Puri jagannath Snana- କାହିଁକି ଜଗନ୍ନାଥ 15 ଦିନ ଯାଏ ଜ୍ଜରରେ ପଡନ୍ତି, ପ୍ରଭୁଙ୍କ ଏମିତି ଲୀଳା ଜାଣିଲେ କହିବେ Jay Jagannath

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର କାହିଁକି ହୁଏ। ଆପଣମାନେ ଜାଣିଥିବେ ଦେବସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥଙ୍କୁ ଜ୍ଵର ଆସିଥାଏ ଓ ତାଙ୍କର ସେବା କରାଯାଏ ୧୫ ଦିନ ଯାଏ ପ୍ରଭୁ ଜଗନ୍ନାଥ ଜ୍ବରରେ ପଡନ୍ତି ଆଉ ଏହି ସମୟରେ ତାଙ୍କର ବିଶେଷ ସେବା କରାଯାଏ। ଏହି ସମୟରେ ତାଙ୍କୁ ବିଶେଷ ଔଷଧ ଦିଆଯାଏ, ହାଲୁକା ଖାଦ୍ୟ ଦିଆଯାଏ ଏବଂ କାଢ଼ା ତିଆରି କରି ପିଇବାକୁ ଦିଆଯାଏ ଓ ଯେତେବେଳେ ପ୍ରଭୁ ଜଗନ୍ନାଥ ଭଲ ହୋଇଯାଆନ୍ତି ସେତେବେଳେ ତାଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ।

ଆପଣମାନେ ଭାବୁଥିବେ ପ୍ରଭୁ ଜଗନ୍ନାଥଙ୍କର ପୁଣି ଦେହ ଖରାପ ହୁଏ ପୁଣି ୧୫ ଦିନ ଯାଏଁ ତେବେ ଏହା ପଛରେ ଏକ ସୁନ୍ଦର କାହାଣୀ ଅଛି ଯାହା ଭକ୍ତ ଆଉ ଭଗଵାନଙ୍କ ଭାବକୁ ଦର୍ଶାଏ। ଭଗଵାନ କହିଛନ୍ତି ଯଦି ମୋର ଭକ୍ତର ଦେହ ଖରାପ ହୋଇପାରିବ ତେବେ ମୋର କାହିଁକି ହୋଇ ପାରିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାହାଣୀ ଟିଏ। ଏହି କଥା ପ୍ରଭୁ ଜଗନ୍ନାଥ ଏବଂ ତାଙ୍କର ଜଣେ ବଡ ଭକ୍ତ ଶ୍ରୀ ମାଧବ ଦାସଙ୍କର। ସେ ସର୍ବଦା ପ୍ରଭୁ ଜଗନ୍ନାଥଙ୍କ ଭଜନରେ ମଗ୍ନ ରହୁଥିଲେ। ସବୁଦିନ ଜଗନ୍ନାଥଙ୍କ ଦର୍ଶନ କରୁଥିଲେ, ସଂସାର ପ୍ରତି ତାର କୌଣସି ମୋହ ମାୟା ନଥିଲା।

ଦିନେ ମାଧବ ଦାସଙ୍କୁ ବୋହୁତ ଜୋର୍ ରେ ଜ୍ଵର ହେଲା। ଏତେ ଜୋରରେ ଜ୍ଵର ହେଲା ଯେ ନା ସେ ଉଠି ପାରୁଥିଲେ ନା ସେ ବସି ପାରୁଥିଲେ। ସେ ଏକୁଟିଆ ରହୁ ଥିବାରୁ ସବୁ କାର୍ଯ୍ୟ ତାଙ୍କୁ ହିଁ କରିବାକୁ ପଡ଼ୁଥିଲା। ଯଦି କେହି ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିଲେ ସେ ତାଙ୍କୁ ମାଡ ମାନା କରି ଦେଉଥିଲେ ଆଉ କୋହିଥିଲେ ପ୍ରଭୁ ଜଗନ୍ନାଥ ଅଛନ୍ତିନା ସେ ତାଙ୍କୁ ସାହାଯ୍ୟ କରିବେ ସେ ମତେ ରକ୍ଷା କରିବେ। ଭଗଵାନଙ୍କ ଲୀଳା ବି ବଡ ବିଚିତ୍ର ତାଙ୍କର ଏତେ ଜୋର୍ ରେ ଦେହ ଖରାପ ହେଲା ଯେ ସେ ମାଳ ମୂତ୍ର ମଧ୍ୟ ବିଛଣାରେ କରିବାକୁ ଲାଗିଲେ।

ପ୍ରଭୁ ଜଗନ୍ନାଥ ନିଜ ଭକ୍ତର ଏମିତି ଅବସ୍ଥା ଦେଖି ପାରିଲେ ନାହିଁ ଆଉ ସେ ନିଜ ଭକ୍ତର ସେବା କରିବା ପାଇଁ ଆସିଗଲେ। ଭଗଵାନ ଜଗନ୍ନାଥ ମାଧବ ଦାସର ସେବା କରୁଥାନ୍ତି ଭଗଵାନ ମାଧବ ଦାସଙ୍କ ମଇଳା ବସ୍ତ୍ର ମଧ୍ୟ ସଫା କରୁଥାନ୍ତି ଏବଂ ବୋହୁତ ପ୍ରେମର ଭଗଵାନ ତାଙ୍କ ଭକ୍ତର ସେବା କରୁଥାନ୍ତି। କିଛି ଦିନ ଗଲା ପରେ ମାଧବ ଦାସ ଭଲ ହେବାକୁ ଲାଗିଲେ। ଯେତେବେଳେ ତାଙ୍କର ଚେତନା ଆସିଲା ସେ ଦେଖିଲେ ଆରେ ହେ ପ୍ରଭୁ ଆପଣ ମୋର ସେବା କରୁଛନ୍ତି।

ପ୍ରଭୁ କାହିଁକି ଆପଣ ଏତେ କଷ୍ଟ କଲେ ଆପଣଙ୍କ ସେବା ତ ପୁରା ସଂସାର କରେ ଜଗତର ମାଲିକ ଆପଣ ଅଟନ୍ତି ଏହାଠାରୁ ଭଲ ତ ଆପଣ ମୋ ରୋଗ ହିଁ ଦୂର କରିଦେଇଥାନ୍ତେ। ଆପଣ ଏହି ସବୁ କଲେ ମାରେ ଭଲ ଲାଗିଲା ନାହିଁ। ପ୍ରଭୁ ଜଗନ୍ନାଥ କହିଲେ ହେ ମାଧବ ସତ୍ୟତା ଏହା ଅଟେ ମୋର ଭକ୍ତର କଷ୍ଟ ଦେଖି ପାରିଲି ନାହିଁ ଏଥିପାଇଁ ମୁଁ ତୁମର ସେବା କଲି। ମୁଁ ଚାହିଁଥିଲେ ତୁମର ରୋଗ ମଧ୍ୟ ଭଲ କରି ପାରିଥାନ୍ତି କିନ୍ତୁ ଯାହା ନିୟତି ଅଛି ତାହା ନିଶ୍ଚିତ ହେବ। ଯଦି ତାକୁ ଏହି ଜନ୍ମରେ ନ ଭୋଗିବ ତାହେଲେ ହୋଇପାରେ ଏଥିପାଇଁ ତୁମକୁ ଆଉ ଏକ ଜନ୍ମ ନେବାକୁ ପଡିପାରେ। ମୁଁ ଚାହେଁ ନାହିଁ ମୋର ଭକ୍ତ ଏହି ଛୋଟ କାରଣ ପାଇଁ ଆଉ ଏକ ଜନ୍ମ ନେଉ ସେଥିପାଇଁ ମୁଁ ତୁମ ସେବା କରିବା ପାଇଁ ଆସିଗଲି।

ଲୋକମାନେ କୁହନ୍ତି ଭଗଵାନ ଦୁଃଖ ଦେଉଛନ୍ତି ଭଗଵାନ ଦୁଃଖ ଦିଅନ୍ତୁ ତାହା ତ ଆସିବ କିନ୍ତୁ ଭଗଵାନ ମଧ୍ୟ ତାହା ସହିବାର ଶକ୍ତି ଦେଉଛନ୍ତି। କେବଳ ଆପଣଙ୍କ ପ୍ରେମ ଆଉ ବିଶ୍ଵାସ ଥିବା ଦରକାର। ତେଣୁ ହେ ମାଧବ ମୁଁ ତୁମର ସେବା କରିଥିଲି। ଆଉ ଏବେ ମଧ୍ୟ ତୁମ ଭାଗ୍ୟରେ ୧୫ ଦିନର ରୋଗ ଭୋଗିବାର ଅଛି। ଆଉ ମୁଁ ତୁମର ଏହି ଅବସ୍ଥା ଦେଖି ପାରିବି ନାହିଁ ତେଣୁ ହେ ମାଧବ ତୁମ ଭାଗର ୧୫ ଦିନ ମୁଁ ମୋ ନିକଟକୁ ନେଇ ଯାଉଛି।

ସେବେଠାରୁ ପ୍ରଭୁ ଜଗନ୍ନାଥ ମାଧବ ଦାସଙ୍କ ଠାରୁ ୧୫ ଦିନର ରୋଗ ନେଇ ଯାଇଥିଲେ। କୁହାଯାଏ ସେବେଠାରୁ ପ୍ରଭୁ ଜଗନ୍ନାଥଙ୍କର ୧୫ ଦିନ ପର୍ଯ୍ୟନ୍ତ ଦେହ ଖରାପ ହୁଏ। ଜ୍ୟେଷ୍ଠ ମାସର ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଜଗନ୍ନାଥ ସ୍ନାନ କରିବା ପରେ ୧୫ ଦିନ ପାଇଁ ଜ୍ବରରେ ପଡନ୍ତି ଆଉ ତାଙ୍କର ସେବା କରାଯାଏ। ଏହା ବର୍ଷ ବର୍ଷରୁ ଚାଲୁ ଅଛି, ୧୫ ଦିନ ଯାଏଁ ତାଙ୍କର ପୂଜା ମଧ୍ୟ ବନ୍ଦ୍ କରାଯାଏ।