶାନ୍ତଙ୍କ ଶରୀରକୁ କାଢି ଖଟ ଉପରେ ରଖି ଥିଲେ। ଉକ୍ତ ଲୋକମାନେ ଏହି ସୂଚନା ଦେବା ପରେ ଆମ୍ବୁଲାନ୍ସ ଏବଂ ବାନ୍ଦ୍ରା ପୋଲିସକୁ ଡାକିଥିଲେ। ଏହି ସମୟରେ ମିତୁ ତାଙ୍କ ଭଉଣୀ ନୀତୁ ଏବଂ ପ୍ରିୟଙ୍କାଙ୍କୁ ସୂଚନା ଦେଇଥିଲେ।