ଏକ ପୋର୍ନ ୱେବସାଇଟ ରେ ସ୍ତ୍ରୀ ସହ ଯୌନ ସମ୍ପର୍କୀୟ କଥାବାର୍ତ୍ତା ର ଲାଇଭ ଷ୍ଟ୍ରୀମିଙ୍ଗ କରିବା ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଜଣେ 33 ବର୍ଷ ବୟସ୍କ ସଫ୍ଟୱେର ଇଞ୍ଜିନିଅର ଙ୍କୁ ଗିରଫ କରିଛି | ଅଭିଯୁକ୍ତ ଜଣକ ନିଜ ବେଡ଼ରୁମ ରେ ଥିବା ଲାପଟୋପ ର ୱେବ କାମ ଜରିଆରେ ରେକର୍ଡ ହୋଇଥିବା ଭିଡ଼ିଓ ବାର୍ତ୍ତାଳାପ କୁ ଷ୍ଟ୍ରୀମ କରୁଥିଲେ | ଏବିଷୟରେ ତାଙ୍କ ସ୍ତ୍ରୀଙ୍କୁ ଟିକିଏ ହେଲେ ସୂଚନା ମିଳିନଥିଲା |
ସାଇବର ଅପରାଧ ଥାନାର ଏ.ସି.ପି. ଏସ. ଜୟରାମ କହିଛନ୍ତି ଯେ, ଏକ I .T କମ୍ପାନୀରେ କାମକରୁଥିବା ଏକ ମହିଳାଙ୍କୁ ନିଜର ଏହି ଭିଡ଼ିଓ ସମ୍ପର୍କ ରେ ଗତ ନଭେମ୍ବର ରେ ସୂଚନା ମିଳିଥିଲା | ତାଙ୍କୁ ତାଙ୍କର ଜଣେ ସାଙ୍ଗ ଏ ସମ୍ପର୍କରେ ସୂଚନା ଦେଇଥିଲେ | ମହିଳାଙ୍କ ଅଭିଯୋଗ ପରେ ପୋଲିସ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ଧାରା 509 ଏବଂ ସୂଚନା ଏବଂ ପ୍ରୋଦ୍ୟଗିକ ନିୟମ ର ଧାରା ଗୁଡିକ ଅନୁଯାୟୀ ଏକ ମାମଲା ରଜ୍ଜୁ କରିଛି |
ଏହାର ଯାଞ୍ଚ ପରେ ଜଣାପଡିଛି ଯେ, ଏହି ଘଟଣା ପଛରେ ମହିଳାଙ୍କ ସ୍ୱାମୀଙ୍କର ହିଁ ହାତ ରହିଛି | ଅଭିଯୁକ୍ତଙ୍କୁ ଏପ୍ରିଲ 7 ତାରିଖରେ ପୋଲିସ ଗିରଫ କରି ବିଚାର ପାଇଁ ଜେଲ କୁ ପଠେଇଦେଇଛି | ଅଧିକାରୀ କହିଛନ୍ତି ଯେ, ପୋଲିସ କୁ ଭିଡ଼ିଓ ର ଲିଙ୍କର ଏଇ.ପି. ଅଡ୍ରେସ କେରଳ ର ତ୍ରିସୁର ରୁ ମିଳିଲଥିଲା | ଜୟରାମ କହିଛନ୍ତି ଯେ, ‘ ପୋଲିସ ତରଫରୁ ଭିଡ଼ିଓର ଲିଙ୍କ ର ମାଲିକଙ୍କୁ ନୋଟିସ ମିଳିବ ପରେ ସେ ଏହି ଭିଡ଼ିଓ କୁ ଏକ ୱେବ୍ ସାଇଟ ରୁ ଡାଉନଲୋଡ କରିଛନ୍ତି ଏବଂ ତାକୁ ହିଁ ଇଣ୍ଟେର୍ନେଟ ରେ ଟ୍ରାନ୍ସମିଟ କରିଛନ୍ତି ବୋଲି କହିଥିଲେ |’ ତାଙ୍କ କହିବାନୁସାରେ ମହିଳାଙ୍କୁ ତାଙ୍କ ପତିଙ୍କର ଏହି କାରନାମା ସମ୍ପର୍କରେ ଟିକିଏ ହେଲେ ସୁରାକ ମିଳିନଥିଲା |