କାନ୍ଦୁଥିବା ଫ୍ୟାନଙ୍କୁ ଦେଖିକି ଏମିତି କଲେ MS Dhoni, ସବୁ କରିଲେ ସଲାମ, ଏମିତି କିଛି କରିଲେ ମାହି

ନମସ୍କାର ବନ୍ଧୁଗଣ ମଇଦାନ ଭିତରେ ଯେମିତି ଥଣ୍ଡା ବାହାରେ ସେମିତି ଦିଲଦାର୍ କୁନି ପ୍ରଶଂସକଙ୍କ ଭୋ ଭୋ କାନ୍ଦରେ ଭାବବିହ୍ୱଳ ହୋଇ ପଡିଲେ କ୍ୟାପଟେନ ଧୋନୀ। ଗ୍ୟାଲେରୀ ନିକଟକୁ ଯାଇ ଶିଶୁ ଫ୍ୟାନଙ୍କୁ ଗିଫ୍ଟ ଦେଇ ଖୁସୀ କଲେ ଧୋନୀ। ଇଏ ଆଉ ଜଣେ କୁନି ପ୍ରଶଂସକ ଙ୍କ ଧୋନୀଙ୍କ ପ୍ରତି ଭଲ ପାଇବା।

ରବିବାର ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଶେଷ ଓଭର୍ ରେ ବ୍ୟାଟିଂ କରୁଥିଲେ ଚେନ୍ନାଇ କ୍ୟାପଟେନ ମାହୀ। ଏହି ଓଭର୍ ରେ ହିଁ ଭରିଥିଲା ମ୍ୟାଚ୍ ରେ ରୋମାଞ୍ଚ ଆଉ ଦୀର୍ଘ ଦିନ ପରେ ଦେଖିବାକୁ ମିଳିଥିଲା ବିଶ୍ଵ କ୍ରିକେଟର ସର୍ବଶ୍ରେଷ୍ଠ ଫିକ୍ସରଙ୍କ ଜଲୱା। ଶେଷ ଓଭର୍ ରେ ଧୋନୀ ବିଜୟ ସୂଚକ ଚୌକା ମାରିବା ପୂର୍ବରୁ ଗ୍ୟାଲେରୀରେ ଥିବା ଏହି ଛୋଟ ଫ୍ୟାନ ଭୋ ଭୋ କାନ୍ଦୁଥିଲେ।

ନିଜ ଭାଇ ଆଉ ମାଙ୍କ ସହ ଗ୍ୟାଲେରୀରେ ମ୍ୟାଚ୍ ଦେଖିବାକୁ ଆସିଥିବା ଏହି କୁନି ଧୋନୀ ପ୍ରଶଂସକଙ୍କ କାନ୍ଦିବା ମ୍ୟାଚ୍ ଶେଷ ଯାଏଁ ଚାଲିଥିଲା। ଧୋନୀ ବିଜୟ ସୂଚକ ଚୌକା ମାରିବା ପରେ ସେମିତି କଇଁ କଇଁ କାନ୍ଦୁଥିଲେ ଏହି କୁନି ଝିଅ। ଏହାପରେ ତାଙ୍କ ଭାଇ ମଧ୍ୟ ତାଙ୍କ ମାଙ୍କୁ ଧରି କାନ୍ଦିବାକୁ ଲାଗିଥିଲେ।

ଦୁଇ ଛୋଟ ପିଲାଙ୍କ କାନ୍ଦୁଥିବାର ଦୃଶ୍ୟ ବଡ ପରଦାରେ ପ୍ରଦର୍ଶିତ ହେବାପରେ ଭାବ ବିହ୍ବଳ ପରିସ୍ଥିତି ହୋଇଥିଲା। ଧୋନୀ ନିଜେ ଏହି ଦୃଶ୍ୟକୁ ଦେଖି ଭାବ ପ୍ରବଣ ହୋଇଯାଇଥିଲେ ଡ୍ରେସିଂ ରୁମ୍ ରୁ ଫେରିବା ପରେ ନିଜ ଦସ୍ତଗତ ଥିବା ବଲ୍ ଧରି ସିଧା ପହଞ୍ଚିଥିଲେ ସେହି କୁନି ପ୍ରଶଂସକଙ୍କ ଗ୍ୟାଲେରୀ ନିକଟରେ ଏବଂ ଏହି ବଲ୍ କୁ ଧୋନୀ ଦୁଇଜଣଙ୍କୁ ଉପହାର ଦେଇଥିଲେ।

ଧୋନୀ ସେମାନଙ୍କୁ ବଲ୍ ଫିଙ୍ଗୁଥିବାର ଦୃଶ୍ୟ ମଧ୍ୟ ସ୍ଟାଡିୟମ୍ ରେ ବସିଥିବା ଏବଂ ଟେଲିଭିଜନ ପରଦାରେ ଦେଖୁଥିବା ପ୍ରତି କ୍ରିକେଟର ପ୍ରେମୀଙ୍କ ମନକୁ ଛୁଇଁଥିଲା ପିଲା ଦୁଇଙ୍କର କାନ୍ଦ ବି ଧୋନୀଙ୍କର ଏହି ମହାନତା ପାଇଁ ସଙ୍ଗେ ସଙ୍ଗେ ହସରେ ପରିଣତ ହୋଇ ଯାଇଥିଲା। ପ୍ରଶଂସକଙ୍କ ସହ ଏହି ମ୍ୟାଚ୍ ରେ ଧୋନୀଙ୍କ ପତ୍ନୀ ଓ ଝିଅ ଜିଭା ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଥିଲା।