ସେଦିନ ଥିଲା ରବିବାର ଆମ ଟେଲିକମ ଅଫିସ ସେଦିନ ବନ୍ଦ ଥିଲା ଛୁଟିଦିନ ହୋଇଥିବାରୁ ମୁ ସେଦିନ ଟିକେ ଲେଟ ରେ ଉଠିଲି ସମୟ ପାଖା ପାଖି 9 ଟା ହେବ ଆମ ସୁପରଭାଇଜର ସାର ମତେ କଲ କଲେ କହିଲେ ସାଲେପୁର ପାଖରେ ଆମ କମ୍ପାନୀର ଏକ ଟାୱାର ଅଛି ଏବଂ ସେଥିରେ ଅନେକ ଟେକ୍ନିକାଲ ପ୍ରୋବ୍ଲେମ ଦେଖାଯାଉଛି | ତମେ ଯାଇକି ଟିକେ ସଲ୍ଫ କରିଦିଅ ଏହା ସୁଣିଲାପରେ ମୁ ସାର ଙ୍କୁ ହଁ କରିଦେଲି ଏବଂ ସାଲେପୁର ଯିବାକୁ ପ୍ରସ୍ତୁତ ହେଲି ମୋ ହେଲ୍ପର ରମେଶ ତାର ଗାଁ କୁ ଚାଲିଯାଇଥିଲା | ତେଣୁ ମତେ ଏକା ଯାଇ ଟାୱାର ସଜାଡ଼ିବାର ଥିଲା ତେଣୁ ସଙ୍ଗେ ସଙ୍ଗେ ମୁଁ ବ୍ୟାଗ ପ୍ୟାକ କରି ବସ ରେ ବାହାରି ପଡିଲି ମୁ ସେଠାରେ ଦିନ ପାଖା ପାଖି 2 ରେ ପହଁଚିଲି |
ଟାୱାର ଟିକୁ ଯାଇ ମୁ ସେଠାରେ ଭଲସେ ଯାଞ୍ଚ କଲି ସେଠାରେ ସବୁ ସମ୍ପୂର୍ଣ ଭାବେ ଠିକ ଥିଲା ତେବେ ଟାୱାର ରେ କଣ ସବୁ ପ୍ରୋବ୍ଲେମ ଥିଲା | କିଛି ଜଣା ପଡୁନଥିଲା କାରଣ ସେଠାରେ ଅଧିକାଂଶ ପର୍ଟ୍ସ ନୂଆ ହିଁ ଲାଗିଥିଲା ପୁରା ଦିନ ଯାଞ୍ଚ କଲାପରେ ଭି କିଛି ଜଣା ପଡ଼ିଲାନି ତେଣୁ ଏଇ ସବୁକଥା ସୁପରଭାଇଜର ସାର ଙ୍କୁ ଫୋନ ରେ କହିଲି ସେ କହିଲେ କି ଆଜି ରାତିଟା ସେଠି ପାଖ ଗାଁ ରେ ରହିଯିବାକୁ | ସେ କାଲି କିଛି ନୂଆ ପର୍ଟ୍ସ ପଠେଇବେ ହୁଏ ତ ସେ କିଛି ନୂଆ ପାର୍ଟ୍ସ ଲଗାଇ ପାରନ୍ତି ଟାୱାର ଟି ଠିକ ହେଇପାରେ |
ଏହା ଶୁଣି ମୁ ହଁ କରିଦେଲି ଦିନସାରା କିଛି ନ ଖାଇବାରୁ ସେତେବେଳେକୁ ମତେ ଜୋର ସେ ଭୋକଲାଗୁଥିଲା ତେଣୁ ମୁ ପାଖ ଗାଁ କୁ ଯାଇ କିଛି ଖାଇବାପାଇଁ ଭାବିଲି ଗାଁ ଟି ସେଠାରୁ ଥିଲା | ପାଖା ପାଖି 2.5 କିମି ଦୂର ମୁ ଚାଲି ଚାଲି ଗାଁ ଆଡକୁ ଯିବାକୁ ବାହାରିଲି ଏବଂ ଗାଁ ରେ ପହଁଚିଲା ବେଳକୁ ସନ୍ଧ୍ୟା ହେବାକୁ ବସିଥିଲା | ଗାଁ ବରଗଛ ପାଖରେ ଗୋଟେ ଚା ଦୋକାନ ପାଖକୁ ଯାଇ ମୁ ଗୋଟେ ଚା ଏବଂ ବିସ୍କୁଟ ମାଗିଲି ଦୋକାନୀ ଭି ମତେ ଚାହିଁଲା ଆଉ ଚା ମୋ ଆଡକୁ ବଢ଼ାଇ ଦେଲା କିଛି ସମୟପରେ ଦୋକାନୀ ମତେ ପଚାରିଲା କି ବାବୁ ଆପଣ ତ ଏ ଗାଁ ର ଲାଗୁନାହାନ୍ତି | କାହା ପାଖକୁ ଆସିଛନ୍ତି କି ଏବଂ କଣ ପାଇଁ ଆସିଛନ୍ତି ଏହା ସୁଣିଲାପରେ ମୁ କହିଲି ପାଖରେ ଯେଉଁ ଟାୱାର ଟି ଖରାପ ହୋଇଛି ତାକୁ ମୁ ସଜାଡ଼ିବାକୁ ଆସିଛି | ଏବଂ ଆମ ଅଫିସ ଭୁବନେଶ୍ୱର ରେ ଅଛି ଯାହାକି ମତେ ଏଇ ଗାଁ କୁ ଟାୱାର ସଜାଡ଼ିବାକୁ ପଠା ହେଇଛି |
ଏହା ସୁଣିଲାପରେ ସେଠାରେ ଥିବା ଲୋକମାନେ ମୋ ଆଡକୁ ଅଲଗା ପ୍ରକାର ଚାହିଁବାକୁ ଲାଗିଲେ ସେଥି ମଧ୍ୟରୁ ଜଣେ ଲୋକ ମତେ କହିଲା କି ଭାଇ ତମେ ଏଠୁ ପଳାଅ ଏ ଟାୱାର କୁ ଯେତେ ସଜାଡ଼ିଲେ ଭି ସେ ତାକୁ ଖରାପ କରିଦେବ ମୁ କିଛି ବୁଝିପାରୁନଥିଲି ଏମାନେ କାହା କଥା କହୁଛନ୍ତି ପରେ ସେ ଚା ବାଲାକୁ ପଚାରିବାରୁ ସେ ମତେ ସବୁ କଥା କହିଲା ସେଇ ଟାୱାର ର ଅତୀତ ବିଷୟରେ | 2 ବର୍ଷ ପୂର୍ବେ ସେଇ ଗାଁ ର ଜଣେ ମହିଳା ପାରିବାରିକ ଝଗଡା ଯୋଗୁ ସେଇ ଟାୱାର ରେ ଯାଇ ଆତ୍ମହତ୍ୟା କରିଥିଲେ ତାପରେ ଅନେକ ଲୋକ ରାତିରେ ତାର ଆତ୍ମାକୁ ଟାୱାର ପାଖରେ ବୁଲୁଥିବାର ଦେଖିଛନ୍ତି | ସେଇଦିନଠୁ ସେ ଟାୱାର କୁ ଦେଖିବାକୁ କାହାର ସାହସ ହୋଇନି କେହି କେହି କୁହନ୍ତି କି ସେଇ ଆତ୍ମା ଟି ତାଙ୍କ ଉପରେ ବହୁତ ଥର ଆକ୍ରମଣ କରିଛି ସେ ସ୍ତ୍ରୀ ଲୋକକୁ ମାରିବା ପରେ ସେଇ ଟାୱାର କୁ ଯେତେଥର ଭି ଠିକ କରାଯାଇଛି ପୁଣି କିଛିଦିନ ପରେ ସେ ଖରାପ ହୋଇଯାଉଛି |
ଏହା କହିସାରି ଦୋକାନୀ ମତେ ସେଠାକୁ ନଯିବା ପାଇଁ କହିଲା ଏଇ କଥା ଗୁଡା ମତେ ମନ ଗଢା ପରି ଲାଗିଲା ତେଣୁ ମୁ ତାଉପରେ ଧ୍ୟାନ ଦେଲିନି ମୁ ଭୁତ ପେତ ଉପରେ ବିଲକୁଲ ବିଶ୍ୱାସ କରୁନଥିଲି ଗାଁ ଗଳି ଲୋକ କିଛି ଭି ଅନ୍ଧ ବିଶ୍ୱାସ କୁହନ୍ତି ତେଣୁ ମୁ ସେଠାରୁ ଟାୱାର ତଳେ ଥିବା କ୍ୟାବିନ କୁ ପଳାଇ ଆସିଲି ଜିନିଷ କାଲି ଆସିବାର ଥିବାରୁ ମୋ ପାଖରେ କିଛି କାମ କରିବାକୁ ନଥିଲା ସେଠି ନେଟୱର୍କ ଆସୁନଥିଲା ଇଣ୍ଟରନେଟ ଜମା ଚାଲୁନଥିଲା | ବହୁତ ହାଲିଆ ହେଇଯାଇଥିବାରୁ ସେଦିନ ମୋର ବହୁତ ଜଲ୍ଦି ଆଖି ଲାଗିଗଲା ପାଖା ପାଖି 1 ସମୟ ହେବ କିଛି ଭିନ୍ନ ଶବ୍ଦ ହେବାରୁ ମୋ ନିଦ ଭାଙ୍ଗିଗଲା ଶବ୍ଦ ରୁ ଲାଗୁଥିଲା |
କେହିଜଣେ ହାତୁଡି ରେ କୌଣସି ଜିନିଷ କୁ ଜୋର ଜୋର ରେ ପିଟୁଛି ଲାଗୁଥିଲା କି ସେଇ ଶବ୍ଦ ଟି ଟାୱାର ରୁ ଆସୁଛି ସେ ଶବ୍ଦ ବାରମ୍ବାର ହେବାଯୋଗୁ ମୋ ସଂଦେୟ ବଢ଼ିବାରେ ଲାଗିଲା କେହି ଚୋର ପର୍ଟ୍ସ ଚୋରି କରୁନି ତ ଏହା ଭାବି ମୁ ଧଡ ପଡ଼ ହୋଇ ଉଠି ପଡିଲି ଏବଂ ଟର୍ଚ୍ଚ ଧରି ବାହାରକୁ ଗଲି ଆଶ୍ଚର୍ଯ୍ୟ ଭାବେ ମୁ ବାହାରକୁ ପାଦ ଦେବା ମାତ୍ରେ ଶବ୍ଦ ଟି ବନ୍ଦ ହେଇଗଲା ମୁ ଚାରିଆଡ଼କୁ ଟର୍ଚ୍ଚ ମାରି ଦେଖିଲି କିନ୍ତୁ ସେଠାରେ କୋୖଣସି ଭି ବ୍ୟକ୍ତି ନଥିଲେ | ମୁ ମୋ କ୍ୟାବିନ କୁ ଫେରି ଆସିଲି ଟିକେ ଆଖି ଲାଗିଛି କି ନାହିଁ ସେ ଶବ୍ଦ ଟି ପୁଣି ମୋର ନିଦ ଭାଙ୍ଗିଲା ମୁ ପୁଣି ଟର୍ଚ୍ଚ ଧରି ବାହାରକୁ ଗଲି ଏବଂ ସେଠାରେ କୌଣସି ବ୍ୟକ୍ତି ନଥିଲେ ଏବଂ ସେଦିନ ମତେ ନିଦ ହେଲାନାହିଁ ସଖାଳ ପାଇଲା ଏବଂ ମୁ ମୋ ନିତ୍ୟ କର୍ମ ସାରିବାପାଇଁ ବାହାରକୁ ଗଲି ଏବଂ ହଟାତ ମୋ ନଜର ଗୋଟେ ଜିନିଷ ଉପରେ ପଡିଲା ତାହା ହେଉଛି ଟାୱାର ତଳେ ଥିବା ମାଟି ଟାୱାର ରେ ଯେତେବେଳେ ଲମ୍ବା ଲମ୍ବା ଘାସ ହୋଇଥିଲା ସେତେବେଳେ ଟାୱାର ରେ ଦୁବ ନଥିଲା ସମ୍ପୂର୍ଣ ଭାବେ ଟାଙ୍ଗରା ଭୂଇଁ ଏମିତି କଣପାଇଁ ମୁ ବୁଝିପାରୁନଥିଲି ଛାଡ କିଛି ଭି ହୋଇଥିବ|
ଆଉ ବେଶୀ କିଛି ନଭାବି ମୁ ଜଳଖିଆ କରିବାକୁ ସେଇ ଗାଁ ଆଡକୁ ଚାଲିଗଲି ବାଟରେ ଯାଉ ଯାଉ ସୁପରଭାଇଜର ସାର ଙ୍କୁ କଲ କରିଲି ଏବଂ ଜିନିଷ କେତେବେଳେ ପହଞ୍ଚିବ ପଚାରିଲି ସାର କହିଲେ ଜିନିଷ ପହଂଚିବାରେ ଟିକେ ଡେରି ହେବ କାରଣ ସେତେବେଳକୁ ଆମ ରାଜ୍ୟରେ ଲକଡାଉନ ଚାଲିଥିଲା ଏବଂ ସବୁ ଜାଗାରେ ଚେକିଂ ଯୋଗୁ ରାତ୍ରି ହୋଇପାରେ ତେଣୁ ଆଜି ଯେମିତି ହୋଉ ଏଇ କାମକୁ ସାରି ମତେ କଲି ଭୁବନେଶ୍ୱର ଯିବାର ଥିଲା କାରଣ ମୋର ଆହୁରି ବହୁତ କାମ ସେପଟେ ବାକି ପଡିଥିଲା ସେତେବେଳେ କୁ ପାନ ଦୋକାନରେ ପହଁଚି ସାରିଥିଲି ସେତେବେଳେ ଦୋକାନୀ ଟି ମତେ କହିଲା ବାବୁ ଆପଣ ଏ ପର୍ଯ୍ୟନ୍ତ ଯାଇ ନାହାନ୍ତି ମୁ ଆପଣଙ୍କୁ କାଲି କେତେ ବୁଝେଇଥିଲି ସେ ପେତାତ୍ମା ଆପଣଙ୍କୁ ମାରିଦେଇପାରେ ଆପଣ ସେଇ ଜାଗାକୁ ଆଉ ଯାଆନ୍ତୁ ନାହିଁ |
ମୁ ତାକୁ ଜୋର ରେ ଜବାବ ସେଇ କହିଲି ଦେଖ ଭାଇ ମୁ କାଲି ରାତିସାରା ସେଠି ସୋଇଛି ନା ମୁ ସେଠି କୋଉ ଭୁତ ଦେଖିଲି ନା ମତେ କେହି ମାରିବାକୁ ଚେଷ୍ଟା କଲେ ଆପଣ ଦୟା କରି ମିଛ କୁହନ୍ତୁନି କି କାହାକୁ ଡରାନ୍ତୁ ନି ଏବଂ ମତେ କାମ କରିବାକୁ ଦିଅନ୍ତୁ ସେ ମୋ ପାଟିରୁ ଏମିତି ରୋକ ଠୋକ କଥା ଶୁଣିଲା ପରେ ସେ କହିଲା ବାବୁ ସମୟ ଆସିବ ଆପଣ ଭୁଲ ହେବେ ଆଉ ମୁ ଠିକ ମୁ ଆଉ ତା ସହିତ ବେଶୀ ଯୁକ୍ତି ନ କରି ନିଜ କ୍ୟାବିନ କୁ ଫେରି ଆସିଲି ପାଖା ପାଖି ସନ୍ଧ୍ୟା 6.30 ମତେ ବହାରୀଙ୍କ ଟ୍ରକ ଆସିବାର ସାଉଣ୍ଡ ଆସିଲା ମୁ ବାହାରକୁ ଯାଇ ଦେଖିଲି ତ ଟାୱାର ପାଇଁ ଜିନିଷ ଆସିଛି ଜିନିଷ ଅନଲଡ଼ ହେବାପରେ ଟ୍ରକ ଟି ଚାଲିଗଲା |
ଏବେ ପାର୍ଟ୍ସ ଗୁଡିକୁ ସଠିକ ଜାଗାରେ ଲଗାଇବାର ଥିଲା ମୁ ପ୍ୟାକ ଖୋଲୁଥିଲି ସେତେବେଳେ ଜୋର ସେ ପବନ ସହ କାଳ ବୈଶାଖୀ ଆସିଲା ମୁ ବିରକ୍ତି ହେବାର ଲାଗିଲି କାରଣ ଏଇ କାମରେ ଡେରିହେଲେ ମୁକାଲି ଭୁବନେଶ୍ୱର ଯାଇପାରିବିନି କିଛି ସମୟପରେ ମତେ ବାହାରେ କେହିଜଣେ ଚାଲିବାର ଶବ୍ଦ ଶୁଭିଲା ପାଉଁଜି ର ଶବ୍ଦ ବାହାରେ ପୁରା ଅନ୍ଧାର ଥିବାରୁ ଝରକା ରୁ ବାହାରକୁ କିଛି ଦୁସୁ ନଥିଲା ଏମିତି ବର୍ଷା ରେ କିଏ ବାହାରେ ବୁଲୁଛି ମୁ ମନେ ମନେ ଭାବିଲି କାଳେ ବର୍ଷା ଯୋଗୁ କେହିଜଣେ ବାହାରେ ଆସି ରହିଯାଇଥିବ କିଛି ସମୟପରେ ଲାଗିଲା ସେଇ ଶବ୍ଦ ଟି ଜୋର ରେ ମୋ କ୍ୟାବିନ ଚାରିପାଖେ ଦୌଡୁଥିଲା ମୁ ସେତେବେଳେ କିଛି ବୁଝିପାରୁନଥିଲି କିଛି ସମୟ ପରେ ସେଇ ଶବ୍ଦ ଟି ଦୁରେଇ ଦୁରେଇ ପଳେଇଲା |
ସେତେବେଳେ କୁ ବାହାରେ ବର୍ଷା ବନ୍ଦ ହୋଇଯାଇଥିଲା ବର୍ଷା ପରର ବାର୍ତା ବରଣ ବିଲକୁଲ ଶୂନ ସାନ ଥିଲା ମୁ ମୁଣ୍ଡରେ ହେଡ଼ଲଇଟି ଲ୍ୟାମ୍ପ ଓ ହାତରେ ଜିନିଷ ଧରି ଟାୱାର ପାଖକୁ ଗଲି ପ୍ରବଳ ବର୍ଷା ଯୋଗୁ ଟାୱାର ରେ ଚଢ଼ିବାକୁ ଟିକେ ଅସୁବିଧା ହେଉଥିଲା ଜାଗା ଜାଗା ରେ ହାତ ଟିକେ ଖସି ଯାଉଥିଲା କିଛି ସମୟ ଉପରକୁ ଚଢିବାପରେ ମତେ ଏମିତି ଲାଗିଲା ଯେମିତି ଆଉ ଜଣେ କିଏ ମୋ ସହ ଟାୱାର ଉପରକୁ ଚଢ଼ୁଛି ଏହା ସେଇ ପୁଂଜି ପିନ୍ଧା ପାଦ ର ଶବ୍ଦ ଥିଲା ମୁ ବେଶୀ ଧାନ ଦେଲିନାହିଁ କିଛି ବାଟ ଯିବାପରେ ସେଇ ଶବ୍ଦ ମୋ ମୁଣ୍ଡ ଉପରେ ଲାଗିଲା ମୁ ମୁଣ୍ଡ ଉପରୁ ଯାହା ଦେଖିଲି ଲାଗୁଥିଲା ଯେମିତି ମୋ କଲିଜା ପାଣି ହୋଇଯିବ ଉପରେ ଝୁଲୁଥିଲା ଗୋଟେ ମହିଳାର ଶବ କିଛି ଭାବିବା ପୂର୍ବରୁ ସେଇ ଶବ ର ଆଖି ଖୋଲିଗଲା ଏବଂ ସେ ମୋ ଆଡକୁ ଚାହିଁବାରେ ଲାଗିଲା ଏତିକିରେ ମୋ ହାତ ଟାୱାର ରୁ ଖସିଗଲା ଆଉ ତଳେ ଆସି ଜୋର ରେ ପଡିଲି ମୋ ଆଖି ଖୋଲିଲା ବେଳକୁ ମୁ ନିଜକୁ ଏକ ହସ୍ପିଟାଲ ରେ ପାଇଲି ମୋ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ମୁ 7 ରୁ 8 ଦିନ ହେବ କୋମାରେ ପଡ଼ିଥିଲି ସେଦିନ ମୋ ସହ ଯାହା ହୋଇଥିଲା ସେଟା ମତେ ଆଜିଭି ସ୍ବପ୍ନ ଭରି ଲାଗୁଛି ସେଦିନ ମତେ ଗାଁ ଲୋକମାନେ ଉଦ୍ଧାର କରି ହସ୍ପିଟାଲ ନେଇ ଆସିଥିଲେ ମୁ ଏହି କଥା ଜାଣିଲି ଲୋକ କହୁଥିବା କଥା ସତ ହୋଇଯାଇଥାଏ |